ETV Bharat / state

ବୋରୱେଲରେ ଉଦ୍ଧାର ନବଜାତର ସ୍ବାସ୍ଥ୍ୟବସ୍ଥା ସ୍ଥିର, ପୋଲିସ ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Dec 13, 2023, 10:20 PM IST

ବୋରୱେଲରେ ନବଜାତକ ଶିଶୁ ଫିଙ୍ଗି ଘଟଣା: ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି , ପୋଲିସର ତଦନ୍ତ ଆରମ୍ଭ
ବୋରୱେଲରେ ନବଜାତକ ଶିଶୁ ଫିଙ୍ଗି ଘଟଣା: ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି , ପୋଲିସର ତଦନ୍ତ ଆରମ୍ଭ

Baby girl rescued from Borewell: "ରଖେ ହରି ତ ମାରେ କିଏ" । ଗତକାଲି ନବଜାତକ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହିତ ଚିକିତ୍ସା ପାଇଁ ବୁର୍ଲା ଭୀମସାର ମେଡିକାଲ ଭର୍ତ୍ତି କରାଯାଇଛି । ଏନେଇ ପ୍ରକତିକ୍ରିୟା ରଖିଛନ୍ତି ଭୀମସାର ମେଡିକାଲ ଅଧିକ୍ଷକ ।ଅଧିକ ପଢନ୍ତୁ

ବୋରୱେଲରେ ନବଜାତକ ଶିଶୁ ଫିଙ୍ଗି ଘଟଣା: ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି , ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁର ଶ୍ରୀରାମ ପଡିଆ ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରେ ନବଜାତକ ଶିଶୁ କନ୍ୟାକୁ ଫିଙ୍ଗି ଦେବା ଘଟଣା l ଗତକାଲି ନବଜାତକ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହିତ ଚିକିତ୍ସା ପାଇଁ ବୁର୍ଲା ଭୀମସାର ମେଡିକାଲ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ପତିକ୍ରିୟା ରଖିଛନ୍ତି ବୁର୍ଲା ଭୀମସାର ମେଡିକାଲର ଅଧିକ୍ଷକ ଲାଲମୋହନ ନାୟକ । ଏହାସହ ପୋଲିସ ମଧ୍ୟ ଛାନଭିନ ଆରମ୍ଭ କରିଥିବା ସୂଚନା ମିଳିଛି ।

ଭୀମସାର ଅଧିକ୍ଷକ ଲାଲମୋହନ ନାୟକ କହିଛନ୍ତି," ବୋରୱେଲରୁ ନବଜାତକ ଶିଶୁ କନ୍ୟାକୁ ଉଦ୍ଧାର କରାଯିବା ପରେ ଗତକାଲି ରାତି ପ୍ରାୟ 11.30 ମିନିଟ ସମୟରେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ବୁର୍ଲା ମେଡିକାଲ ଏସଏନସିୟୁ ୱାର୍ଡରେ ତାକୁ ରଖାଯାଇଛି । ବର୍ତ୍ତମାନ ତାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । କିନ୍ତୁ ତାର ଶରୀର ଗୋଡ ଓ ହାତରେ ଆଘାତ ଲାଗିଛି । ଶିଶୁ କନ୍ୟାଟି ସମୟ ପୂର୍ବରୁ ଜନ୍ମ ହୋଇଥିବା ବେଳେ ତାର ଓଜନ 1 କେ.ଜି 600 ଗ୍ରାମ ରହିଛି l"

ସେ ଆହୁରି ମଧ୍ୟ କହିଛନ୍ତି,"ମେଡିକାଲକୁ ଆଣିବା ସମୟରେ ଶିଶୁ କନ୍ୟାର ଶରୀରର ତାପମାତ୍ରା କମ୍ ରହିଥିଲା ଓ ସେ ଦୁର୍ବଳ ପରିଲକ୍ଷିତ ହେଉଥିଲା । ବର୍ତ୍ତମାନ ବୁର୍ଲା ମେଡିକାଲର ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ଶିଶୁ କନ୍ୟାର ଚିକିତ୍ସା ଜାରି ରଖିଛନ୍ତି । ଆଗାମୀ 3 ରୁ 4 ଦିନ ମଧ୍ୟରେ ନବଜାତକ ଶିଶୁ କନ୍ୟାର ଜଣ୍ଡିସ ଓ ସେଫଟିସେମିଆ ପରି ସମସ୍ୟା ଦେଖା ଯାଇପାରେ l"

ଏହା ମଧ୍ୟ ପଢନ୍ତୁ .....ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଏନେଇ ସମ୍ବଲପୁର ଅତିରିକ୍ତ ଏସପି ହରିଶ ଚନ୍ଦ୍ର ପାଣ୍ଡେ କହିଛନ୍ତି,"ଏନେଇ ରେଙ୍ଗାଲି ଥାନାରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣା ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଆଦି ଲାଗିଛି l "

ସେ ଆହୁରି ମଧ୍ୟ କହିଛନ୍ତି,"ପୋଲିସ ଗ୍ରାମବାସୀ ଓ ପ୍ରତ୍ୟକ୍ଷଦର୍ଶୀ, ପ୍ରଥମ ସୂଚନା ଦେଇଥିବା ଲୋକଙ୍କୁ ପଚରା ଉଚରା କରାଯିବ । ସେହି ଆଧାରରେ ପୋଲିସ ତଦନ୍ତ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରିବ । ଘଟଣାସ୍ଥଳରୁ ଏହି ମାମଲା ଜଡିତ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି । ତଦନ୍ତକାରୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି l ନିର୍ଦ୍ଦେଶ ଅନୁସାରେ ସେ ତଦନ୍ତ କରିବେ l ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନାହିଁ l"

ଏହା ମଧ୍ୟ ପଢନ୍ତୁ....ବୋରୱେଲ ଭିତରେ ନବଜାତ; ଶୁଭୁଛି କ୍ରନ୍ଦନ ସ୍ବର, ପ୍ରସବ ପରେ ମା’ ଫିଙ୍ଗିଥିବା ଅଭିଯୋଗ


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.