ETV Bharat / state

ଜମିବାଡି ବିବାଦରୁ ଦାଦାର ଜୀବନ ନେଇଥିଲା ପୁତୁରା, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Oct 9, 2023, 7:25 PM IST

ବୀର ବରାଳ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପୁତୁରା ଗିରଫ
ବୀର ବରାଳ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ପୁରୀର ବହୁଚର୍ଚ୍ଚିତ ବୀର ବରାଳ ହତ୍ୟାକାଣ୍ଡ ଘଟଣାରରେ ଅଭିଯୁକ୍ତ ପୁତୁରା ଭୀମସେନ ବରାଳକୁ ଗିରଫ କରିଛି ପୋଲିସ । ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କଲା ପୋଲିସ ।

ବୀର ବରାଳ ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ପୁରୀ: ଜମିବାଡି ବିବାଦରୁ ଦାଦା ହତ୍ୟା କରି ପୁତୁରା ଗିରଫ । ଗତ ଶନିବାର ଦିନ ପୁରୀ ସଦରଥାନା କଣ୍ଠପୁରରେ ବୀର ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡ ସମ୍ପୃକ୍ତ ଥିବା ପୁତୁରା ପପୁ ଓରଫ ଭୀମସେନ ବରାଳ (୨୪)କୁ ଗିରଫ କରିଛି ପୁରୀ ସଦର ଥାନା ପୋଲିସ । ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହେଇଥିବା ପୋଲିସ ସ୍ପଷ୍ଟ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତର ନାମରେ ପୁରୀ କୁମ୍ଭାରପଡା ଥାନାରେ ୨ଟି ଓ ସଦର ଥାନାରେ ୨ଟି ମୋଟ ୪ଟି ମାମଲା ଥିବା ଜଣାପଡିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 6 ତାରିଖ ବିଳମ୍ବିତ ରାତିରେ ପୁରୀ ସଦର ଥାନା କଣ୍ଠପୁର ନିକଟ ଗୋପାଳପୁରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜମିବାଡି ବିବାଦକୁ କେନ୍ଦ୍ରକରି ଦାଦା ବୀର ବରାଳକୁ ପୁତୁରା ପପୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ହତ୍ୟାର କିଛିଦିନ ପୂର୍ବରୁ ମୃତକ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଇଆସୁଥିଲା ଅଭିଯୁକ୍ତ । ଗତ ୬ ତାରିଖ ଦିନ ରାତିରେ ଦାଦା ବୀର ବରାଳ ନିଜ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ବେଳେ ସେହି ରାସ୍ତା ଦେଇ ଅଭିଯୁକ୍ତ ଭୀମସେନ ବରାଳ ଯାଉଥିଲା । ହଠାତ୍ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥା କଟାକଟି ଓ କମେଣ୍ଟ ମରାମରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ପୁତୁରା ଉତକ୍ଷିପ୍ତ ହୋଇ ଦାଦାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି ।

ଏହା ମଧ୍ୟ ପଢନ୍ତୁ...ଅପହରଣ ହୋଇଥିବା ଯୁବକର ମିଳିଲା ରକ୍ତାକ୍ତ ମୃତଦେହ, ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ

ପର ଦିନ ସକାଳୁ ବୀର ବରାଳଙ୍କ ମୃତଦେହ ଦୋକାନ ପଛ ପାର୍ଶ୍ଵରେ ଦେଖିବାକୁ ମିଳିବା ପରେ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ମାମଲା ରୁଜୁ କରାଯାଇ ସଦର ଏସଡିପିଓଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା । ବହୁତ ସମୟ ଖୋଜାଖୋଜି ପରେ ଅଭିଯୁକ୍ତ ଭୀମସେନବରାଳକୁ ପୋଲିସ ଧରିବାରେ ସକ୍ଷମ ହୋଇଥିଲା । ପୁରୀ ପୋଲିସ ପକ୍ଷରୁ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ତା ନିକଟରୁ ଏକ ଧାରୁଆ ଅସ୍ତ୍ର, ଗାମୁଛା, ଗାଡ଼ି ଓ ମୋବାଇଲ ଜବତ କରିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.