ETV Bharat / state

IAS ସମର୍ଥଙ୍କ ହାତ ଧରିବେ ସ୍ବଧାଦେବ, ବାରଣାସୀରେ ପଡିବ ହାତଗଣ୍ଠି !

author img

By

Published : May 5, 2023, 10:43 AM IST

Samarth Verma and  Swadha Dev Singh to tie the knot
Samarth Verma and Swadha Dev Singh to tie the knot

ଦ୍ବିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡିଶା କ୍ୟାଡରର ଆଉ ଦୁଇ ଆଇଏଏସ ଅଧିକାରୀ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ ପରିଣୟ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଚଳିତ ମାସରେ ଉଭୟଙ୍କ ବାଜିପାରେ ସାହାନାଇ । ବାରଣାସୀ ଠାରେ ଆଇଏଏସ ସମର୍ଥ ବର୍ମା ଓ ସ୍ବଧାଦେବ ସିଂହଙ୍କ ଦ୍ବିତୀୟ ବିବାହ ହେବା ନେଇ ସ୍ଥିର ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ନିକଟରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଞ୍ଚଳ ରଣାଙ୍କ ପ୍ରଥମ ପତ୍ନୀ ଥିଲେ ସ୍ବଧାଦେବ ସିଂହ । କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ହେବା ପରେ ଆଇଏଏସ ଅନନ୍ୟା ଦାସଙ୍କୁ ବିବାହ କରିଥିଲେ ଚଞ୍ଚଳ ରଣା । ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବରୁ ଭାରତୀୟ ରେଳବାଇର ଅଧିକାରୀ ସୂଚୀ ସିହଂଙ୍କୁ ବିବାହ କରିଥିଲେ । କିନ୍ତୁ ଯେତେ ବେଳେ ସମର୍ଥ ସମ୍ବଲପୁର ଜିଲ୍ଲାପାଳ ଥିଲେ ସେତେ ବେଳେ ସୂଚୀଙ୍କ ସହ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଉଭୟ ଅଲଗା ହୋଇଯାଇଥିଲେ । ନିକଟରେ ସମର୍ଥ ବର୍ମାଙ୍କ ପ୍ରଥମ ପତ୍ନୀ ସୂଚୀ ଝାଡଖଣ୍ଡର ଜଣେ ଆଇଏଏସ ଅଧିକାରୀଙ୍କୁ ବିବାହ କରିଥିଲେ । ଏବେ ସମର୍ଥ ବର୍ମା ଓ ସ୍ବଧାଦେବ ସିଂହଙ୍କ ବିବାହ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

ଏହା ମଧ୍ୟ ପଢନ୍ତୁ-ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଜିଲ୍ଲାପାଳ, ମନଖୁସିରେ ନାଚିଲେ ଉଭୟ ବର-କନ୍ୟା

ସମର୍ଥ ବର୍ମା ବର୍ତ୍ତମାନ ପୁରୀ ଜିଲ୍ଲାପାଳ ରହିଛନ୍ତି । ଏହା ପୂର୍ବରୁ ସେ କେନ୍ଦ୍ରାପଡା ଓ ସମ୍ବଲପୁରରେ ଜିଲ୍ଲାପାଳ ରହିଥିଲେ। ଏଥିସହ ରାୟଗଡାରେ ପିଡିଡିଆରଡିଏ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସ୍ବଧାଦେବ ସିଂହ ବର୍ତ୍ତମାନ ରାୟଗଡର ଜିଲ୍ଲାପାଳ ରହିଛନ୍ତି । ଏହା ପୂର୍ବରୁ ସେ ନୂଆପଡା ଓ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳ ଥିଲେ। ତେବେ ଉଭୟଙ୍କ ନିର୍ବନ୍ଧ କେବେ ହେବ ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ସୂଚନା ଥାଉକି ବିବାହ ନେଇ କୌଣସି ବିଧିବଦ୍ଧ ଘୋଷଣା ସାମ୍ନାକୁ ଆସି ନାହିଁ । ଉଭୟେ ମେ’ 21ରେ ବିବାହ ବନ୍ଧନରେ ବାନ୍ଧିବା ନେଇ ସୁତ୍ରରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ଦେଶରେ ତୃତୀୟ: କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ

ଚଳିତ ମାସ ଆରମ୍ଭରୁ ଆସାମର ଗୌହାଟୀରେ ସମ୍ପନ୍ନ ହୋଇଥିଲା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ବିବାହ । ବୈଦିକ ରୀତି ନୀତିରେ ଉଭୟଙ୍କ ହାତଗଣ୍ଠି ପଡିଥିଲା । ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ଗୌହାଟୀର ଏକ ରିସର୍ଟରେ ବିବାହ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଦୁଇ ଆଇଏଏସ ଯୋଡ଼ି ଲୋକଙ୍କ ଆଶୀର୍ବାଦ ଓ ଅଭିବାଦନ ଗ୍ରହଣ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.