ETV Bharat / state

ଦୁର୍ଦ୍ଦାନ୍ତ ଅପରାଧୀ କାଳୁକୁ ଏନକାଉଣ୍ଟର, ଆକ୍ସନ ମୋଡରେ ପୁରୀ ପୋଲିସ

author img

By ETV Bharat Odisha Team

Published : Dec 28, 2023, 8:50 PM IST

Encounter in puri :ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୁରୀ ପୋଲିସ । କାଳୁର ଡାହାଣ ଗୋଡରେ ଗୁଳି ବାଜିଛି । କାଳୁ ବିରୋଧରେ ପୁରୀର ବିଭିନ୍ନ ଥାନାରେ 18 ଟି ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଦୁର୍ଦ୍ଦାନ୍ତ ଅପରାଧି କାଳୁକୁ ଏନକାଉଣ୍ଟର , ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ
ଦୁର୍ଦ୍ଦାନ୍ତ ଅପରାଧି କାଳୁକୁ ଏନକାଉଣ୍ଟର , ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ

ଦୁର୍ଦ୍ଦାନ୍ତ ଅପରାଧୀ କାଳୁକୁ ଏନକାଉଣ୍ଟର

ପୁରୀ: ଆକ୍ସନ ମୋଡ଼କୁ ଆସିଛି ପୁରୀ ପୋଲିସ । ପୁଣି ଜଣେ ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର କଲା ପୁରୀ ପୋଲିସ । ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ । ତେବେ ପୁରୀ ସତ୍ୟବାଦୀ ଥାନା ସୁଆଣ୍ଡୋ ଗ୍ରାମ ନିକଟରେ ଏହି ଏନକାଉଣ୍ଟର କରିଛି ସତ୍ୟବାଦୀ ପୋଲିସ । ପୋଲିସ ଏନକାଉଣ୍ଟରରେ କାଳୁର ଡାହାଣ ଗୋଡରେ ଗୁଳି ବାଜି ଆହତ ହୋଇଛି । ତେବେ ଅଭିଯୁକ୍ତକୁ ଚିକିତ୍ସା ପାଇଁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତେବେ ପୋଲିସର ସୁଚନା ଅନୁଯାୟୀ ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳ ଆଜି ଅପରାହ୍ନରେ ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ନିକଟ ସାଗର ସ୍ନାନ ମେଳଣ ପଡିଆରେ ବନ୍ଧୁକ ନେଇ ଏକ ଅପରାଧ ଘଟାଇବା ଯୋଜନା ପ୍ରସ୍ତୁତ କରୁଥିଲା । କୌଣସି ସୂତ୍ରରୁ ଖବର ପାଇ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ସଦଳବଳ ଘଟଣା ସ୍ଥଳରେ ଚଢାଉ କରିଥିଲେ । ପୋଲିସ ଟିମ କାଳୁକୁ ଧରିବାକୁ ପିଛା କରିଥଲେ । ହେଲେ କାଳୁ ପୋଲିସ ଟିମକୁ ଦେଖି ଫେରାର ହେବା ପାଇଁ ଗୁଳି ଚାଳନା କରିଥିଲା । ପରେ ପୋଲିସ ଆତ୍ମସୁରକ୍ଷା ପାଇଁ ଗୁଳି ଚଳାଇଥିଲା । ଫଳରେ ପୋଲିସ ଗୁଳିରେ କାଳୁ ଆହତ ହୋଇ ତଳେ ପଡିଯାଇଥିଲା । ପରେ ପୋଲିସ କାଳୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି । ତେବେ କ୍ରିମିନାଲ୍ କାଳୁ ଭୋଳ ପୁରୀ ସଦର ଥାନା ଅନ୍ତର୍ଗତ ବାଟଗାଁର ବାସିନ୍ଦା । କାଳୁ ନାଁରେ ପୁରୀରେ ବିଭିନ୍ନ ଥାନାରେ 18 ଟି ମାମଲା ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ .....କୁଖ୍ୟାତ ଅପରାଧୀ ରଘୁ ବିଶ୍ବାଳକୁ ଏନକାଉଣ୍ଟର

ଏହି ଏନକାଉଣ୍ଟରରେ କାଲୁର ଡାହାଣ ଗୋଡରେ ଗୁଳି ବାଜିଥିଲା ଏବଂ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରୁ ଗୋଟିଏ 7.65 ମିଲିମିଟର ପିସ୍ତଲ ଏବଂ ଗୋଟିଏ ରାଉଣ୍ଡ ଜୀବନ୍ତ ଆମ୍ମୁନିସନ ଜବତ କରାଯାଇଛି । ଅପରାଧୀ ପୂର୍ବରୁ କ୍ରାଇମବ୍ରାଞ୍ଚ ମାମଲାରେ ଜଡିତ ଥିଲାବେଳେ କାଳୁ ନାମରେ ସତ୍ୟବାଦୀ ଥାନା, ଚନ୍ଦନପୁର ଥାନା, ପୁରୀ ସଦର ଥାନା, ବାସେଳିସାହି ଥାନାରେ ବହୁ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ଏହି ଘଟଣାକୁ ପୋଲୁସ ଅତି ଗମ୍ଭିରତା ସହ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଅପରାଧୀ କାଲୁ କେଉଁ ଅପାରାଧ ଘଟାଇବା ପାଇଁ ଯୋଜନା କରୁଥିଲା ସେ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ପୂର୍ବରୁ ପୁରୀ ଏସି କହିଥିଲେ ଅପରାଧୀକ କାର୍ଯ୍ୟାକଳାପକୁ ଜମା ବର୍ଦାସ୍ତ କରାଯିବା ନାହିଁ । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ । ଏହାପରେ ଆକ୍ସନ ମୋଡକୁ ଅସିଛି ପୋଲିସ ।

ଇଟିଭି ଭାରତ , ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.