ETV Bharat / state

Non-Servitors on Chariot: ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

author img

By

Published : Jul 9, 2023, 5:33 PM IST

Etv Bharat
Etv Bharat

ରଥ ଉପରେ ଅଣସେବାୟତ ଚଢିବା ଘଟଣା । ପୁରୀ ଜିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ସହ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ପୁରୀ: ରଥ ଉପରେ ଅଣସେବାୟତ ଚଢି ଭିଡିଓ ଓ ରିଲ୍ସ କରି ସୋସିଆଲ ମିଡିଆରେ ସେୟାର କରିବା ଘଟଣା । ଏନେଇ ଜିଲ୍ଲା ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । କୌଣସି ଅଣସେବାୟତ ରଥ ଉପରେ ଚଢିବା ବା ମହାପ୍ରଭୁଙ୍କୁ ଶ୍ରୀଅଙ୍ଗକୁ ସ୍ପର୍ଶ କରିବା ନେଇ ବାରଣ ରହିଛି । କିନ୍ତୁ ଅନେକ ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିଛି ।

Non-Servitors on Chariot
ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ ଗ୍ରାହୀମାନଙ୍କୁ ଏକ ଚିଠି କରିଥିଲେ । ଯାହାର ଚିଠି ନମ୍ବର XII-15/2023 । ଯେଉଁ ଚିଠିର 4 ନମ୍ବରରେ ଉଲ୍ଲେଖ ଅଛି ରଥ ଉପରେ କେହି ମୋବାଇଲ ଫୋନ୍‌ ବ୍ୟବହାର କରିବେ ନାହିଁ ଓ 5 ନମ୍ବରରେ ଉଲ୍ଲେଖ ଅଛି କୌଣସି ଅଣସେବକ ରଥ ଉପରେ ରହିବେ ନାହିଁ । କିନ୍ତୁ ଅନେକ ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି ।

Non-Servitors on Chariot
ଯୁବ ଅଧିଵକ୍ତା ମଞ୍ଚ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ଏହା ବି ପଢନ୍ତୁ- ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କଲେ ଅଣସେବାୟତ, ଭକ୍ତ ମହଲରେ ତୀବ୍ର ଅସନ୍ତୋଷ

ମଞ୍ଚ ଏତଲାରେ ଉଲ୍ଲେଖ କରିଛି ଯେ ରଥ ଉପରକୁ କିଛି ଅଣ ସେବାୟତ ଯାଇ ଠାକୁରଙ୍କୁ ସ୍ପର୍ଶ କରିବା ସହିତ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ବିଭିନ୍ନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଓ ଅନେକ ରଥ ଉପରେ ଠାକୁରଙ୍କ ପାଖରୁ ରିଲ୍ସ କରିଥିବା ଦେଖିବାକୁ ମିଳିଛି । ଯାହା ସାମାଜିକ ଗଣମାଧ୍ୟମରେ ବିପୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ମହାପ୍ରଭୁଙ୍କ ଗୁପ୍ତ ନୀତି ପୋଷାକ ବଦଳା ଭିଡିଓ ବି ସୋସିଆଲ ମିଡିଆରେ ଛଡ଼ା ଯାଇଛି । ଯାହାକି କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଙ୍ଘନ କରିଛି ।

ଏଣୁ ମଞ୍ଚ କହିଛି ଉପଯୁକ୍ତ ତଦନ୍ତ କରି ସମସ୍ତଙ୍କ ଫେସବୁକକୁ ଯାଞ୍ଚ କରିବା ସହ ଯେଉଁମାନେ ରଥ ଉପରେ ଫଟୋ ଭିଡିଓ କରିଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (IPC)ର ଦଫା 295,295A, 296 ଅନୁସାରେ ମକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ଏତଲା ଦର୍ଶାଯାଇଛି । ଏତେ ସଂଖ୍ୟକ ଅଣସେବାୟତ ରଥ ଉପରକୁ କିପରି ଚଢ଼ିଲେ ତାହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମଞ୍ଚ ଅଭିଯୋଗ କରିଛି । ଉକ୍ତ ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ କୁମାର ସାହୁ, ଉମାଶଙ୍କର ସାହୁ, ବିଚିତ୍ରା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.