ETV Bharat / state

ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ

author img

By

Published : Aug 19, 2022, 10:54 PM IST

fire department rescued  people trapped in the flood water
ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପୁରୀ ସଦର କାଶୀହରିପୁର ପଞ୍ଚାୟତ ମଙ୍ଗରାଜପୁର ବାଇପାସ୍ ନିକଟରେ ଘର କରି ରହିଥିବା ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଛି । ସେପଟେ ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

ପୁରୀ: ଭାର୍ଗବୀ ନଦୀର ଜଳସ୍ତର ବୃଦ୍ଧି ବନ୍ୟା ପରିସ୍ଥିତି ସୃଷ୍ଟି । ଏନେଇ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପୁରୀ ସହର ଉପକଣ୍ଠରେ ବନ୍ୟାଜଳ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ପୁରୀ ସଦର କାଶୀହରିପୁର ପଞ୍ଚାୟତ ମଙ୍ଗରାଜପୁର ବାଇପାସ୍ ନିକଟରେ ଘର କରି ରହିଥିବା ଲୋକଙ୍କ ଘରେ ବନ୍ୟାଜଳ ପଶିଯାଇଛି । ସେପଟେ ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।

ବନ୍ୟାଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ତେବେ ବୋଟ ଯୋଗେ ଅଗ୍ନିଶମ ବିଭାଗର ପ୍ରାୟ ୧୦ଜଣ କର୍ମଚାରୀ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଉଦ୍ଧାର କରି ଉଚ୍ଚା ସ୍ଥାନକୁ ଆଣିଥିବା ଜଣାପଡିଛି । ଭାର୍ଗବୀ ନଦୀର ବନ୍ୟାଜଳ ମଙ୍ଗରାଜପୁରରେ ପଶିଥିବାରୁ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗିଛନ୍ତି । ଏନେଇ ଘର ଭିତରେ ବିଭିନ୍ନ ବିଷାକ୍ତ ସରୀସୃପ ପଶି ଯାଉଥିବାରୁ ଛୋଟ ଛୁଆଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ଅବସ୍ଥାରେ ରହିଥିଲେ । ଏଥିସହ ବନ୍ୟାଜଳ ପଶିଥିବାରୁ ଲୋକଙ୍କ ଘରେ ଚୁଲି ଜଳିନଥିଲା ଫଳରେ ସମସ୍ତେ ଭୋକ ଉପାସରେ ରାତି କାଟିଥିବା ନେଇ କହିଛନ୍ତି । ତେବେ ଉଦ୍ଧାର ପରେ ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.