ETV Bharat / state

ରାୟଗଡାରେ ଗର୍ଜିଲା ବିଜେପି, ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରିଲା ଦଳ

author img

By ETV Bharat Odisha Team

Published : Dec 9, 2023, 6:44 AM IST

ରାୟଗଡାରେ ଗର୍ଜିଲା ବିଜେପି , ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରିଲା ଦଳ
ରାୟଗଡାରେ ଗର୍ଜିଲା ବିଜେପି , ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରିଲା ଦଳ

Rayagada BJP Protest: ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଜେକେ କାଗଜ କଳ ଓ ଇମ୍ଫା କମ୍ପାନୀରେ ରାୟଗଡା ବ୍ଲକର ୮୦ ଭାଗ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ଦାବି । ଅଧିକ ପଢନ୍ତୁ

ରାୟଗଡାରେ ଗର୍ଜିଲା ବିଜେପି , ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରିଲା ଦଳ

ରାୟଗଡା: ରାୟଗଡାରେ ଗର୍ଜିଲା ବିଜେପି । ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୌରପରିଷଦ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି ବିଜେପି । ଏହାସହ ପ୍ରଶାସନକୁ ୨୧ ଦଫା ଦାବିପତ୍ର ମଧ୍ୟ ପ୍ରଦାନ କରିଛି ଦଳ । ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶହ ଶହ କର୍ମୀ ଓ ନେତା ଏକଜୁଟ୍ ହୋଇ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୋଧରେ ନାରାବାଜି କରିବା ସହ ପୌରିପରିଷଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।

ବିଜେପି ଦାବି କରିଛି ରାୟଗଡା ବ୍ଲକର ଭୂମିହୀନ ଗରିବଙ୍କୁ ଯଥାଶୀଘ୍ର ଜମି ପ୍ରଦାନ କରିବା ସହ ମନରେଗା ଯୋଜନାରେ ୨୦୦ ଦିନର କାମ, ଜେକେ କାଗଜ କଳ ଓ ଇମ୍ଫା କଂପାନୀରେ ରାୟଗଡା ବ୍ଲକର ୮୦ ଭାଗ ଯୁବକଯୁବତୀଙ୍କୁ ନିଯୁକ୍ତି, ବେରୋଜଗାର ଯୁବକ ଯୁବତୀଙ୍କୁ ମାସିକ ୫ ହଜାର ଭତ୍ତା ପ୍ରଦାନ, ଜମିହୀନ ପରିବାରଙ୍କୁ ଚାରି ଡିସିମିଲି ଜମି ଡିହ ପ୍ରଦାନ, ରାୟଗଡା ବ୍ଲକର ବିହନ ଗଚ୍ଛିତ ପାଇଁ ଶୀତଳଭଣ୍ଡାର ସ୍ଥାପନ, ଚାଷୀଙ୍କ ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣର ସୁବିଧା କରିବା ।

ଏହା ମଧ୍ୟ ପଢନ୍ତୁ...ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନି ପିଏମଶ୍ରୀ ଯୋଜନା: ବିଜପି

ଏହା ସହ ଚାଷୀଙ୍କୁ ଠିକ୍ ସମୟରେ ବିହନ ଯୋଗାଇଦେବା, ନୀଳଗିରି ଚାଷୀଙ୍କୁ ଉଚିତ୍ ପ୍ରାପ୍ୟ ପ୍ରଦାନ, ରାୟଗଡା ବ୍ଲକର ପ୍ରତ୍ୟେକ ଗ୍ରାମରେ ସୋଲାର ଓ ଷ୍ଟ୍ରିଟ ଲାଇଟ୍ ଲଗାଇବା, ଗୋପାଳନ ହିତାଧିକାରୀଙ୍କୁ ଚୟନକରି ଗୋଶାଳା ଯୋଗାଇଦେବା, ବ୍ଲକରେ ଚାଲିଥିବା ପିସି କାରବାରକୁ ବନ୍ଦ କରିବା, ବ୍ଲକରେ କୃଷକ ବଜାର ଖୋଲିବା, ବୃଦ୍ଧା ଓ ବିଧବାଙ୍କୁ ମାସିକ ଭତା ୩ ହଜାର ପ୍ରଦାନ, ପୌରପରିଷଦ ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାର ସୁଦୃଢିକରଣ କରାଯିବା, ରାୟଗଡା ବ୍ଲକରେ ଖାଲି ପଡିଥିବା ଶିକ୍ଷକ ପଦବୀ ଯଥାଶୀଘ୍ର ପୂରଣ କରିବା ସହ ଗ୍ରାମାଚଂଳ ଓ ସହରାଚଂଳ ବାସିନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗଣର ବ୍ୟବସ୍ଥା କରିବା ପାଇଁ ବିଜେପି ତରଫରୁ ଦାବି କରାଯାଇଛି ।

ଏହି କାର୍ଯକ୍ରମରେ ସାଧାରଣ ସଂପାଦକ କିଶୋର ପଣ୍ଡା, ଜାତୀୟ ଏସଟି ମୋର୍ଚ୍ଚା ସାଧାରଣ ସଂପାଦକ କାଳୀରାମ ମାଝି, ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ବସନ୍ତ ଉଲ୍ଲାକା, ଜିଲ୍ଲା ଉପ-ସଭାପତି ପଦ୍ମନାଭ ଦାଶ, ନଗର ସଭାନେତ୍ରୀ ମଂଜୁଳା ମିଣିୟାକା, ସଂପାଦକ ପ୍ରତାପ ପୁଆଲା, ଯୁବମୋର୍ଚ୍ଚା ସଭାପତି ଉମେଶ ଖୋସଲା, ମହିଳା ମୋର୍ଚ୍ଚା ସଭାନେତ୍ରୀ ବି.ଲଷ୍ମୀ, ପ୍ରମୁଖ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...'ଆଦିବାସୀଙ୍କ ଭୋଟ ହାତେଇବାକୁ ପ୍ରୟାସ କରୁଛି ବିଜେଡ଼ି'

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.