ETV Bharat / state

ପୁରୀରେ ଚାଞ୍ଚଲ୍ୟ, ନଦୀବନ୍ଧ କୂଳରୁ ମିଳିଲା ମଣିଷ କଙ୍କାଳ

author img

By

Published : Feb 4, 2023, 8:18 PM IST

ପୁରୀ ଗୋପ ଡଭାର ପଞ୍ଚାୟତ ମୁଗେଇ ନଦୀବନ୍ଧ ରୁ ମଣିଷ କଙ୍କାଳ ମିଳିଛି । ଗୋପ ପୋଲିସ ମଣିଷ କଙ୍କାଳ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଅଧିକ ପଢନ୍ତୁ

ପୁରୀ ଗୋପ ଡଭାର ପଞ୍ଚାୟତ ମୁଗେଇ ନଦୀବନ୍ଧ ରୁ ମିଳିଲା ମଣିଷ କଙ୍କାଳ
ପୁରୀ ଗୋପ ଡଭାର ପଞ୍ଚାୟତ ମୁଗେଇ ନଦୀବନ୍ଧ ରୁ ମିଳିଲା ମଣିଷ କଙ୍କାଳ

ନଦୀବନ୍ଧରୁ ମିଳିଲା ମଣିଷ କଙ୍କାଳ

ପୁରୀ: ପୁରୀ ଗୋପ ଅଞ୍ଚଳରେ ଚାଞ୍ଚଲ୍ୟ । ଗୋପ ଡଭାର ପଞ୍ଚାୟତ ମୁଗେଇ ନଦୀବନ୍ଧରୁ ମିଳିଲା ମଣିଷ କଙ୍କାଳ । ତେବେ ନଦୀବନ୍ଧରୁ ହାଡକଙ୍କାଳ ନିଳିବା ପରେ ଗୋପ ଅଞ୍ଚଳରେ ଚାଞ୍ଚଲ୍ୟ ଖେଲିଯାଇଛି । ଗୋପ ଥାନା ଅନ୍ତର୍ଗତ ଡଭାର ପଞ୍ଚାୟତ ଇଟାକୂଦ ଗାଁ ମୁଗେଇ ନଦୀବନ୍ଧ ପଠାରୁ ମଣିଷ କଙ୍କାଳ ଓ ହାଡ ଗୋପ ପୋଲିସ ଉଦ୍ଧାର କରିଛି । ଘଟଣା ସ୍ଥାନରେ ସାଇଣ୍ଟଫିକ୍ ଟିମ୍ ସହ ଗୋପ ପୋଲିସର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଇଟାକୂଦ ଗାଁର ଜଣେ ବ୍ଯକ୍ତି ନଦୀବନ୍ଧ ପଠାକୁ ଯାଇଥିବା ବେଳେ ସେଠାରେ କଙ୍କାଳ ପଡିଥିବା ଦେଖିବାକୁ ପାଇଥିଲା । ଏହାପରେ କଙ୍କାଳକୁ ନେଇ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ସାଇଣ୍ଟଫିକ୍ ଟିମ୍ ପହଞ୍ଚିବା ମଣିଷ କଙ୍କାଳର ପରୀକ୍ଷଣ କରିଥିଲା ।

ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲା । ତେବେ ନର କଙ୍କାଳ କେଉଁଠୁ ଆସିଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଉଦ୍ଧାର କଙ୍କାଳ ଟି ଜଣେ ପୁରୁଷ ଙ୍କ ର ହୋଇଥିବା ଅନୁମାନ କରାଯାଉଛି। କଙ୍କାଳ ପାଖରୁ ଏକ ପ୍ୟାଣ୍ଟ୍ ପଡିଥିବା ଦେଖିବାକୁ ମିଳିଥିଲା । ପୋଲସ ଏହାର ନିକଟବର୍ତ୍ତି ଖୋଜାଖୋଜି କରୁଛି । କିଏ ହତ୍ୟା କରି ନଦୀ ପଠା ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରିଛି ପୋଲିସ । ତେବେ ଜବତ କଙ୍କାଳ କୁ ଫରେନସିଲବ୍ରେଟୋରି କୁ ପଠାଯିଇଛି ଏବଂ ଜଲଦି ଏହି କଙ୍କାଳ ସମ୍ପର୍କରେ ଅଧିକ ସୂଚନା ମିଳିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପରେ ଏହାକୁ ପରୀକ୍ଷା ନିରୀକ୍ଷା କରାଯାଇ ନର କଙ୍କାଳ ର ତଥ୍ୟ ହାସଲ କରାଯିବ। ତେବେ ଗୋପ ପୋଲିସ୍ ର ସୁଚନା ଅନୁଯାୟୀ ନିକଟ ଅତୀତ ରେ ଥାନା ରେ ନିଖୋଜ ଅଭିଯୋଗ କିଛି କରାଯାଇ ନାହିଁ। ତେବେ ପୋଲିସ ଅନୁସନ୍ଧାନ ଜାରି ରଖିଛି। ସାଇଣ୍ଟିଫିକ ରିପୋର୍ଟ୍ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଗୋପ ଥାନା ପକ୍ଷରୁ ସୂଚନା ମିଳିଛି। ନଦୀବନ୍ଧ ପଠା ରୁ ମଣିଷ କଙ୍କାଳ ଓ ହାଡ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.