ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପ୍ରସଙ୍ଗ, କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ଏସପି

author img

By

Published : Dec 6, 2022, 1:41 PM IST

Updated : Dec 6, 2022, 1:57 PM IST

ଶ୍ରୀମନ୍ଦିର ଡ୍ରୋନ କ୍ୟାମେରା ଫଟୋ ଉତ୍ତୋଳନ ପ୍ରସଙ୍ଗ, କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ଏସପି

ଗତ ଡିସେମ୍ବର 3 ତାରିଖରେ ହୋଇଥିବା ଶ୍ରୀମନ୍ଦିର ଡ୍ରୋନ କ୍ୟାମେରା ଫଟୋ ଉତ୍ତୋଳନ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି । ଗତ ଡିସେମ୍ବର 3 ତାରିଖରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଥିବାର ଏକ ଭିଡିଓ ଦେଖିବାକୁ ମିଳିଥିଲା । ଡ୍ରୋନ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀ ନାଁରେ ମାମଲା ରୁଜୁ ହୋଇଥିଲା । ପୋଲିସ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ତଦନ୍ତ ପରେ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି କନୱର ବିଶାଳ ସିଂ କହିଛନ୍ତି ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପ୍ରସଙ୍ଗ, କାର୍ଯ୍ୟନୁଷ୍ଠାନ ନିଆଯିବ କହିଲେ ଏସପି

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ ସେନେଇ ସ୍ବତନ୍ତ୍ର ନିୟମ ରହିଛି । ଏହି ନିୟମ ସମସ୍ତେ ପାଳନ କରିବା ଉଚିତ୍ ବୋଲି ଏସପି କହିଛନ୍ତି । ତେବେ ନିୟମ ଉଲ୍ଲଙ୍ଘନ କରି ଅଭିଯୁକ୍ତ ଅନିମେଶ ଶ୍ରୀମନ୍ଦିର ଉପରେ କିଭଳି ଡ୍ରୋନ୍ ଉଡାଇଲା ସେନେଇ ସବିଶେଷ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବିନା ଅନୁମତିରେ ଅନିମେଶ କିଭଳି ଭାବେ ୟୁଟ୍ୟୁବ ଭିଡିଓରେ ପୋଲିସର ଲୋଗୋ ବ୍ୟବହାର କରିଥିଲେ ସେନେଇ ମଧ୍ୟ ତଦନ୍ତ କରାଯାଉଛି । ସିଟି ଡିଏସପିଙ୍କ ନେତୃତ୍ବରେ 3ଜଣ ପୋଲିସ ଅଧିକାରୀ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଠାରୁ ସବିଶେଷ ତଥ୍ୟ ହାସଲ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ସୁରକ୍ଷା ନେଇ ପ୍ରଶ୍ନବାଚୀ

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଲେ, ହାତ ଯୋଡି କ୍ଷମା ମାଗିଲେ ବ୍ଲଗର

ୟୁଟ୍ୟୁବରେ ଶ୍ରୀମନ୍ଦିରର ଏକ ଡ୍ରୋନ କ୍ୟାମେରା ଫଟୋ ଘୁରି ବୁଲୁଥିଲା । ଏହି ଫଟୋକୁ ନେଇ ସମାଜିକ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଡ୍ରୋନଟି ବଡଦାଣ୍ଡ ଦେଇ ସିଧା ଶ୍ରୀମନ୍ଦିର ଆଡକୁ ଆସିବା ସହ ଫଟୋ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଫଟୋ ପ୍ରସାରଣ ନେଇ ପ୍ରତିବାଦ ପରେ ୟୁଟ୍ୟୁବର କ୍ଷମା ମାଗିବା ସହ ଫଟୋକୁ ପ୍ରତ୍ୟାହାର କରି ନେଇଥିଲେ ।

ଇଟିଭି ଭାରତ, ପୁରୀ

Last Updated :Dec 6, 2022, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.