ETV Bharat / state

ଗଞ୍ଜେଇ ଚାଲାଣ ଗାଡିରୁ ମିଳିଲା ବୋମା, ପୋଲିସର ତଦନ୍ତ ଆରମ୍ଭ

author img

By

Published : Feb 13, 2023, 2:01 PM IST

ସମ୍ବଲପୁର-ଝାରସୁଗୁଡା ରାସ୍ତା ଖିଣ୍ଡା ଛକ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଗଞ୍ଜେଇ ଚୋରା ଚାଲାଣ ଗାଡିରୁ ବୋମା ଜବତ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଗାଡି ଭିତରୁ ବାହାରିଲା ବୋମା
bomb seized from car

ଗଞ୍ଜେଇ ଚାଲାଣ ଗାଡିରୁ ବୋମା ଜବତ

ସମ୍ବଲପୁର: ଗଞ୍ଜେଇ ଭର୍ତ୍ତି ଗାଡି ଭିତରୁ ବାହାରିଲା ବୋମା । ସମ୍ବଲପୁର ଜିଲ୍ଲା ଠେଲୋକୋଲୋଇ ଥାନା ଆନ୍ତର୍ଗତ ସମ୍ବଲପୁର ଝାରସୁଗୁଡା ସୀମା ଅଞ୍ଚଳରେ ଏକ ଗଞ୍ଜେଇ ଚାଲାଣ ଗାଡ଼ି ଭିତରୁ ବୋମା ଜବତ କରିଛି ପୋଲିସ । ଗାଡ଼ିରେ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ସହ ଉତ୍ତର ପ୍ରଦେଶ ବିଧାନସଭାର ଏକ ପାସ ମଧ୍ୟ ଜବତ କରିଛି ପୋଲିସ l

ଏହା ମଧ୍ୟ ପଢ଼ନ୍ତୁ: ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଛାତ୍ର ବିଜେଡି

ରବିବାର ସ୍ଥାନୀୟ ପୋଲିସ ସମ୍ବଲପୁର-ଝାରସୁଗୁଡା ରାସ୍ତା ଖିଣ୍ଡା ଛକ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏକ କଳା ରଙ୍ଗର ସ୍କୋପିଓ ଗାଡି ଉପରେ ସନ୍ଦେହ ହୋଇଥିଲା । ପୋଲିସକୁ ଦୂରରୁ ଦେଖି ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ଗାଡିକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ପୋଲିସ ଗାଡିର ଯାଞ୍ଚ କରିବା ସମୟରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା ଏବଂ ସେଥି ମଧ୍ୟରେ ଏକ ଜୀବନ୍ତ ବୋମା ଠାବ ହୋଇଥିଲା । ବୋମା ମିଳିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ବ୍ରାଉନସୁଗାର ପରେ ଏବେ ଚୋରା ବନ୍ଧୁକ, ରାଜଧାନୀ ପାଇଁ ଟେନସନ କେଦାରପଲୀ ବସ୍ତି

ଆଜି ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ସମ୍ବଲପୁରର ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ବୋମାକୁ ନିଷ୍କ୍ରିୟ କରିଛନ୍ତି l ସମ୍ବଲପୁର ଏସପି ବତୁଲା ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି ଯେ, "ବୋମା ଗୁଡିକ କେଉଁ ଉଦ୍ଦେଶ୍ୟରେ ରଖା ଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ । ଏହାର ତଦନ୍ତ ଜାରି ରହିଛି l ଗାଡିଟିର ମାଲିକ କିଏ, ଗାଡିଟି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ସେନେଇ ତଦନ୍ତ କରୁଛି ପୋଲିସ । ଏହାପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବ। " ଅନ୍ୟପଟେ ଗାଡ଼ିରେ ଭିନ୍ନ ଭିନ୍ନ ନମ୍ବର ପ୍ଲେଟ ସହ ଉତ୍ତର ପ୍ରଦେଶ ବିଧାନସଭାର ଏକ ପାସ ମଧ୍ୟ ଜବତ କରିଛି ପୋଲିସ l

ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟର ନମ୍ବର ପ୍ଲେଟ ଗଞ୍ଜେଇ ଚାଲାଣ କରୁଛନ୍ତି ଚାଲାଣକାରୀ । ନିକଟରେ ଝାରଖଣ୍ଡ ଗାଡିରେ ଓଡିଶାର ନମ୍ବର ପ୍ଲେଟ ଲଗାଇ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ ହୋଉଥିବା ଘଟଣା ସାମ୍ନାକୁ ଆସିଥିଲା । ସମ୍ବଲପୁର ଝାରସୁଗୁଡା ରାସ୍ତା ଶାସନ ନିକଟରେ ଉତ୍ତରାଞ୍ଚଳ ଅବକାରୀ ଡେପୁଟି କମିଶନର ଏହି ଚଢାଉ କରିଥିବା ବେଳେ ଗାଡ଼ିରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 19ଲକ୍ଷ ବୋଲି ଜଣାପଡିଛି l ଏହି ଚୋରା ଚାଲାଣ ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ହୋଇଥିବା 2 ଜଣ ବିହାର ରାଜ୍ୟର ବକ୍ସର ଓ ଆରା ଜିଲ୍ଲାର ରିତେଶ କୁମାର, ଶିବ ଲଖନ ପ୍ରସାଦ ବୋଲି ଜଣାପଡିଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.