ETV Bharat / state

ଦେଶରେ ତୃତୀୟ: କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ

author img

By

Published : May 5, 2023, 8:49 AM IST

ଅପରିପକ୍ବ ଶିଶୁ ସୁରକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ । ଦେଶରେ ତୃତୀୟ କେନ୍ଦ୍ର ଭାବେ ଏହି ହସ୍ପିଟାଲରେ ଟ୍ରାଏଲ କରାଯିବ ।

କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ
କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ

କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଷ୍ଟେରୋଏଡ ଟ୍ରାଏଲ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ତୃତୀୟ ପର୍ଯ୍ୟାୟ ଆଣ୍ଟିନେଟାଲ କୋର୍ଟିକୋ ଷ୍ଟେରୋଏଡ (Antenatal Corticosteroid) ଟ୍ରାଏଲ । ଅପରିପକ୍ବ ଶିଶୁ ସୁରକ୍ଷା ନେଇ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଏହି ଗବେଷଣା କରାଯିବ । ଦେଶର ତୃତୀୟ କେନ୍ଦ୍ର ଭାବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସହାୟତାରେ କ୍ୟାପିଟାଲ ହସ୍ପିଟାଲରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଟେଷ୍ଟ ଖୁବଶୀଘ୍ର ଆରମ୍ଭ ହେବ । ତେବେ ସାରା ବିଶ୍ବରେ ୨୫ଟି ସ୍ଥାନରେ ଏଭଳି ଟ୍ରାଏଲ କରାଯାଇଛି । ୩୪ ସପ୍ତାହରୁ ୩୭ ସପ୍ତାହ ମଧ୍ୟରେ ଗର୍ଭବତୀ ଥିବା ମହିଳାଙ୍କ ପାଖରେ ଏହି ଟେଷ୍ଟ କରାଯିବ ।

ସାଧାରଣତଃ ଜଣେ ଗର୍ଭବତୀ ମହିଳା ୩୮ ସପ୍ତାହରେ ଶିଶୁ ଜନ୍ମ ଦେଇଥାନ୍ତି । ଦେଶରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କରିବା ଏହି ଟ୍ରାଏଲର ଲକ୍ଷ୍ୟ । ପୂର୍ବରୁ ଭାରତରେ ଦୁଇଟି ସ୍ଥାନରେ ଏହି ଟ୍ରାଏଲ କରାଯାଇଛି । କର୍ଣ୍ଣାଟକର ବେଲଗମ ଓ ହୁଗୁଲି କରାଯାଇ ଥିବାବେଳେ ଦେଶର ତୃତୀୟ କେନ୍ଦ୍ର ଭାବରେ କ୍ୟାପିଟାଲ ହସ୍ପିଟାଲରେ ଥିବା ପିଜିଆଇଏମଇଆରରେ ଏହି ଟ୍ରାଏଲ ଟେଷ୍ଟ କରାଯିବ । ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ବିଶେଷଜ୍ଞ ଟିମ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗ ସମେତ ଶିଶୁରୋଗ ବିଭାଗ ମଧ୍ୟ ପରିଦର୍ଶନ କରିଛନ୍ତି ଟିମ୍ । ଏହାସହ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଟେଷ୍ଟ ପାଇଁ ଭିତ୍ତିଭୂମି ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅନ୍ୟକୁ ସାହାଯ୍ୟ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ହାତରୁ ଚାଲିଗଲା ମୋବାଇଲ

ବିଶେଷ ଭାବରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଟେଷ୍ଟର ଲକ୍ଷ୍ୟ ହେଉଛି, ଅନେକ ଶିଶୁ ଜନ୍ମ ହେବାର ସମୟ ବ୍ୟବଧାନ ପୂର୍ବରୁ ଶ୍ବାସରୁଦ୍ଧ ହୋଇ ଅକାଳରେ ପ୍ରାଣ ହରାଇଥାନ୍ତି । ଏହି ଯୋଜନା ଦ୍ବାରା ନବଜାତ ଶିଶୁ ମୃତ୍ୟୁହାର କମାଯାଇ ପାରିବ । ଯାହାଫଳରେ ଉଭୟ ମାଆ ଓ ଶିଶୁ ନିରାପଦରେ ରହିପାରିବେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆର ନିର୍ଦ୍ଦେଶିକା ଡାକ୍ତର ନିବେଦିତା ପାଣି ।

ତାଙ୍କ କହିବା ଅଯାୟୀ, ଯଦି କୌଣସି ଶିଶୁ ୩୮ ସପ୍ତାହ ପୂର୍ବରୁ ଜନ୍ମ ଗ୍ରହଣ କରେ ତେବେ ୨୪ ଘଣ୍ଟା ପୂର୍ବରୁ ମାଆକୁ ଏକ ଆଣ୍ଟିନେଟାଲ କୋର୍ଟିକୋ ଷ୍ଟେରୋଏଡ ଦିଆଯିବ । ଫଳରେ ଶିଶୁର ଫୁସଫୁସ ସଙ୍କୁଚିତ ହୋଇଯିବ । ଏହାଦ୍ବାରା ଶିଶୁଟି ମୃତ୍ୟୁମୁଖରୁ ବଞ୍ଚିପାରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସଦସ୍ୟ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Jharsuguda By Poll: CEOଙ୍କୁ ସାକ୍ଷାତ କଲା ବିଜେପି, ଅବାଧ ନିରପେକ୍ଷ ନିର୍ବାଚନ ଦାବି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.