ETV Bharat / state

ପର୍ଯ୍ୟଟକ ବୁଡିବା ପରେ ଚେତିଲା ପ୍ରଶାସନ, ଲାଇଫ ଗାର୍ଡକୁ ନେଇ କଲା ମକ୍‌ ଡ୍ରିଲ

author img

By

Published : Apr 17, 2022, 1:36 PM IST

ପର୍ଯ୍ୟଟକଙ୍କ ସୁରକ୍ଷା ଅଣ୍ଚା ଭିଡିଲା ପୁରୀ ପ୍ରଶାସନ :ଲାଇଫ ଗାର୍ଡଙ୍କୁ ନେଇ କଲା ମକ ଡ୍ରିଲ
ପର୍ଯ୍ୟଟକଙ୍କ ସୁରକ୍ଷା ଅଣ୍ଚା ଭିଡିଲା ପୁରୀ ପ୍ରଶାସନ :ଲାଇଫ ଗାର୍ଡଙ୍କୁ ନେଇ କଲା ମକ ଡ୍ରିଲ

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଫ ଗାର୍ଡଙ୍କୁ ନେଇ ଅନୁଷ୍ଠିତ ହେଲା ମକ ଡ୍ରିଲ । କମ ସଂଖ୍ୟକ ଲାଇଫ ଗାର୍ଡକୁ ନେଇ ଉଦବେଗ ପ୍ରକାଶ । ଅଧିକ ପଢନ୍ତୁ

ପୁରୀ: ସମୁଦ୍ରରେ ପର୍ଯ୍ୟଟକ ମାନେ ବୁଡ଼ିଗଲେ କିଭଳି ଉଦ୍ଧାର କରାଯାଇ ପାରିବ । ସେ ନେଇ ଏକ ମକ ଡ୍ରିଲ ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଛି । ଜଣେ ଲାଇଫ ଗାର୍ଡ ଗଭୀର ଜଳକୁ ଚାଲିଯିବା ପରେ କୂଳରେ ଥିବା ଲାଇଫ ଗାର୍ଡମାନେ ଉଦ୍ଧାର ପାଇଁ ଥିବା ବିଭିନ୍ନ ସାମଗ୍ରୀ ଧରି ସମୁଦ୍ର ଜଳ ଭିତରକୁ ପ୍ରବେଶ କରି ବୁଡି ଯାଉଥିବା ଵ୍ୟକ୍ତିକୁ ଉଦ୍ଧାର କରିଥିଲେ ।

ପର୍ଯ୍ୟଟକଙ୍କ ସୁରକ୍ଷା ଅଣ୍ଚା ଭିଡିଲା ପୁରୀ ପ୍ରଶାସନ :ଲାଇଫ ଗାର୍ଡଙ୍କୁ ନେଇ କଲା ମକ ଡ୍ରିଲ

ତେବେ ପୁରୀ ବେଳାଭୂମିର ପରିସୀମା ବଢି ଚାଲିଥିବା ବେଳେ ଲାଇଫ ଗାର୍ଡଙ୍କ ସଂଖା କିନ୍ତୁ ବଢା ଯାଉ ନାହିଁ । ଫଳରେ ବିଭିନ୍ନ ସ୍ଥାନରେ ସମୁଦ୍ର ସ୍ନାନ ବେଳେ ପର୍ଯ୍ୟଟକ ମାନେ ବୁଡି ଯାଉଥିବା ବେଳେ ସେମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରୁନାହିଁ । ଯାହାଫଳରେ ଅନେକ ଲୋକଙ୍କ ଜୀବନ ଚାଲି ଯାଉଛି ।

ସେହିପରି ସମୁଦ୍ରରେ ସ୍ନାନ ବେଳେ କଣ ସବୁ ନିୟମ ମାନିବା ଉଚିତ ଓ କଣ ନ କରିବା ଉଚିତ ଏ ନେଇ ସମୁଦ୍ର କୂଳରେ କୌଣସି ସାଇନ ବୋର୍ଡ ନାହିଁ । ଅନେକ ପର୍ଯ୍ୟଟକ ସଚେତନତା ଅଭାବରୁ ଜୀବନ ହରାଉଛନ୍ତି । ପୁରୀ ବେଳାଭୂମିରେ 98 ଜଣ ଲାଇଫ ଗାର୍ଡ ରହିଥିବା ବେଳେ ସିଫ୍ଟ ଅନୁଯାୟୀ ସକାଳ 6 ରୁ ରାତି 10 ଟା ଯାଏ ଡ୍ୟୁଟିରେ ରହୁଛନ୍ତି ।

ତେବେ ପୁରୀର ପ୍ରମୁଖ ବେଳାଭୂମି କୁହାଯାଉ ଥିବା ଦିଗବାରେଣି ଛକରୁ ସ୍ବର୍ଗଦ୍ବାର ଯାଏ ଥିବା ବେଳେ ଏବେ ବଳିଆ ପଣ୍ଡା ଲାଇଟ ହାଉସରୁ ମଙ୍ଗଳା ମୁହାଣ ବେଳାଭୂମି, ବ୍ଲୁ ଫ୍ଲାଗ ବିଚ ଓ ନିଳାଦ୍ରୀ ବିଚ ଆଦି ଏକାଧିକ ବିଚ ରହିଛି । ହେଲେ ବିଚ ସଂଖ୍ୟା ବଢୁଥିବା ବେଳେ ଲାଇଫ ଗାର୍ଡ ସଂଖ୍ୟା କିନ୍ତୁ ବଢ଼ାଉନାହିଁ ପ୍ରଶାସନ । ଯାହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

ସେପଟେ ପୁରୀ ଜିଲାପାଳ କହିଛନ୍ତି ପୁରୀ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ନିୟମିତ ପଦକ୍ଷେପ ନିଆଯାଉଛି । ସେହିପରି ଲାଇଫ ଗାର୍ଡ ସଂଖ୍ୟା ବଢାଇବା ନେଇ ମଧ୍ୟ ଯୋଜନା କରାଯାଇଛି । ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.