ETV Bharat / state

ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର କାଠପଟା ଜବତ

author img

By

Published : Jun 7, 2022, 10:52 PM IST

ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ଉ : ବିପୁଳ ପରିମାଣର କାଠପଟ୍ଟା ଜବତ
ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ଉ : ବିପୁଳ ପରିମାଣର କାଠପଟ୍ଟା ଜବତ

ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠପଟା ଜବତ । ଅଧିକ ପଢ଼ନ୍ତୁ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠପଟା ଜବତ କରାଯାଇଛି । ସୂଚନାନୁସାରେ ଆଜି ଅପରାହ୍ନରେ ଟିକିରି ବନାଞ୍ଚଳ ଅଧିକାରୀ ଦିବ୍ୟ ମାଧୁରୀ ସେଠୀଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ସ୍ଥାନୀୟ ଏକ ଇଟ୍ଟାଭାଟି ପରିସରର ଏକ ଗୃହରେ ଗଚ୍ଛିତ ଥିବା ୨୦୫ଖଣ୍ଡ ଟିକ, ପଣସ, ଜାମୁକୋଳିର କାଠ ଜବତ କରିଥିଲେ ।

ଟିକିରି ବନାଞ୍ଚଳ ପକ୍ଷରୁ ଚଢ଼ଉ : ବିପୁଳ ପରିମାଣର କାଠପଟ୍ଟା ଜବତ

ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ସୁଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଚଢ଼ାଉ ବେଳେ ଘର ମାଲିକ ଏଲଏନ ସାହୁ ଅନୁପସ୍ଥିତ ଥିବାବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଡାକି ଘଟଣା ସମ୍ପର୍କରେ ପଚରାଉଚୁରା କରାଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.