ETV Bharat / state

ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଆଉଟସୋର୍ସିଂ କର୍ମଚାରୀ

author img

By

Published : Jun 24, 2023, 8:49 AM IST

outsourcing employee protest in sambalpur
ସମ୍ବଲପୁରରେ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପ୍ରତିଶୃତି ପରେ ଦାବି ପୂରଣ ନହେବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ ଆଉଟସୋର୍ସିଂ କର୍ମଚାରୀ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର: କିଛି ଦିନର ବ୍ୟବଧାନ ପରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଆଉଟସୋର୍ସିଂ କର୍ମଚାରୀ । ବିଭିନ୍ନ ଦାବି ନେଇ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଦିନିକିଆ ଧାରଣା ଦେଇଥିଲେ । ସ୍ଥାୟୀ ଚାକିରି ସହ ସମାନ କାମକୁ ସମାନ ଦାବି ପରି ପ୍ରମୁଖ ଦାବିରେ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଏହି ଧାରଣା ପ୍ରଦର୍ଶନ କରାଯାଇଛି । ପୂର୍ବରୁ ସମାନ ଦାବି ନେଇ ଭୁବନେଶ୍ୱରର ପିଏମଜି ମାର୍ଗରେ ମହାସଂଘ ପକ୍ଷରୁ 2 ଥର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତିଶୃତିର କୌଣସି ସୁଫଳ ନମିଳିବାରୁ ରାଜ୍ୟର ସବୁ ଜିଲ୍ଲାରେ ଦିନିକିଆ ଆନ୍ଦୋଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ, ଦାବି ପୂରଣ ନହେଲେ କଲମଛାଡ ଚେତାବନୀ

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହି ଧାରଣା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ହଜାର ହଜାର ଆଉଟସୋର୍ସିଂ କର୍ମଚାରୀଙ୍କ ଦୀର୍ଘ ବର୍ଷର ଦାବି ଯାହାକି ପୂରଣ ହୋଇନାହିଁ ତାକୁ ଯଥାଶୀଘ୍ର ସରକାର ପୂରଣ କରିବାକୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ମହାସଂଘ ପକ୍ଷରୁ ଜିଏମ କଲେଜ ଠାରୁ ଏକ ଶୋଭାଯାତ୍ରାରେ ଶହଶହ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସମାନ କାମକୁ ସମାନ ଦରମା ଲାଗୁ କରିବା, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି କରିବା ସହ କର୍ମଚାରୀ ସଂଘର ସବୁ ନାର୍ଯ୍ୟ ଦାବି ପୂରଣ କରିବାକୁ ସଂଘ ଦାବି କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ତେଜିଲା ଆନ୍ଦୋଳନ, ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଚେତାବନୀ

ଏନେଇ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଜିଲ୍ଲା ସଭାପତି କହିଛନ୍ତି, "ଆଗାମୀ 7 ଦିନ ଭିତରେ ଦାବି ପୂରଣ ନହେଲେ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ । ଭୁବନେଶ୍ୱରରେ ବିଶାଳ ଆନ୍ଦୋଳନ ସହ ନବୀନ ନିବାସ ଘେରାଓ କରାଯିବ ।" ଏହି ଆନ୍ଦୋଳନରେ ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ 41ଟି ବିଭାଗର ବ୍ଲକ ଓ ତହସିଲ ସ୍ତରର ଆଉଟସୋର୍ସିଂ କର୍ମଚାରୀ ସାମିଲ ହୋଇଥିଲେ । ପରିଶେଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମହାସଂଘ ପକ୍ଷରୁ ପ୍ରଦାନ କରାଯାଇଛି l

ଇଟିିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.