ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ, ନକଲି ଡାକ୍ତର ଅଟକ

author img

By

Published : Sep 17, 2022, 9:11 AM IST

ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ, ନକଲି ଡାକ୍ତର ଅଟକ

ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଆକ୍ସନ ମୋଡ଼ରେ ରାୟଗଡା ପ୍ରଶାସନ । କାଶୀପୁର ପରେ ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ କରିବା ସହ ନକଲି ଡାକ୍ତର ଅଟକ । ଅଧିକ ପଢନ୍ତୁ

ରାୟଗଡା: ନକଲି ଡାକ୍ତରରେ ଚାଲିଥିଲା କ୍ଲିନିକ, ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକ ଖୋଲି ଲୋକଙ୍କୁ ପ୍ରଦାନ କରୁଥିଲେ ଚିକିତ୍ସା,ଚଢାଉ କରି କ୍ଲିନିକ ସିଲ(Illegal Clinic Sealed) ସହ ନକଲି ଡାକ୍ତରକୁ ଅଟକ ରଖିଲା ପୋଲିସ । ଏଭଳି ଘଟଣା ଘଟିଛି ରାୟଗଡା ମୁନିଗୁଡା ଅଞ୍ଚଳରେ । ଗିରଫ ନକଲି ଡାକ୍ତର ଜଣଙ୍କ ହେଉଛନ୍ତି ସୁବ୍ରତ ବିଶ୍ବାସ ।

ମିଳିଥିବା ସୂଚନା ଅନୁଯାୟୀ, ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଏବେ ଆକ୍ସନ ମୋଡ଼ରେ ରହିଛି ଜିଲ୍ଲା ପ୍ରଶାସନ । ତେଣୁ ବିଭିନ୍ନ ସ୍ଥାନରେ ଚଢାଉ କରି ବେଆଇନ କ୍ଲିନିକ ସିଲ କରୁଛି ଜିଲ୍ଲା ପ୍ରଶାସନ । ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଏକ ଘରୋଇ କ୍ଲିନିକରେ ଚିକିତ୍ସା ଚାଲିଥିବା ବେଳେ ଚଢାଉ କରି ସିଲ କରିଛି ପ୍ରଶାସନ । ଶୁକ୍ରବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନାଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଡିଗ୍ରୀ ନଥାଇ ଡାକ୍ତର ବାବେ ଚିକିତ୍ସା କରୁଥିବା ସୁବ୍ରତ ବିଶ୍ବାସକୁ ପୋଲିସ ଥାନାରେ ଅଟକ ରଖିବା ସହ କ୍ଲିନିକକୁ ସିଲ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆଜି ବିରାଜିବେ ବିଶ୍ବ ବିନ୍ଧାଣୀ, ଦେବଶିଳ୍ପୀଙ୍କ ଆଗମନରେ ଉତ୍ସବ ମୁଖର ପୁରପଲ୍ଲୀ

ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ, ନକଲି ଡାକ୍ତର ଅଟକ
ମୁନିଗୁଡ଼ାରେ ବେଆଇନ କ୍ଲିନିକ ସିଲ, ନକଲି ଡାକ୍ତର ଅଟକ

ଏହା ପୂର୍ବରୁ ଗତ ଜୁଲାଇ ମାସରେ କାଶୀପୁର ଅଞ୍ଚଳରେ ଏକ କ୍ଲିନିକକୁ ସିଲ କରିଥିଲା ପ୍ରଶାସନ । ସେହି ସମୟରେ ହଇଜା ବ୍ୟାପୁଥିବାରୁ ଲୋକେ ସରକାରୀ ଡାକ୍ତରଖାନାକୁ ନଯାଇ କ୍ଵାକ କିମ୍ବା ବେଆଇନ କ୍ଲିନିକ ଗୁଡିକରେ ଚିକିତ୍ସିତ ହେଉଥିଲେ, ଫଳରେ ଏନେକ ସମୟରେ ହଇଜା ଆକ୍ରାନ୍ତଙ୍କ ଜୀବନ ମଧ୍ୟ ଯାଉଥିଲା । ଏହି ଖବର ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗ ଟିକିରି ସ୍ଥିତ ଶିବଶକ୍ତି ନାମକ ଔଷଧ ଦୋକାନ ସହ ବେଆଇନ ଭାବେ ଚାଲୁଥିବା ଏକ ଘରୋଇ କ୍ଲିନିକକୁ ସିଲ୍ କରିଥିଲା । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପାନବନ୍ଧ ଗ୍ରାମର ବିଟା ମାଝୀ ଏହି କ୍ଲିନିକରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବାର ପରିବାର ଲୋକ ଅଭିଯୋଗ କରିଥିଲେ ।

ଏ ସମ୍ପର୍କରେ ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ମାମଲାର ତଦନ୍ତ କରି କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତହସିଲଦାର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ୍ରଗ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ କ୍ଲିନିକ ଏବଂ ଔଷଧ ଦୋକାନକୁ ସିଲ୍ କରାଯାଇଛିଲା । ଏହାସହ ବେଆଇନ କ୍ଲିନିକ କିମ୍ବା କ୍ବାକ୍‌କୁ ନ ଯାଇ ସିଧାସଳଖ ସରକାରୀ ଡାକ୍ତରଖାନା ଯିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ରାୟଗଡା ସିଡିଏମଓ ଡାକ୍ତର ଲାଲମୋହନ ରାଉତରାୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.