ETV Bharat / state

ନିଲମ୍ବିତ ହେଲେ ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ, ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେଲ ରେଜିଷ୍ଟ୍ରର ନୃପରାଜ ସାହୁ

author img

By ETV Bharat Odisha Team

Published : Oct 10, 2023, 6:23 PM IST

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ ନିଲମ୍ବିତ
ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ ନିଲମ୍ବିତ

ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ ନିଲମ୍ବିତ । ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରର ନୃପରାଜ ସାହୁ । ଅଧିକ ପଢନ୍ତୁ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ ନିଲମ୍ବିତ

ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ । କାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟାପକଙ୍କୁ ନିଲମ୍ବିତ କଲା ବିଶ୍ୱବିଦ୍ୟାଳୟ । ନିଜ କାର୍ଯ୍ୟରେ ଅବହେଳା କରିବା ଯୋଗୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଶାସ୍ୱତ ପୂଜାରୀ ନିଲମ୍ବିତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ନୃପରାଜ ସାହୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ କୁଳ ସଚିବ ଡକ୍ଟର ନୃପରାଜ ସାହୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଚିଠି ଅନୁଯାୟୀ କୂଳ ସଚିବ ତାଙ୍କୁ ନିଲମ୍ବନ କରିବା ସହ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନଯିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଅନ୍ୟପଟେ ନିଲମ୍ବିତ ସହକାରୀ ପ୍ରଫେସର ଶାଶ୍ୱତ ପୂଜାରୀ କହିଛନ୍ତି, "ସେ ଏପରି କୌଣସି ଚିଠି ପାଇ ନାହାଁନ୍ତି l ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏକ ପ୍ରସଙ୍ଗ ଉପରେ ପ୍ରଶ୍ନ କରିବାରୁ ଆକ୍ରୋଶମୂଳକ ଭାବରେ ତାଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।" ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ 27 ତାରିଖରେ ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ରଜତ କୁଜୁଙ୍କୁ ନିଲମ୍ବିତ କାରଯାଇଥିଲା । ସେହି ବିଭାଗର ମହିଳା ସହକାରୀ ପ୍ରଫେସର ଡ଼ ରୋଶନୀ କୁଜୁରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଅଭ୍ୟନ୍ତରୀଣ କମିଟି ଦ୍ୱାରା ସେ ନିଲମ୍ବିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ...ଛାତ୍ରୀଙ୍କୁ ନିର୍ଯାତନା ପଡ଼ିଲା ମହଙ୍ଗା, ସହକାରୀ ଅଧ୍ୟାପକ ନିଲମ୍ବିତ

ଏହାପରେ ସେପ୍ଟେମ୍ବର 8 ତାରିଖରେ ଜଣେ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ପିଜି ପ୍ରଥମ ବର୍ଷର ଓଡ଼ିଆ ବିଭାଗର ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ପ୍ରଫେସର ଡ଼କ୍ଟର ଶୁକମୁନି ମେହେର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ବିଶ୍ୱ ବିଦ୍ୟାଳୟର 9 ଜଣ ସଦସ୍ୟ ବିଶିଷ୍ଟ ଇଣ୍ଟରନାଲ କମ୍ପ୍ଲେନ୍‌ କମିଟି ଏହି ଅଭିଯୋଗକୁ ନେଇ ଅନୁସନ୍ଧାନ ଆରମ୍ଭ କରିଥିଲେ । ଯେଉଁଥିରେ ଅଭିଯୁକ୍ତ ପ୍ରଫେସରଙ୍କ ବିରୁଦ୍ଧରେ ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ସୂଚନାମୁତାବକ, ପୂର୍ବରୁ ଅଧ୍ୟାପକଙ୍କ ଦ୍ୱାରା ଛାତ୍ରୀଙ୍କୁ ନିର୍ଯାତନାରୁ ଆରମ୍ଭ କରି ଛାତ୍ର ଅଶାନ୍ତିକୁ ନେଇ ବିବାଦରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ । ଖାଲି ସେତିକି ନୁହେଁ, ପ୍ରଶ୍ନପତ୍ର ଲିକ୍‌କୁ ନେଇ ମଧ୍ୟ ପୂର୍ବରୁ ବିବାଦ ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନ ବିଶ୍ୱ ବିଦ୍ୟାଳୟ ଜଣେ ଛାତ୍ରୀଙ୍କୁ ଅଧ୍ୟାପକ ନିର୍ଯାତନା ଦେଇଥିବା ଅଭିଯୋଗରେ ନିଲମ୍ବନ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.