ETV Bharat / state

ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ, ୧୪ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Nov 10, 2021, 10:33 PM IST

ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପୁରୀ ଜିଲ୍ଲାରେ ଆରମ୍ଭ କରିବାକୁ ଯାଉଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା । ଘରୋଇ ସ୍କୁଲ ଭଳି ଚକାଚକ୍ ରୁମ୍ । ଇ-ଲାଇବ୍ରେରୀ, ଲାବ୍ରୋଟୋରୀ, ଇଣ୍ଟରନେଟ ସୁବିଧା ସହ ପାଠପଢା ଉପକରଣ ସବୁକିଛି ପ୍ରସ୍ତୁତ । ଅଧିକ ପଢନ୍ତୁ...

ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ
ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ

ପୁରୀ: ଘରୋଇ ସ୍କୁଲ ଭଳି ଚକାଚକ୍ ରୁମ୍ । ଇ-ଲାଇବ୍ରେରୀ, ଲାବ୍ରୋଟୋରୀ, ଇଣ୍ଟରନେଟ ସୁବିଧା ସହ ପାଠପଢା ଉପକରଣ ସବୁ କିଛି ପ୍ରସ୍ତୁତ। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ପୁରୀ ଜିଲ୍ଲାରେ ଆରମ୍ଭ କରିବାକୁ ଯାଉଛନ୍ତି ସ୍ବତନ୍ତ୍ର ବ୍ୟବସ୍ଥା ।

ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ
ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ

ଜିଲ୍ଲାରେ ୬୦ଟି ସରକାରୀ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଉଥିବାବେଳେ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ସେହିପରି ପୁରୀ ସହରରେ ଚାରୋଟି ହାଇସ୍କୁଲ ବିଶ୍ବମ୍ବର ବିଦ୍ୟାପୀଠ, ଭୋଳାନାଥ, ବିଦ୍ୟାପୀଠ, ସରକାରୀ ବାଳିକା ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଛି ।

ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ
ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ
ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ
ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ

ଆସନ୍ତା ୧୪ ତାରିଖ ଶିଶୁ ଦିବସ ଅବସରରେ ଏହି ସ୍ମାର୍ଟ ସ୍କୁଲ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି ଜିଲ୍ଲାପାଳ ।


ସରକାରୀ ସ୍କୁଲରେ ଶିକ୍ଷାଦାନରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଏହି ସ୍ମାର୍ଟ ସ୍କୁଲର ପରିକଳ୍ପନା କରିଛନ୍ତି। ଛାତ୍ରଛାତ୍ରୀ ନିଜ ସ୍କୁଲରେ ଇଣ୍ଟରନେଟ ବ୍ୟବହାର ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ ହୋଇଥିବା ସ୍ମାର୍ଟ କ୍ଲାସ ରୁମରେ ପାଠ ପଢିବେ।

ସ୍ମାର୍ଟ କ୍ଲାସରୁମରେ ପଢିବେ ପୁରୀ ଜିଲ୍ଲା ଛାତ୍ରଛାତ୍ରୀ

ଏହାଦ୍ବାରା ଛାତ୍ରଛାତ୍ରୀ ମଧ୍ୟରେ ଆତ୍ମବିଶ୍ଵାସ ବଢିବା ସହ ଉନ୍ନତ ମାନର ଜ୍ଞାନ ହାସଲ କରିପାରିବେ। ତେବେ ରାଜ୍ୟ ସରକାରଙ୍କ ଏହି ଅଭିନବ ପରିକଳ୍ପନାକୁ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି ।

ଅତୀତରେ ସରକାରୀ ସ୍କୁଲରେ ଅନେକ ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ଭଲଭାବେ ପାଠ ପଢି ପାରୁନଥିବା ଅଭିଯୋଗ ହୋଇ ଆସୁଥିଲା। ଏବେ ସରକାରଙ୍କ ଏହି ସ୍ମାର୍ଟ ସ୍କୁଲର ଯୋଜନା ନିଶ୍ଚିତ ଭାବେ ସଫଳ ହେବ ବୋଲି ସମସ୍ତଙ୍କର ଆଶା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.