ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ ଜିଲ୍ଲାପାଳ, ମନଖୁସିରେ ନାଚିଲେ ଉଭୟ ବର-କନ୍ୟା

By

Published : May 2, 2023, 6:41 PM IST

thumbnail

ବଲାଙ୍ଗୀର: ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ । ଆସାମର ଗୌହାଟୀରେ ସମ୍ପନ୍ନ ହୋଇଛି ବିବାହ। ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟରେ ବିବାହ ହୋଇଛି ।  ବୈଦିକ ରୀତି ନୀତିରେ ବର ବେଶରେ ଜିଲ୍ଲାପାଳ ଚଞ୍ଚଳ ରଣା ଆସିଥିବା ବେଳେ ବରଯାତ୍ରୀ ବେଶ୍ ନାଚିଥିଲେ। ଏଥିସହ ବିବାହରେ ତାଙ୍କର ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ । ତେବେ  ଗୌହାଟୀର ଏକ ରିସର୍ଟରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିବା ବେଳେ  କନ୍ୟା ପକ୍ଷର ଲୋକେ ଆଇଏଏସ ବରଙ୍କୁ ସ୍ଵାଗତ କରିବା ସହ ସେଠି ବୈଦିକ ରୀତି ନୀତିରେ ବିବାହ ସମ୍ପନ୍ନ ହୋଇଛି। ସେହିପରି ପରେ ଦୁଇ ଆଇଏଏସ ଯୋଡ଼ି ଲୋକଙ୍କ ଆଶୀର୍ବାଦ ଓ ଅଭିବାଦନ ଗ୍ରହଣ କରିଛନ୍ତି।  

ତେବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓଡ଼ିଶା ଅନୁଗୋଳ ନିବାସୀ ହୋଇଥିବା ବେଳେ ସେ ଏନ୍ ଆଇ ଟି ରୁ ବିଟେକ ଡିଗ୍ରୀ ପାଇଥିଲେ। ସେହିପରି ସେ 2014 ରେ  ଆଇଏଏସ୍ ରେ ସଫଳ ହୋଇ ଏବେ ବଲାଙ୍ଗୀର ଜିଲ୍ଲାପାଳ ଭାବରେ ନିୟୋଜିତ ଅଛନ୍ତି। ସେହିପରି ଆଇଏଏସ୍ ଅନନ୍ୟା ଦାସ ମୂଳ ନିବାସୀ ଆସାମର ହୋଇଥିବା ବେଳେ 2018ରେ  ଆଇଏଏସ୍ ରେ ସଫଳ ହୋଇ ଥିଲେ।  ଏବେ ସେ ସମ୍ବଲପୁର ଜିଲ୍ଲାପାଳ ଭାବରେ ନିୟୋଜିତ ଅଛନ୍ତି।  ତେବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଗତ ଫେବୃୟାରୀ ୬ ତାରିଖରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ବାସଭବନରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.