ETV Bharat / state

ଯୋଗ ସଚେତନତା ନେଇ ଭାରତ ଭ୍ରମଣ: ଚାଲି ଚାଲି କର୍ଣ୍ଣାଟକରୁ ରାୟଗଡାରେ ପହଞ୍ଚିଲେ ଯୋଗ ଶିକ୍ଷକ

author img

By

Published : Mar 12, 2023, 9:38 AM IST

Updated : Mar 12, 2023, 9:56 AM IST

ଯୋଗ ସଚେତନ ବାର୍ତ୍ତା ନେଇ ଭାରତ ଭ୍ରମଣରେ ଯୋଗ ଶିକ୍ଷକ
ଯୋଗ ସଚେତନ ବାର୍ତ୍ତା ନେଇ ଭାରତ ଭ୍ରମଣରେ ଯୋଗ ଶିକ୍ଷକ

ଯୋଗ ସଚେତନ ବାର୍ତ୍ତା ନେଇ ପାଦରେ ଚାଲିଚାଲି ଭାରତ ଭ୍ରମଣରେ କର୍ଣ୍ଣାଟକରୁ ରାୟଗଡାରେ ପହଞ୍ଚିଲେ ଯୋଗ ଶିକ୍ଷକ । ଔଷଧ ନୁହେଁ ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଭଳି ଅମୂଲ୍ୟ ସମ୍ପଦରେ ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ଯୋଗ ଶିକ୍ଷକ କ୍ରୀଷ୍ଣା ନାୟର । ଅଧିକ ପଢ଼ନ୍ତୁ

ଯୋଗ ସଚେତନ ବାର୍ତ୍ତା ନେଇ ଭାରତ ଭ୍ରମଣରେ ଯୋଗ ଶିକ୍ଷକ

ରାୟଗଡା: ମଣିଷକୁ ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ସହ ମାନସିକ ଶାନ୍ତି ଏକାନ୍ତ ଆବଶ୍ୟକ ରହିଛି । ଶାରୀକ ଶକ୍ତି ବୃଦ୍ଧି କରିବ ସହ ମାନସିକ ଶାନ୍ତି ପାଇବା ପାଇଁ ଯୋଗ ସବୁଠାରୁ ଉପକାରୀ । ଯୋଗ ଅନେକ ଫାଇଦା ରହିଥିବା ବେଳେ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । ଯୋଗ ସଚେତନ ବାର୍ତ୍ତା ନେଇ ପାଦରେ ଚାଲିଚାଲି ଭାରତ ଭ୍ରମଣରେ କ୍ରିଷ୍ଣା ନାୟର ନାମକ ଯୋଗ ଶିକ୍ଷକ ବାହାରିଛନ୍ତି । ଏବେ ସେ ରାୟଗଡାରେ ପହଞ୍ଚିଛନ୍ତି ।

ତେବେ କର୍ଣ୍ଣାଟକରୁ ରାୟଗଡରେ ପହଞ୍ଚି ଶିକ୍ଷକ କୋରୋନାରୁ ରକ୍ଷା ପାଇବା ପାଇଁ ଯୋଗ କରିବାକୁ ଉପଦେଶ ଦେଇଛନ୍ତି । କାରଣ ଦେଶରେ ପୁଣି କୋରୋନା ଡରେଇବା ଆରମ୍ଭ କରିଛି । ଦେଶ ତଥା ରାଜ୍ୟରେ ଏଚ3ଏନ2 ଭୂତାଣୁକୁ ନେଇ ବଢାଇଛି ଚିନ୍ତା । ଏଭଳି ସମୟରେ ଔଷଧ ନୁହେଁ ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଭଳି ଅମୂଲ୍ୟ ସମ୍ପଦରେ ସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ଯୋଗ ଶିକ୍ଷକ କ୍ରୀଷ୍ଣା ନାୟର ।

ତେଣୁ ସଚେତନର ବାର୍ତ୍ତା ବାଣ୍ଟିଛନ୍ତି ସୁଦୂର କର୍ଣ୍ଣାଟକ ରାଜ୍ୟ ମହିଶୂରର ଏହି ଯୋଗ ଶିକ୍ଷକ । ଗତ କୋରୋନା କାଳରେ ଯୋଗ ଅଭ୍ୟାସ ଦ୍ବାରା ମଣିଷ ସୁସ୍ଥ ଜୀବନ ବଞ୍ଚିବା ପାରିଛି । ଏଭଳି ଏକ ବାର୍ତ୍ତା ନେଇ ସାରା ଭାରତବାସୀଙ୍କୁ ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଯୁବପିଢି ଏବଂ ଗ୍ରାମାଞ୍ଚଳବାସୀଙ୍କୁ ଯୋଗକୁ ନେଇ ସଚେତନ କରିବା ସହ ପରିବେଶ ସନ୍ତୁଳନ ଉଦ୍ଦେଶ୍ୟରେ ପଦ ଯାତ୍ରାରେ ଭାରତ ଭ୍ରମଣ କରୁଛନ୍ତି ।

ସେ ଅକ୍ଟୋବର 2022ରେ ଏହି ପଦଯାତ୍ରା କର୍ଣ୍ଣାଟକର ମହିଶୂରରୁ ଶୁଭାରମ୍ଭ କରି ଆଜିକୁ 5 ମାସ ମଧ୍ୟରେ କେରଳ, ତାମିଲନାଡୁ , ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଦେଇ ଓଡିଶାରେ ପହଞ୍ଚିଛନ୍ତି । ଏହି ୭ଟି ରାଜ୍ୟ ପଦଯାତ୍ରା ଭ୍ରମଣ କରି ପାଖାପାଖି ୮୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟରେ ଯୋଗ ଶିକ୍ଷା ସାଙ୍ଗକୁ ପରିବେଶ ପରିବର୍ତ୍ତନ ନେଇ ସଚେତନ ବାର୍ତ୍ତା ବାଣ୍ଟିବା ପରେ ଆଜି ରାୟଗଡାରେ ପହଞ୍ଚିଛନ୍ତି । ୫ ମାସ ମଧ୍ୟରେ ୭ ରାଜ୍ୟ ପଦଯାତ୍ରାରେ ଭ୍ରମଣ କରିଥିବା ବେଳେ ଆଉ ୨୧ ରାଜ୍ୟ ରହିଥିବା କହିଛନ୍ତି କ୍ରୀଷ୍ଣା ।

ଏହି ପଦ ଯାତ୍ରା ସମୟରେ ଲକ୍ଷ ରହିଛି ଅନ୍ୟୂନ ଗୋଟିଏ ବିଦ୍ୟାଳୟରେ ସେ ଯୋଗ ଶିକ୍ଷା ବେବା ସହ ଚାଲିବା ରାସ୍ତାରେ ପଡୁଥିବା ଗାଁ ଗୁଡିକର ଲୋକଙ୍କୁ ଜଙ୍ଗଲ ସୁରକ୍ଷା ସାଙ୍ଗକୁ ପରିବେଶ ପରିଚାଳନା ନେଇ ସଚେତନ କରୁଥିବା କହିଛନ୍ତି କ୍ରୀଷ୍ଣା । ଓଡିଶାରେ ଆଉ 10 ଦିନ ରହଣି ପରେ କ୍ରୀଷ୍ଣା ପଶ୍ଚିମବଙ୍ଗ ଦେଇ ଆଗକୁ ନିଜ ଯାତ୍ରା ବଢାଇବେ ବୋଲି କହିଛନ୍ତି ସେ ।

ଇଟିଭି ଭାରତ, ରାୟଗଡା

Last Updated :Mar 12, 2023, 9:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.