ETV Bharat / state

ଭକ୍ତଙ୍କୁ ଟାଣୁଛି, ଗୁଣ୍ଡିଚା ଭକ୍ତନିବାସ ହରିଶଙ୍କର ମନ୍ଦିରର ସ୍ଵତନ୍ତ୍ର ଉପବନ

author img

By ETV Bharat Odisha Team

Published : Dec 4, 2023, 2:49 PM IST

special garden
special garden

ପୁରୀ ଗୁଣ୍ଡିଚା ଭକ୍ତନିବାସ ନିକଟସ୍ଥ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଉପବନକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ସିଏସଆଇଆର ଡି.ଜି ଶ୍ରୀମତୀ ଏନ. କଲାଇସେଲଭି ଲୋକାର୍ପଣ କରିଛନ୍ତି । ଅଧିକ ପଢ]ନ୍ତୁ

ହରିଶଙ୍କର ମନ୍ଦିରର ସ୍ଵତନ୍ତ୍ର ଉପବନ

ପୁରୀ: ମହାପ୍ରଭୁଙ୍କ ପାଇଁ ଆଉ ରହିବନି ଫୁଲର ଅଭାବ । ପୁରୀର ଗୁଣ୍ଡିଚା ଭକ୍ତ ନିବାସସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ଵତନ୍ତ୍ର ଅଭିନବ ଉପବନ ଲୋକାର୍ପିତ ହୋଇଛି । ଏହାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ଓ ସିଏସଆଇଆର ଡି.ଜି ଏନ. କଲାଇସେଲଭି ଲୋକାର୍ପଣ କରିଛନ୍ତି । ତେବେ ଏହି ଉପବନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବିଭିନ୍ନ ତୁଳସୀ, ପୁଷ୍ପ ଏବଂ ଦୟଣା ଆଦି ଗଛ ଏଠାରେ ଲଗାଯାଇଛି l

ତେବେ ଏହି ଉପବନରେ ନୀଳଚକ୍ର ଏବଂ ସୂର୍ଯ୍ୟଚକ୍ର ଆକୃତିର ଗଛ ଲଗାଯାଇଛି । ଏହା ସହ ବିଭିନ୍ନ ଗ୍ରହକୁ ନେଇ ମଧ୍ୟ ଅନେକ ବୃକ୍ଷ ଏହି ଉପବନରେ ସ୍ଥାନ ପାଇଛନ୍ତି l ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ଭକ୍ତ ନିବାସରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ବିଭିନ୍ନ ପୁଷ୍ପ ଏବଂ ତୁଳସୀ ଲଗାଯାଇଛି l ଏହା ଭକ୍ତ ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନ ସ୍ୱରୂପ କରଯାଇଛି। ତେବେ ଭକ୍ତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କେଉଁ ଫୁଲ ଲାଗି ହେଉଛି ତାହା ଜାଣି ପାରିବେ। ସେହିପରି ଆଗାମୀ ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଖାଲି ପଡ଼ିଥିବା ଜମିଗୁଡିକରେ ବିଭିନ୍ନ ଉପବନ ସୃଷ୍ଟି କରାଯିବ । ଏଥି ସହ ମହାପ୍ରଭୁଙ୍କ ସେବାରେ ଲାଗୁଥିବା ତୁଳସୀ ଓ ପୁଷ୍ପ ଗଛ ଲଗାଯାଇ ମହାପ୍ରଭୁଙ୍କ ସେବା ପୂଜା ଲାଗି ପଠାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ଏନେଇ ସିଏସଆଇଆର ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଏଣିକି ଶ୍ରୀମନ୍ଦିର ଭକ୍ତଙ୍କୁ ମିଳିବ ଖରା ବର୍ଷାରୁ ମୁକ୍ତି, ବଡ଼ଦାଣ୍ଡରେ ନିର୍ମାଣ ହେବ ଏସି କରିଡର

ସିଏସଆଇଆର ଜ୍ଞାନ କୌଶଳରେ ଏହି ବଗିଚା ସୃଷ୍ଟି କରାଯିବା ଫଳରେ ଆଗାମୀ ଦିନରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଫୁଲର ଆଉ ଅଭାବ ରହିବ ନାହିଁ । ବାହାରୁ ଆଉ ଫୁଲ କିଣାଯିବ ନାହିଁ । ମହାପ୍ରଭୁଙ୍କ ନିଜସ୍ଵ ଫୁଲ ଉଦ୍ୟାନ ରହିବ । ସେହି ଉଦ୍ୟାନରୁ ଫୁଲ ସଂଗ୍ରହ କରାଯାଇ ମହାପ୍ରଭୁଙ୍କ ସେବା ପୂଜା ପାଇଁ ଶ୍ରୀମନ୍ଦିରକୁ ପଠାଯିବ । ସେପଟେ ଏନେଇ ସିଏସଆଇଆର ଡିଜି କହିଛନ୍ତି ଯେ, "ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପାଇଁ ଫୁଲ ଉଦ୍ୟାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସିଏସଆଇଆରର ସହଯୋଗ ନେବା ଏକ ବଡ଼ କଥା। ଏହା ଆମକୁ ବେଶ୍ ଉତ୍ସାହିତ କରିବ । ଆଗାମୀ ଦିନରେ କିଭଳି ମହାପ୍ରଭୁଙ୍କ ପାଇଁ ଫୁଲ ଉଦ୍ୟାନ ହୋଇ ପାରିବ ସେନେଇ ସିଏସଆଇଆର ସବୁବେଳେ ସହଯୋଗ ଯୋଗାଇବ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.