ETV Bharat / state

କୃଷି ସମସ୍ୟା ନେଇ ଆନ୍ଦୋଳନ, ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

author img

By ETV Bharat Odisha Team

Published : Nov 29, 2023, 8:05 PM IST

କୃଷି ସମସ୍ୟା ନେଇ ଆନ୍ଦୋଳନ, ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା
କୃଷି ସମସ୍ୟା ନେଇ ଆନ୍ଦୋଳନ, ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

BJP Krushak Morcha Protest: ଧାନ ଅମଳ ପରେ ଟୋକନ୍, କଟନି ଛଟନି ଓ ଅଭାବୀ ବିକ୍ରି ସମସ୍ୟାକୁ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ସମ୍ବଲପୁରରେ ଆନ୍ଦୋଳନ । ଦାବିପତ୍ରକୁ ମୁଖ୍ୟ ଫାଟକରେ ଝୁଲେଇ ଫେରି ଆସିଲେ ବିଜେପି କର୍ମୀ । ଅଧିକ ପଢନ୍ତୁ

କୃଷି ସମସ୍ୟା ନେଇ ଆନ୍ଦୋଳନ, ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

ସମ୍ବଲପୁର: କୃଷି ସର୍ବସ୍ବ ଓଡ଼ିଶା ରାଜ୍ୟରେ କୃଷି, କୃଷକ ଓ ଉତ୍ପାଦିତ ଶସ୍ୟ ବିକ୍ରିକୁ ନେଇ ଲାଗି ରହିଥିବା ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ପରେ ଟୋକନ୍, କଟନି ଛଟନି ଓ ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛି ବିଜେପି କୃଷକ ମୋର୍ଚ୍ଚା । ଏଭଳି ଅନେକ ଗୁଡ଼ିଏ ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଆଜି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି ପତ୍ର ଦେଇ ନପାରି ଫାଟକରେ ଝୁଲାଇ ଫେରି ଆସିଛି l

ରାଜ୍ୟରେ ସମସ୍ତ ମଣ୍ଡିରେ ପଡ଼ି ରହିଥିବା ସମସ୍ତ ଧାନକୁ ସରକାର କିଣନ୍ତୁ, ଧାନ ବିକ୍ରି ପାଇଁ ବର୍ଷ ସାରା ମଣ୍ଡିକୁ ଖୋଲା ରଖାଯାଉ , ଟୋକନ ବ୍ୟବସ୍ଥାକୁ ବନ୍ଦ କରାଯାଉ, କଟଣି ଛଟନିକୁ ବନ୍ଦ କରାଯାଉ, ମଣ୍ଡି ମାନଙ୍କୁ ସୁବ୍ୟବସ୍ଥିତ କରାଯାଉ, ମଣ୍ଡି ମାନଙ୍କରେ ମିଲର୍ସ ମାନଙ୍କ ଦାଦାଗିରି ବନ୍ଦ କରାଯାଉ ଭଳି ଅନେକ ଦାବିର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ବିଜେପିର ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ... ଧାନମଣ୍ଡି ଅବ୍ୟବସ୍ଥା, ପ୍ରତିବାଦ କଲା ବିଜେପି କୃଷକ ମୋର୍ଚ୍ଚା

ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ପଦାଧିକାରୀମାନେ ଶାନ୍ତି ପୂର୍ଣ୍ଣ ଭାବେ ଜିଲ୍ଲାପାଳ କାର୍ଯ୍ୟଳୟକୁ ଯାଇଥିଲେ । ଆନ୍ଦୋଳନକାରୀମାନେ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ପୋଲିସ ପକ୍ଷରୁ ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯାଇଥିଲା । ବିଜେପି ପକ୍ଷରୁ ଭିତରକୁ ଯାଇ ସମସ୍ତ ବିଷୟ ଆଲୋଚନା କରି ଦାବିପତ୍ର ପ୍ରଦାନ କରିବେ ବୋଲି ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ପୋଲିସ ଅନୁମତି ଦେଇ ନଥିଲା । କେବଳ ଚାରି ପାଞ୍ଚ ଜଣ ଭିତରକୁ ଯାଇ ଦାବିପତ୍ର ଦେଇ ଆସିବାକୁ ପୋଲିସ୍ ଅନୁମତି ଦେଇଥିଲା । କିନ୍ତୁ ସମସ୍ତେ ଭିତରକୁ ଯାଇ ଶାନ୍ତି ପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମ ସମ୍ପନ୍ନ କରି ଫେରିବେ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଥିଲା । ଶେଷରେ ପୋଲିସ୍ ଅନୁମତି ନ ଦେବାରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲେଖା ହୋଇଥିବା ଓ ବିଜେପି କର୍ମୀ ଓ ପଦାଧିକାରୀଙ୍କ ସ୍ବାକ୍ଷରିତ ଦାବିପତ୍ରକୁ ମୁଖ୍ୟ ଫାଟକରେ ଝୁଲେଇ ଫେରି ଆସିଥିଲେ ବିଜେପି କର୍ମୀ । ଆଜିର ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଏବଂ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.