ଆଜି ବିରାଜିବେ ବିଶ୍ବ ବିନ୍ଧାଣୀ, ଦେବଶିଳ୍ପୀଙ୍କ ଆଗମନରେ ଉତ୍ସବ ମୁଖର ପୁରପଲ୍ଲୀ

author img

By

Published : Sep 17, 2022, 7:13 AM IST

ଆଜି ବିଶ୍ୱ ବିନ୍ଧାଣିଙ୍କ ପୂଜା, ଅସ୍ତ୍ରର ନିର୍ମାଣକର୍ତ୍ତାଙ୍କୁ ପୂଜିବ ସାରା ବିଶ୍ବ
ଆଜି ବିଶ୍ୱ ବିନ୍ଧାଣିଙ୍କ ପୂଜା, ଅସ୍ତ୍ରର ନିର୍ମାଣକର୍ତ୍ତାଙ୍କୁ ପୂଜିବ ସାରା ବିଶ୍ବ ()

ଆଜି ବିଶ୍ବକର୍ମା ପୂଜା । ଉତ୍ସବ ମୁଖର ହୋଇ ଉଠିଛି ପୂରଠୁ ପଲ୍ଲୀ । ବିଶେଷ କରି ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରବାଦ: ଆଜି ବିଶ୍ୱ ବିନ୍ଧାଣିଙ୍କ ପୂଜା(Vishwakarma Puja)... କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ନିର୍ମାଣର ସେ ଦେବତା । ଆଜି ସେହି ବିମାନ ରଥ, ଆୟୁଧ ଓ ଅସ୍ତ୍ରର ନିର୍ମାଣକର୍ତ୍ତାଙ୍କୁ ପୂଜିବ ସାରା ବିଶ୍ବ । ବିଶ୍ବକର୍ମା ହେଉଛନ୍ତି ବୈଦିକ ଦେବତା । ଋଗବେଦ ଅନୁସାରେ ବିଶ୍ବକର୍ମା ହେଉଛନ୍ତି ବିଶ୍ବର ଦୈବୀଯନ୍ତ୍ରୀ । ଉପନିଷେଦ ଅନୁୟାୟୀ ‘ବ୍ରାହ୍ମଣ’ ଏବଂ ‘ପୁରୁଷ’ ଚିନ୍ତାଧାରାର ପ୍ରବର୍ତ୍ତକ ମଧ୍ୟ ହେଉଛନ୍ତି ବିଶ୍ବକର୍ମା । ପ୍ରଜାପତି ବ୍ରହ୍ମାଙ୍କ ନାଭି କମଳରୁ ବିଶ୍ବକର୍ମାଙ୍କ ଜନ୍ମ ବୋଲି ପୁରାଣରେ ବର୍ଣ୍ଣିତ ରହିଛି ।

କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ ଦେବଶିଳ୍ପୀ ବିଶ୍ବକର୍ମା । ଲୋକେ ତାଙ୍କୁ ତ୍ବଷ୍ଟା ନାମରେ ମଧ୍ୟ ଜାଣନ୍ତି । ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବାର ଦୃଷ୍ଟିଗୋଚର ହେଇଥାନ୍ତି । ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ । ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ । ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି । ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ । ଦେବତାମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ଏହାଙ୍କଦ୍ୱାରା ବିନିର୍ମିତ । ସ୍ୱର୍ଗର ଅମରାବତୀ ହିଁ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ବୋଲି କୁହାଯାଏ ।

ଏହା ମଦ୍ୟ ପଢନ୍ତୁ-ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

ଦେବତାମାନଙ୍କ ସମସ୍ତ ଶସ୍ତ୍ର, ବିମାନ ଆଦି ବିଶ୍ବକର୍ମା ନିର୍ମାଣ କରିଥାନ୍ତି । ମର୍ତ୍ତ୍ୟଲୋକରେ ମଧ୍ୟ ନିର୍ମାଣ ହୋଇଥିବା ବଢେଇଙ୍କ ଯନ୍ତ୍ରପାତି, କଳକାରଖାନା ମେସିନ୍ ଆଦି ବିଶ୍ବକର୍ମାଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶରେ ନିର୍ମାଣ ବୋଲି ବିଶ୍ବାସ ରହିଛି । ଆଜି ବିଶ୍ବକର୍ମା ପୂଜା ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ । ବିଶେଷ କରି ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିଳ୍ପାଞ୍ଚଳ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବର୍ଷବର୍ଷ ଧରି ଯେଉଁ କାରଖାନା ରୋଜଗାର ତଥା ସାମଗ୍ରୀ ଦେଇଛି ଏବଂ ଯେଉଁ ମେସିନ୍ ଆମ ଶ୍ରମକୁ ଲାଘବ କରି କାର୍ଯ୍ୟକୁ ସହଜ କରାଇଛି ଆଜି ସେହି ଯନ୍ତ୍ରପାତିକୁ ବିରାମ ଦେଇ କୃତଜ୍ଞତା ଜଣାଇବାର ଦିନ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ପୂଜା ପାଇବେ ବିଶ୍ବକର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.