ETV Bharat / state

ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ

author img

By ETV Bharat Odisha Team

Published : Aug 29, 2023, 10:59 PM IST

ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ
ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ

ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ ନାକ ଟିମ l ସେପ୍ଟେମ୍ବର 26 ରେ ଏହି ଟିମ ବିଶ୍ଵବିଦ୍ୟାଳୟ କୁ ପହଞ୍ଚିବାକୁ ଥିବା ବେଳେ 27,28,29 ତିନି ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ l ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା କହିଛନ୍ତି କୁଳପତି l ବର୍ତ୍ତମାନ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ସୂଚନା ଦେଇଛନ୍ତି କୁଳପତି l ସବୁ ବିଭାଗର ହଷ୍ଟେଲ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟ ଜାରି ରହିଛି l ଅଧିକ ପଢନ୍ତୁ

ବିବାଦ ଭିତରେ ନାକ ଟିମ ପରିଦର୍ଶନ ପାଇଁ କେତେ ପ୍ରସ୍ତୁତ ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପଶ୍ଚିମ ଓଡିଶାର ପ୍ରମୁଖ ବିଶ୍ବବିଦ୍ୟାଳୟ l ଏହା ଅଧୀନ ରେ 235 ଟି କଲେଜ ରହିଛି l ଆଗକୁ ସେପ୍ଟେମ୍ବର 27,28 ଓ 29 ରେ ନାକ ଟିମ ଏହି ବିଶ୍ବବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଥିବା ବେଳେ ଏଥର ସମ୍ବଲପୁର ବିଶ୍ବବିଦ୍ୟାଳୟ ଏହାକୁ ନେଇ ପ୍ରସ୍ତୁତି ଜାରି ରଖିଛି l ତେବେ ବିଶ୍ବବିଦ୍ୟାଳୟରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ A ଗ୍ରେଡରେ ଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଏଥର A ପ୍ଲସ ପାଉଛି ନାଁ ଏହାର ର ଗ୍ରେଡ ଖସୁଛି ତାହା ଦେଖିବାକୁ ବାକି ରହିଛି l

ଏହାବି ପଢନ୍ତୁ- ପୁଣି ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟ, ମହିଳା ପ୍ରଫେସରଙ୍କୁ ମାନସିକ ନିର୍ଯାତନା !

ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ ନାକ ଟିମ l ସେପ୍ଟେମ୍ବର 26 ରେ ଏହି ଟିମ ବିଶ୍ଵବିଦ୍ୟାଳୟ କୁ ପହଞ୍ଚିବାକୁ ଥିବା ବେଳେ 27,28,29 ତିନି ଦିନ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନ କରିବ l ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଜୋର ସୋରରେ ଚାଲିଥିବା କହିଛନ୍ତି କୁଳପତି l ବର୍ତ୍ତମାନ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ସୂଚନା ଦେଇଛନ୍ତି କୁଳପତି l ସବୁ ବିଭାଗର ହଷ୍ଟେଲ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କାର୍ଯ୍ୟ ଜାରି ରହିଛି l ତେବେ ବର୍ଷା ପାଇଁ କେତେକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କୁଳପତି କହିଛନ୍ତି l ବର୍ଷା ଯୋଗୁଁ କେତେକ କାମ ନଷ୍ଟ ମଧ୍ୟ ହୋଇଥିବା ସୂଚନା ଦିଆଯାଇଛି l ତେବେ ନାକ ଟିମ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ଫିଡବେକ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହୋଇଥିବାରୁ ବର୍ତ୍ତମାନ ପ୍ରତ୍ୟେକ ବିଭାଗର ଛାତ୍ରଛାତ୍ରୀ କିପରି ବିଶ୍ବବିଦ୍ୟାଳୟର କାର୍ଯ୍ୟକଳାପରେ ସନ୍ତୁଷ୍ଟ ହେବେ ଓ ନାକ ଟିମ କୁ ଭଲ ଫିଡବ୍ୟାକ ଦେବେ ସେଥିପାଇଁ ପ୍ରତ୍ୟେକ ବିଭାଗର ଅଧ୍ୟପକଙ୍କୁ ଡକାଯାଇ ଆଲୋଚନା ହେଉଛି । ଏହା ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିୟମାବଳୀ ତିଆରି ହୋଇଥିବା କୂଳପତି କହିଛନ୍ତି l ଆସନ୍ତା 15 ଦିନ ବହୁତ ଗୁରୁତ୍ବପୂର୍ଣ ଓ ସେପ୍ଟେମ୍ବର 20 ସୁଦ୍ଧା ସବୁ ପ୍ରସ୍ତୁତି ସରିଯିବ ବୋଲି କୁଳପତି ସୂଚନା ଦେଇଛନ୍ତି । ଏଥର ସମ୍ବଲପୁର ବିଶ୍ବବିଦ୍ୟାଳୟକୁ A ପ୍ଲସ ଗ୍ରେଡ ମିଳିବ ବୋଲି ଆଶା ରଖିଛନ୍ତି କୁଳପତି ଓ ରେଜିଷ୍ଟର l

ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବର୍ତ୍ତମାନ ଏକ ବିବାଦୀୟ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏହିଭଳି ଘଟଣା ଗୁଡିକୁ କର୍ତ୍ତୃପକ୍ଷ ରୋକିବାକୁ ଚେଷ୍ଟା କରିବା ଉଚିତ ବୋଲି ସ୍ଥାନୀୟ ସଚେତନ ଲୋକ ମତବ୍ୟକ୍ତ କରିଛନ୍ତି l କାରଣ ବିଶ୍ଵବିଦ୍ୟାଳୟ A ପ୍ଲସ ଗ୍ରେଡ ପାଇଲେ ଏହା ଦ୍ବାରା ବିଶ୍ବବିଦ୍ୟାଳୟକୁ ଭଲ ଅନୁଦାନ ମିଳିବ l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.