ETV Bharat / state

ରେଳ ରହଣି ଦାବିରେ ରେଳରୋକ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

author img

By

Published : Nov 2, 2022, 5:18 PM IST

ରେଳ ରହଣି ଦାବିରେ ରେଳରୋକ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ରେଳ ରହଣି ଦାବିରେ ରେଳରୋକ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରେଳ ରହଣି ଦାବିରେ ରେଳରୋକ । ରାୟଗଡ଼ା ଥେରୁବାଲି ରେଳ ଷ୍ଟେସନରେ ରେଳରୋକ । ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ ଏହି ରେଳ ଷ୍ଟେସନରେ ରେଳ ରହଣି ଦାବିରେ ରେଳରୋକ କରାଯାଇଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ୬ ଟି ଟ୍ରେନ ଅଟକି ରହିଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ରାୟଗଡ଼ା: ରେଳ ରହଣି ଦାବିରେ ରେଳରୋକ । ଥେରୁବାଲି ରେଳ ଷ୍ଟେସନରେ ରେଳ ରହଣି ଦାବିରେ ରେଳରୋକ । ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ ଆଜି ସକାଳେ ରେଳରୋକ କରାଯାଇଛି । ୮ ଟି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଥେରୁବାଲି ଷ୍ଟେସନ ନିକଟରେ ଏହି ରେଳରୋକ ହୋଇଛି । ତେବେ ଏହାରି ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରାୟ ୬ଟି ଟ୍ରେନ ଅଟକି ରହିଥିବା ଜଣାପଡ଼ିଛି ।

ରେଳ ରହଣି ଦାବିରେ ରେଳରୋକ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡା ଜିଲ୍ଲା ଥେରୁବାଲି ରେଳଷ୍ଟେସନରେ ରେଳ ରହଣି ଦାବିରେ ଆଜି ସକାଳ ସମୟରୁ ରେଳରୋକ କରାଯାଇଛି । ଥେରୁବାଲି ନାଗରିକ ମଞ୍ଚ ପକ୍ଷରୁ ୮ ଟି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ଥେରୁବାଲି ଷ୍ଟେସନ ଠାରେ ରେଳରୋକ ହୋଇଛି । ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ, ସମତା ଏକ୍ସପ୍ରେସ, କୋରବା ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ, ସମ୍ବଲପୁର- ନାନ୍ଦେଡ ଏକ୍ସପ୍ରେସ ଏପରି ୮ ଟି ଏକ୍ସପ୍ରେସ ରେଳ ରହଣି ଦାବିରେ ଏହି ରେଳରୋକ ଆନ୍ଦୋଳନ କରାଯାଇଛି । ଆନ୍ଦୋଳନକାରୀମାନେ ରେଳ ଧାରଣା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

କରୋନା କଟକଣା ଯୋଗୁଁ ଥେରୁବାଲି ରେଳ ଷ୍ଟେସନରୁ ସମସ୍ତ ଏକ୍ସପ୍ରେସ ଟ୍ରେନ ରହଣିକୁ ବାତିଲ କରିଥିଲା ରେଳ ବିଭାଗ । ହେଲେ ବର୍ତ୍ତମାନ ସୁଦ୍ଧା ତାହା ସ୍ଵଭାବିକ ହୋଇନାହିଁ । ରେଳରୋକ ଆନ୍ଦୋଳନରେ ନାଗରିକ ମଞ୍ଚ ସହ ଜନସାଧାରଣ ମଧ୍ୟ ସାମିଲ ହୋଇଛନ୍ତି । ଆନ୍ଦୋଳନକାରୀ ମାନେ ଥେରୁବାଲି ଷ୍ଟେସନ ଠାରେ ମାଲବାହୀ ରେଳ ଅଟକାଇ ରଖିବା ସହ ରେଳ ଧାରଣା ଉପରେ ବସି ରହିଛନ୍ତି । ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ତେବେ ଏହି ଆନ୍ଦୋଳନ ଯୋଗୁଁ ଟ୍ରେନ ଚଳାଚଳ ଉପରେ ପ୍ରଭାବ ପଡିଛି । ଫଳରେ 18006 ଜଗଦଲପୁର ଠାରୁ କଲିକତା ଯାଉଥିବା ସମଲେଶ୍ଵରୀ ଏକ୍ସପ୍ରେସ ରାୟଗଡ଼ଠାରେ, 12807 ବିଶାଖାପାଟଣା ଠାରୁ ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ପାର୍ବତିପୁର ଠାରେ, 20810 ସମ୍ବଲପୁର ନାନ୍ଦେଡ ସୁପରଫାଷ୍ଟ ବବିଲି ଠାରେ, 18301 ସମ୍ବଲପୁର ଠାରୁ ରାୟଗଡା ସମ୍ବଲପୁର ଏକ୍ସପ୍ରେସ ବିଷମକଟକ ଠାରେ, 12808 ନିଜାମୁଦ୍ଦିନ ଠାରୁ ବିଶାଖାପାଟଣା ସମତା ଏକ୍ସପ୍ରେସ ଅମ୍ବାଦଳା ଠାରେ ଏବଂ 08527 ରାୟପୁର ବିଶାଖାପାଟଣା ସୁଭଦ୍ରାଗଞ୍ଜ ସ୍ପେଶାଲ ଟ୍ରେନ କେନ୍ଦିଳି ରୋଡ ଠାରେ ଅଟକି ରହିଛି । ଏଥିଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.