ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଲେ, ହାତ ଯୋଡି କ୍ଷମା ମାଗିଲେ ବ୍ଲଗର

author img

By

Published : Dec 4, 2022, 1:30 PM IST

Updated : Dec 4, 2022, 1:47 PM IST

vlogger papalize for  allegedly flew over jagannath temple
ଶ୍ରୀମନ୍ଦି ଉପରେ ଡ୍ରୋନ ଉଡ଼ିବା ଘଟଣା, କ୍ଷମା ମାଗିଲେ ବଙ୍ଗୀୟ ବ୍ଲଗର ()

ଶ୍ରୀମନ୍ଦିର no flying zoneରେ ଡ୍ରୋନ ଉଡ଼ାଇବା ଘଟଣା । ଭିଡ଼ିଓ ମାଧ୍ୟମରେ କ୍ଷମା ମାଗିଲେ ବ୍ଲଗର । ଅଧିକ ପଢ଼ନ୍ତୁ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡ଼ିଓ ଉତ୍ତୋଳନ କରିଥିବା ବ୍ଲଗର ଅନିମେସ କ୍ଷମା ପ୍ରାର୍ଥନା କରିଛନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଏକ ଭିଡ଼ିଓ ପୋଷ୍ଟ କରି ଭିଡ଼ିଓ ମାଧ୍ୟମରେ ଏହି କାମକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ଶ୍ରୀମନ୍ଦିର no flying zone ନେଇ ତାଙ୍କୁ ଜଣାନଥିଲା । ଏଣୁ ସେ ଭିଡ଼ିଓ ଉତ୍ତୋଳନ କରିଥିବା କହିଛନ୍ତି ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଲେ

ଏନେଇ ୟୁଟ୍ୟୁବର ଜଣକ କହିଛନ୍ତି, "ଶ୍ରୀମନ୍ଦିର ଉପରେ no flying zone ବୋଲି ଅବଗତ ନଥିଲି । ୟୁଟ୍ୟୁବ ସମେତ ଅନେକ ସୋସିଆଲ ମିଡ଼ିଆରେ ପୁର୍ବରୁ ଶ୍ରୀମନ୍ଦିରର ଡ୍ରୋନ ଭିଡ଼ିଓ ଥିବାରୁ ଏନେଇ କୌଣସି ଆଇନଗତ ପ୍ରସଙ୍ଗ ନଥିବା ଭାବି ଡ୍ରୋନ ଉଡ଼ାଇଥିଲି । ଗତ ତିନି ମାସ ତଳେ ପୁରୀ ଆସିଥିବା ବେଳେ ଏହି ଭିଡ଼ିଓ କରିଥିଲି ।" ତେବେ କୌଣସି ପୋଲିସ କର୍ମଚାରୀ ତାଙ୍କୁ ସହାୟତା କରିନାହାନ୍ତି । ଡ୍ରୋନ ଉଡ଼ାଇବା ନେଇ ପୋଲିସର ଅନୁମତି ନେଇନଥିଲି । ସୋସିଆଲ ମିଡିଆ ଆକାଉଣ୍ଟରୁ ଭିଡିଓ ଡିଲିଟ କରିଦେଇଛି । ମୁଁ ହାତ ଯୋଡି କ୍ଷମା ମାଗୁଛି ।" ତାଙ୍କର ଏଭଳି କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଓଡ଼ିଶା ବାସୀ, ଓଡ଼ିଶା ପୋଲିସ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ କ୍ଷମା ଦେବାକୁ ସେ ତାଙ୍କ ଭିଡ଼ିଓରେ କହିଛନ୍ତି । ଡ୍ରୋନ ଭିଡିଓକୁ ସେ କାହାକୁ ବିକ୍ରି କରି ନାହାନ୍ତି । ଏଣୁ ତାଙ୍କ ଅଜ୍ଞାତରେ ଏହି ଭୁଲ ହୋଇ ଥିବାରୁ କ୍ଷମା ଦିଆଯାଉ ବୋଲି ବ୍ଲଗର ନିବେଦନ କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Dec 4, 2022, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.