ETV Bharat / state

ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Dec 12, 2023, 10:39 PM IST

Updated : Dec 12, 2023, 11:00 PM IST

Infant stuck in open borewell rescued: ସମ୍ବଲପୁରରେ ବୋରୱେଲରେ ନବଜାତ ଶିଶୁ ଠାବ ଘଟଣା । ସୁରକ୍ଷିତ ଭାବେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ରେସ୍କ୍ୟୁ ଟିମ । ଅଧିକ ପଢନ୍ତୁ

Infant stuck in open borewell rescued
Infant stuck in open borewell rescued

ସମ୍ବଲପୁର: ସୁରକ୍ଷିତ ଉଦ୍ଧାର ହେଲା ବୋରୱେଲ ଭିତରେ ଫିଙ୍ଗାଯାଇଥିବା ନବଜାତ ଶିଶୁକନ୍ୟା । ରାତି ପ୍ରାୟ ୯ଟା ୪୦ ମିନିଟରେ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି (ମଙ୍ଗଳବାର) ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତକକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଶିଶୁଟି ସୁରକ୍ଷିତ ଉଦ୍ଧାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଖୁସିବ୍ୟକ୍ତ କରିବା ସହ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ।

  • CM Shri @Naveen_Odisha expressed great relief and happiness over safe rescue of a newborn baby who had fallen into a borewell at Rengali in #Sambalpur. CM wished a long life for the baby and congratulated #rescue personnel including ODRAF, Fire Services, Dist Admin, Police &…

    — CMO Odisha (@CMO_Odisha) December 12, 2023 " class="align-text-top noRightClick twitterSection" data=" ">

ନବଜାତ ଶିଶୁକନ୍ୟା ଉଦ୍ଧାର ହେବା ପରେ X ସାଇଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, " ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ । ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି।"

  • ପ୍ରତିଟି ଜୀବନ ମୂଲ୍ୟବାନ

    ସମ୍ବଲପୁରର ରେଙ୍ଗାଲିରେ ନବଜାତକ ଶିଶୁ ସୁରକ୍ଷିତ ଉଦ୍ଧାର ହେବା ଅତ୍ୟନ୍ତ ଖୁସିର ବିଷୟ। ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀ, ଓଡ୍ରାଫ, ପୋଲିସ, ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ହୃଦୟରୁ ସାଧୁବାଦ ଜଣାଉଛି।

    — Naveen Patnaik (@Naveen_Odisha) December 12, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ କିଛି ମହିଳା ଜଙ୍ଗଲକୁ କିଛି ଜଙ୍ଗଲ ଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋରୱେଲ ଗାତ ଭିତରୁ ଏକ ଶିଶୁର କାନ୍ଦିବାର ଶବ୍ଦ ଶୁଣିଥିଲେ । ଏହା ପରେ ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ରେଙ୍ଗାଲି ଥାନାକୁ ଅବଗତ କରିଥିଲେ । ଏହା ପରେ ଘଟଣା ସ୍ଥଳକୁ ରେଙ୍ଗାଲି ବିଡ଼ିଓ, ସ୍ଥାନୀୟ ଥାନା ଅଧିକାରୀ, ତହସିଲଦାର ନିଜେ ଆସିବା ସହ ଅଗ୍ନିଶମ ବିଭାଗର ଟିମ, ସ୍ୱାସ୍ଥ୍ୟ ବିଭାଗର ଟିମ, ସ୍ଥାନୀୟ କଳ କାରଖାନାର ଉଦ୍ଧାରକରୀ ଦଳ ଆସି ପହଞ୍ଚିଥିଲେ ।

ଏହା ବି ପଢନ୍ତୁ- ବୋରୱେଲ ଭିତରେ ନବଜାତ; ଶୁଭୁଛି କ୍ରନ୍ଦନ ସ୍ବର, ପ୍ରସବ ପରେ ମା’ ଫିଙ୍ଗିଥିବା ଅଭିଯୋଗ

ଏହାପରେ ଉଦ୍ଧାରକାରୀ ଟିମ ଗାତ ଭିତରକୁ ଅମ୍ଳଜାନ ପଠେଇଥିଲେ । ଏହାସହ ଶିଶୁକୁ ଉଦ୍ଧାର କରିବାକୁ ୩ଟି ଜେସିବି ଲାଗିଥିବା ବେଳେ ଉଦ୍ଧାରକାରୀ ଦଳ ବୋରୱେଲ ଗାତ ଚାରିପଟେ ମାଟି ଖୋଳିଥିଲେ । ବୋରୱେଲଟି ୧୫ ଫୁଟ ଗଭୀର ହୋଇଥିବା ବେଳେ ଜେସିବି ସାହାଯ୍ୟରେ ଏହା ପାର୍ଶ୍ଵରେ ଗାତ ଖୋଳାଯାଇଥିଲା । ଘଟଣା ସ୍ଥଳରେ ଡାକ୍ତର ମଧ୍ୟ ଉପସ୍ଥିତ ଥିଲେ । ଶିଶୁଟି ଗୋଟିଏ କି ୨ଟି ଦିନର ବୋଲି ସେ କହିଥିଲେ । ଘଟଣା ସ୍ଥଳରେ ସବୁ ପ୍ରକାର ଲାଇଟ ଓ ଔଷଧ ମହଜୁଦ ରଖାଯାଇଥିଲା l ତେବେ ସୁରକ୍ଷିତ ଭାବେ ଶିଶୁକୁ ଉଦ୍ଧାର କରାଯିବା ପରେ ଡାକ୍ତର ତାର ଚିକିତ୍ସା କରିଥିଲେ । ସୌଭାଗ୍ୟବଶତଃ ଶିଶୁଟି ବୋରୱେଲ ମଧ୍ୟରେ ଜୀବିତ ରହିଥିଲା । କିଏ ଶିଶୁଟିର ମାଆ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତକୁ କାବୁ କରିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି ।

ଇଟିଭି ଭାରତ, ସମ୍ବଲପୁର

Last Updated :Dec 12, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.