ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦ: ଆରଡିସି ଅଫିସ ଘେରିଲା ABVP, ନିଷ୍ପତ୍ତି ପରିବର୍ତ୍ତନକୁ ଦାବି

author img

By ETV Bharat Odisha Team

Published : Sep 16, 2023, 7:28 AM IST

ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ ଆରଡିସି ଅଫିସ ଘେରିଲା ଏବିଭିପି
ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ ଆରଡିସି ଅଫିସ ଘେରିଲା ଏବିଭିପି

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତିକୁ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି ।ଶୁକ୍ରବାର ସମ୍ବଲପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ନିଷ୍ପତି ପରିବର୍ତ୍ତନ ନକରି ଯଦି ନିର୍ବାଚନ ନ କରାନ୍ତି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଏବିଭିପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ ଆରଡିସି ଅଫିସ ଘେରିଲା ଏବିଭିପି

ସମ୍ୱଲପୁର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ସମ୍ବଲପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ l ଶୁକ୍ରବାର ସମ୍ବଲପୁରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସରକାର ବିରୋଧି ନାରାବାଜି ଦିଆଯାଇଛି । ରାଜ୍ୟ ସରକାର ନିଷ୍ପତ୍ତି ପରିବର୍ତ୍ତନ କରି ଯଥାଶୀଘ୍ର ଛାତ୍ର ନିର୍ବାଚନର ତାରିଖ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି ।

ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରି ସରକାରଙ୍କ ଉପରେ ବର୍ଷିଛି ଏବିଭିପି । ରାଜ୍ୟ ସରକାର ବିନା କାରଣରେ ନିର୍ବାଚନ ବନ୍ଦ କରିଥିବା ଅଭିଯୋଗ କରାଯାଇଛି । ଗତ 5 ବର୍ଷ ହେଲା ରାଜ୍ୟ ସରକାର ନିର୍ବାଚନ ବନ୍ଦ କରିଛନ୍ତି । ତେବେ ନିର୍ବାଚନ ଯୋଗୁଁ ଶିକ୍ଷା ଅନୁଷ୍ଠାନ ଗୁଡିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଯଦି ସରକାର କହୁଛନ୍ତି ତେବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ନାକ୍ ଗ୍ରେଡେସନ କାହିଁକି ଖସିଲା ବୋଲି ଏବିଭିପି ପ୍ରଶ୍ନ କରିଛି l

ଏବିଭିପି ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ଯେଉଁ ଶିକ୍ଷା ଅନୁଷ୍ଠାନ ଉପରେ ନଜର ପକେଇଲେ ଶହ ଶହ ଶିକ୍ଷକ, ଅଣ ଶିକ୍ଷକ ପଦବୀ ଖାଲି ପଡିଛି, ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅଣଛାତ୍ର ଶାସକ ଦଳର ଗୁଣ୍ଡାଙ୍କ ପ୍ରାଦୁର୍ଭାବ ରହିଛି l ଅଣ ଛାତ୍ରଙ୍କୁ ପ୍ରୋତ୍ସାହନ ଦିଆଯାଉଛି, ନିଶା ବେପାରୀଙ୍କ ପ୍ରମୁଖ ସ୍ଥାନ ପାଲଟିଛି ଶିକ୍ଷା ଅନୁଷ୍ଠାନ l ଏଭଳି ସ୍ଥିତିରେ ନିର୍ବାଚନ ନ କରାଇବାର କଣ ପ୍ରାସଙ୍ଗିକତା ରହିଛି ବୋଲି ଏବିଭିପି ପ୍ରଶ୍ନ କରିଛି l

ଏହାମଧ୍ୟ ପଢନ୍ତୁ.. ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି, କଟକରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ସେପଟେ 5ଟି ସଚିବଙ୍କ ଗସ୍ତ ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିିତିକୁ ନେଇ ମଧ୍ୟ କଡା ସମାଲୋଚନା କରିଛି ଏବିଭିପି । ଦଳ ପକ୍ଷରୁ କୁହାଯାଇଛି ଯେ, 5ଟି ସଚିବଙ୍କ ଗସ୍ତ ସମୟରେ ରବିବାର ଦିନ ଛାତ୍ରଛାତ୍ରୀଙ୍କୁ ରାଜନୈତିକ କାର୍ଯ୍ୟକ୍ରମକୁ ଡକାଯାଉଛି । ସଚିବଙ୍କ ଗସ୍ତ ପାଇଁ ପରୀକ୍ଷା ବାତିଲ କରାଯାଉଛି l ହେଲେ ନିର୍ବାଚନ କରାଯାଉନାହିଁ । ବିଜେଡି ସରକାରର 23 ବର୍ଷର ଶାସନରେ ସରକାରୀ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଯାଇଛି ବୋଲି ଅଭିଯୋଗ ଆଣିଛି ଏବିଭିପି ।

ଏହାମଧ୍ୟ ପଢନ୍ତୁ.. ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ତେବେ ଆଗାମୀ ଦିନରେ ରାଜ୍ୟ ସରକାର ନିଜର ନିଷ୍ପତ୍ତି ପରିବର୍ତ୍ତନ କରି ଛାତ୍ରସଂସଦ ନିର୍ବାଚନର ତାରିଖ ଘୋଷଣା ନ କଲେ ଭୁବନେଶ୍ୱରରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.