ETV Bharat / state

ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନି ପିଏମଶ୍ରୀ ଯୋଜନା: ବିଜପି

author img

By ETV Bharat Odisha Team

Published : Dec 7, 2023, 7:34 PM IST

ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଘରୋଇ ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର କରିବାକୁ ଯାଉଛନ୍ତି । ମାଗଣା ଜମି ସହ 300 କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଏହି ଘରୋଇ ବିଶ୍ବବିଦ୍ୟାଳୟରେ 30 ପ୍ରତିଶତ ମେରିଟରେ ସଂରକ୍ଷଣ ଅଛି । କୋର୍ସ ଫି ବ୍ୟୟବହୁଳ ଅଛି । ସାଧାରଣ ଓଡ଼ିଆ ଗରିବ ପିଲା ଏତେ ଟଙ୍କା ଦେଇ ଆଡ଼ମିଶନ କରି ପାରିବେ ନାହିଁ । ଅଧିକ ପଢନ୍ତୁ

ଓଡିଶାରେ କାହିଁକି କାର୍ଯ୍ୟକାରୀ  ହେଉନାହିଁ ପିଏମଶ୍ରୀ ଯୋଜନା: ବିଜପି
ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନାହିଁ ପିଏମଶ୍ରୀ ଯୋଜନା: ବିଜପି

ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନାହିଁ ପିଏମଶ୍ରୀ ଯୋଜନା: ବିଜପି

ଭୁବନେଶ୍ବର: ରାଜ୍ୟରେ କାହିଁକି ପିଏମଶ୍ରୀ, ପିଏମ ରୁଷା ଓ ମେରିଟ ଭଳି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉନାହିଁ। କେନ୍ଦ୍ର ସରକାରଙ୍କ ଫ୍ଲାଗ ସିପ ଯୋଜନା ଲାଗୁ କରିବାର ଅସୁବିଧା କେଉଁଠି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢିଯିବ ବୋଲି କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ଲାଗୁ କରୁନାହାନ୍ତି କି? ଆଜି ପ୍ରେସମିଟ କରି ଏଭଳି ନିଶାନା କରିଛି ରାଜ୍ୟ ବିଜେପି।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, ‘‘କାହିଁକି ପିଏମଶ୍ରୀ, ପିଏମ ରୁଷା ଏବଂ ମେରିଟ ଯୋଜନା ଭଳି କେନ୍ଦ୍ର ସରକାରଙ୍କ ଫ୍ଲାଗ ସିପ ଯୋଜନା ଲାଗୁ କରୁନାହାନ୍ତି ବିଜେଡ଼ି ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢିଯିବ ବୋଲି କେନ୍ଦ୍ରୀୟ ଯୋଜନା ରାଜ୍ୟ ସରକାର ଲାଗୁ କରୁନାହାନ୍ତି କି? କେନ୍ଦ୍ର ସରକାରଙ୍କ ଯୋଜନାକୁ ଷଡ଼ଯନ୍ତ୍ର କରି ଲାଗୁ କରୁନାହାନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ଖବରକାଗଜରେ ଘରୋଇ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଜ୍ଞାପନ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଦୟନୀୟ ସ୍ଥିତିରେ ଅଛି। ’’

ଅଧିକ ପଢନ୍ତୁ- ରାଜ୍ୟ ସରକାରଙ୍କୁ ସମସ୍ତ ଯୋଜନାର ସ୍ଥିତି କଣ: ବିଜେପି

ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଘରୋଇ ବିଶ୍ବବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର କରିବାକୁ ଯାଉଛନ୍ତି । ମାଗଣା ଜମି ସହ 300 କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ଏହି ଘରୋଇ ବିଶ୍ବବିଦ୍ୟାଳୟରେ 30 ପ୍ରତିଶତ ମେରିଟରେ ସଂରକ୍ଷଣ ଅଛି । କୋର୍ସ ଫି ବ୍ୟୟବହୁଳ ଅଛି । ସାଧାରଣ ଓଡ଼ିଆ ଗରିବ ପିଲା ଏତେ ଟଙ୍କା ଦେଇ ଆଡ଼ମିଶନ କରି ପାରିବେ ନାହିଁ । ଏସସି, ଏସଟି ଏବଂ ଓବିସି କାହିଁକି ସଂରକ୍ଷଣ ପାଇପାରିବେ ନାହିଁ । ଦଳ ଆହୁରି କହିଛି କେନ୍ଦ୍ର ସରକାରଙ୍କ ସହ ଶିକ୍ଷା ସମ୍ବନ୍ଧୀୟ 3ଟି ଏମଓୟୁ କରୁନାହାନ୍ତି କାହିଁକି ରାଜ୍ୟ ସରକାର । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖିବା ସହ କହିବା ପରେ ମଧ୍ୟ ସରକାର ଲାଗୁ କରୁନାହାନ୍ତି ପିଏମଶ୍ରୀ ଯୋଜନା । ଯାହାଫଳରେ ଓଡ଼ିଶାର 800 ସ୍କୁଲ ପ୍ରଭାବିତ ହେବେ ଏବଂ 1600 କୋଟି ଓଡ଼ିଶା ହରାଇବ । ପିଏମଶ୍ରୀ ଲାଗୁ ହେଲେ ରାଜ୍ୟ ସରକାରଙ୍କ କ୍ଷତି କଣ ବୋଲି ଦଳ ପ୍ରଶ୍ନ କରିଛି ।

ସେହିପରି ବିଜେପି କହିଛି ମେରିଟ ଯୋଜନା ମଧ୍ୟ ଏମଓୟୁ କରୁନାହାନ୍ତି ରାଜ୍ୟ ସରକାର । 62 ହଜାର ସ୍କୁଲ ଓଡ଼ିଶାରେ ଅଛି । 6 ହଜାର ସ୍କୁଲ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ହାତକୁ ନେଇଛନ୍ତି 5T ମାଧ୍ୟମରେ। ହେଲେ 58 ହଜାର ସ୍କୁଲ ରୂପାନ୍ତରଣ ହୋଇନାହିଁ କାହିଁକି । 4000 କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି । ଏଥିରେ ବଡ ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିଛି । ଦଳ ପ୍ରଶ୍ନ କରିଛି 5T ସ୍କୁଲ ମାନଙ୍କର ସ୍ଥିତି ଏବେ କଣ। ସରକାରୀ ସ୍କୁଲ କୁ ସାବତ ପୁଅ ଭଳି ଦେଖୁଛନ୍ତି ସରକାର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.