ETV Bharat / state

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି, କଟକରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

author img

By ETV Bharat Odisha Team

Published : Sep 15, 2023, 7:27 AM IST

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ତେଜୁଛି ଅସନ୍ତୋଷ । ନିର୍ବାଚନ ନକଲେ ଆନ୍ଦୋଳନର ଚେତାବନୀ ଦେଲା ଏବିଭିପି । ଅଧିକ ପଢନ୍ତୁ

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି
ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି

କଟକ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ତେଜୁଛି ଅସନ୍ତୋଷ । ଏହା ବିରୋଧରେ ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ଏହି କ୍ରମରେ କଟକରେ ମଧ୍ୟ ଗତକାଲି(ଗୁରୁବାର) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ବିକ୍ଷୋଭ ପ୍ରଦର୍ଶନ କରିଛି । ଏବିଭିପି ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ପ୍ରତିବାଦ କରାଯାଇଛି । ରାଜ୍ୟ ସରକାର ନେତୃତ୍ବର ଭୃଣହତ୍ୟା କରୁଛନ୍ତି । ଜାଣି ଶୁଣି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରୁଥିବା ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି । ନିର୍ବାଚନ ବନ୍ଦ ହୋଇଗଲେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହୁଏ ନାହିଁ ବରଂ ଛାତ୍ରଛାତ୍ରୀ ନେତୃତ୍ୱ ନେବା ଶିଖିବେ । ତେଣୁ ତୁରନ୍ତ ଏହି ନିର୍ବାଚନ କରିବାକୁ ଦାବି କରିଛି ଏବିଭିପି ।

କ୍ରମାଗତ ଷଷ୍ଠ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ନକରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ଚଳିତ ବର୍ଷର ନିର୍ବାଚନ ହେବନାହିଁ । ଏହାକୁ ନେଇ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ ଯେ, ୨୦୧୮ରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ନିର୍ବାଚନ ହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ଠିକ୍ ସମୟରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥାଏ । ସେହିପରି ନିର୍ବାଚନରେ ଲିଙ୍ଗିଡୋ କମିଶନଙ୍କ ନିୟମକୁ ବି କେହି ମାନନ୍ତି ନାହିଁ । ଏସବୁକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ମାତ୍ର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ର ବିଜେଡି କ୍ୟାମ୍ପସ କମିଟିର ବ୍ୟବସ୍ଥା ହୋଇଛି । ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ କ୍ୟାମ୍ପସ କମିଟି କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରତିବାଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼

ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତି ବିଜୁ ଛାତ୍ର ଜନତା ଦଳ ସ୍ବାଗତ କରୁଛି ବୋଲି କହିବା ସହ ବିରୋଧୀଙ୍କ ପ୍ରତିକ୍ରିୟା ଉପରେ ବି କଡା ଜବାବ ଦେଇଥିଲେ ଦେବୀ ରଞ୍ଜନ । ଅନ୍ୟପଟେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଦାବି ତେଜିବାରେ ଲାଗିଛି । ଗତକାଲି ଛାତ୍ର କଂଗ୍ରେସ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନକୁ ଅଣ୍ଡାମାଡ କରିଥିଲା । ନିର୍ବାଚନ ବନ୍ଦ କରି ସରକାର ଛାତ୍ରଛାତ୍ରୀଙ୍କ ନ୍ୟାର୍ଯ୍ୟ ଅଧିକାରୀ ଛଡାଇ ନେଉଛନ୍ତି । ସାମ୍ବିଧାନିକ ଅଧିକାରକୁ ସଙ୍କୁଚିତ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.