ETV Bharat / state

ସତ୍ୟବାଦୀରେ ଆବାସ ଯୋଜନାରେ କେଳେଙ୍କାରୀ ! ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Feb 9, 2023, 12:38 PM IST

ସତ୍ୟବାଦୀ ବ୍ଲକରେ ଆବାସ ଯୋଜନା ତାଲିକାରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ଅଭିଯୋଗ । ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ସତ୍ୟବାଦୀରେ ଆବାସ ଯୋଜନା ଦୁର୍ନୀତି
ସତ୍ୟବାଦୀରେ ଆବାସ ଯୋଜନା ଦୁର୍ନୀତି

ସତ୍ୟବାଦୀରେ ଆବାସ ଯୋଜନାରେ କେଳେଙ୍କାରୀ

ପୁରୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପକ୍କା ଘର ବଣ୍ଟନରେ ଅନିୟମିତତା ନେଇ ରାଜ୍ୟରେ କୁହୁଳୁଛି ଅସନ୍ତୋଷ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକରେ ମଧ୍ୟ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଗୁରୁତର ଅଭିଯୋଗ ହୋଇଛି । ଯୋଗ୍ୟ ହିତାଧିକାରୀ ଆବାସ ତାଲିକାରୁ ବାଦ୍ ପଡିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଛି । ବଳରାମପୁରଗଡ ଗ୍ରାମପଞ୍ଚାୟତ ବାସିନ୍ଦା ଏହି ଅଭିଯୋଗ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଅଭିଯୋଗ ମୁତାବକ, ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ ସେମାନଙ୍କୁ ଆବାସ ଘରରୁ ବଞ୍ଚିତ କରାଯାଇ ଥିବା ବଳରାମପୁରଗଡବାସୀ ଅଭିଯୋଗ କରିଛନ୍ତି । ଗତ ୨୦୧୯ ଫନି ବାତ୍ୟାରେ ସତ୍ୟବାଦୀ ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହଜାର ହଜାର ଗରିବ ଲୋକଙ୍କ ଘର ଭାଙ୍ଗିରୁଜି ମାଟିରେ ମିଶିଯାଇଥିଲା । ସେତେବେଳେ ଘର ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ସର୍ଭେ ପରେ ଚଞ୍ଚକତା କରାଯାଇ ଯୋଗ୍ୟ ହିତାଧୀକାରୀଙ୍କୁ ଘର ଦିଆଯାଇନଥିଲା ।

ଏହାମଧ୍ୟ ପଢନ୍ତୁ: ଶିଖରଚଣ୍ଡୀ ମନ୍ଦିର ବୁଲିଲେ ମୁଖ୍ୟ ଶାସନ ସଚିବ, ବିକାଶ କାର୍ଯ୍ୟର ସମୀକ୍ଷା କଲେ

ପୁଣି ଏବେ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ବଳରାମପୁରଗଡ ଗ୍ରାମ ପଞ୍ଚାୟତ ଅଧିବାସୀ କହିଛନ୍ତି । ତେବେ ଜିଲ୍ଲାପାଳ ଯଦି ତୁରନ୍ତ ଘଟଣାର ତଦନ୍ତ ନକରି ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନନିଅନ୍ତି ବାଧ୍ୟ ହୋଇ ହିତାଧିକାରୀମାନେ ଆମରଣ ଅନଶନକୁ ଓହ୍ଲାଇବେ ବୋଲି ଚେତବନୀ ଦେଇଛନ୍ତି । ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ହୋଇଥିବା ଅଭିଯୋଗ ହୋଇଆସୁଛି । ଏହାର ପ୍ରତିବାଦରେ ପୁରୀ ବିଜେପି ପକ୍ଷରୁ ଗୋପ, ନିମାପଡା, ଅସ୍ତରଙ୍ଗ ବ୍ଳକ ଘେରାଉ କରାଯାଇ ବିକ୍ଷୋଭ କରାଯାଇଛି ।

ଶାସକ ବିଜେଡି ଦଳ ନିଜର କର୍ମୀ, କର୍ମକର୍ତ୍ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆବାସ ଘର ବଣ୍ଟନରେ ବ୍ୟାପକ ଅନିୟମିତା କରିଥିବା ଅଭିଯୋଗ ହେଉଛି । ତେବେ ଯଦି ପୁରୀ ଜିଲ୍ଲାରେ ଆଗାମୀ ଦିନରେ ଯୋଗ୍ୟ ହିତାଧୀକାରୀଙ୍କୁ ଆବାସ ଘର ନମିଳେ ବ୍ୟାପକ ଆନ୍ଦୋଳନ ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.