ETV Bharat / state

ଦନ୍ତାହାତୀର ମୃତଦେହ ଠାବ

author img

By

Published : Nov 30, 2020, 10:19 PM IST

ଦନ୍ତା ହାତୀର ମୃତଦେହ ଠାବ
ଦନ୍ତା ହାତୀର ମୃତଦେହ ଠାବ

ସମ୍ବଲପୁର ବନବିଭାଗର ସଦର ରେଞ୍ଜ ତଥା ଜୁଜୁମୁରା ବ୍ଲକ ଯାଦୁଲୋଇସିଙ୍ଗ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୄତ ହାତୀର ବୟସ ପାଖାପାଖି ୧୩ ବର୍ଷ ହୋଇଥିବାର ଜଣାପଡିଛି । ଅଧିକ ପଢନ୍ତୁ...

ସମ୍ବଲପୁର: ଦନ୍ତା ହାତୀର ମୃତଦେହ ଠାବ । ସମ୍ବଲପୁର ବନବିଭାଗର ସଦର ରେଞ୍ଜ ତଥା ଜୁଜୁମୁରା ବ୍ଲକ ଯାଦୁଲୋଇସିଙ୍ଗ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୄତ ହାତୀର ବୟସ ପାଖାପାଖି ୧୩ ବର୍ଷ ହୋଇଥିବା ଜଣାପଡିଛି ।

ଦନ୍ତା ହାତୀର ମୃତଦେହ ଠାବ

ମୃତ ହାତୀକୁ ଯାଦୁଲୋଇସିଙ୍ଗ ଗ୍ରାମବାସୀ ସୋମବାର ସକାଳେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଲିଛି । ସୂଚନା ଯେ, ପୂର୍ବରୁ ଏହି ଜଙ୍ଗଲରେ ବାରାହ ଶିକାର ପାଇ ଶୀକାରୀ ମାନେ ବିଦ୍ୟୁତ ତାର ଵିଛାଇଥିବା ବାରମ୍ବାର ଅଭିଯୋଗ ହେଉଥିଲା ।

ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ଯାଦୁଲୁଇସିଙ୍ଗ ହାତୀର ମୄତ୍ୟୁ ହୋଇଥିବା ସ୍ଥଳରେ ସମ୍ବଲପୁର ଡିଏଫଓଙ୍କ ସମେତ ଏସସିଏଫ ପହଞ୍ଚି କେଉଁ ପରିସ୍ଥିତିରେ ହାତୀର ମୄତ୍ୟୁ ହେଲା ସେନେଇ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିବା ସହ ଏନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.