ETV Bharat / state

Ratna Bhandar: ମୁହଁ ବୁଲାଇଲେ ଆଇନମନ୍ତ୍ରୀ, କଂଗ୍ରେସର କଡ଼ା ସମାଲୋଚନା

author img

By

Published : Aug 13, 2023, 10:54 PM IST

Updated : Aug 13, 2023, 11:00 PM IST

Etv Bharat
Etv Bharat

ରତ୍ନଭଣ୍ଡାର କେବେ ଖୋଲିବ ପ୍ରସଙ୍ଗରେ ମୁହଁ ବୁଲାଇଲେ ଆଇନ ମନ୍ତ୍ରୀ । କଡ଼ା ସମାଲୋଚନା ସହ ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଲାଗି ଦାବି କଲା କଂଗ୍ରେସ । ଅଧିକ ପଢନ୍ତୁ

କେବେ ଖୋଲିବ ପ୍ରଶ୍ନରେ ମୁହଁ ବୁଲାଇଲେ ଆଇନମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ କହୁଥିବା ବେଳେ ଏହାକୁ ଏଡ଼ାଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀଙ୍କ କିଛି ଉତ୍ତର ନ ରଖିବା ପରେ ଆସନ୍ତା ବର୍ଷ ରତ୍ନଭଣ୍ଡାର ଖୋଲିବ କି ନାହିଁ ସେ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆଇନ ମନ୍ତ୍ରୀଙ୍କ ଏପରି ପ୍ରସଙ୍ଗକୁ ଏଡ଼ାଇବା ଦେଖି କଂଗ୍ରେସ ମନ୍ତ୍ରୀଙ୍କୁ ସମାଲୋଚନା କରିଛି । ତୁରନ୍ତ ରତ୍ନଭଣ୍ଡାର ନଖୋଲାଗଲେ ଆଗାମୀ ଦିନରେ ଦଳ ଆନ୍ଦୋଳକନୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଯେତେବେଳେ ରତ୍ନଭଣ୍ଡା ଖୋଲିବା ନେଇ ଗଣମାଧ୍ୟମ ପ୍ରତିନିଧି ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଏହାକୁ ଏଡ଼ାଇ ଦେଇଥିଲେ ମନ୍ତ୍ରୀ ସାରକା । ଯାହାକୁ ନେଇ ପୁଣି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବକୁ ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଉପରେ ଆଇନ ମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିବାକୁ ସମସ୍ତେ ଆଶା ରଖିଥିଲେ । ହେଲେ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନ ମନ୍ତ୍ରୀ ମୁହଁ ବୁଲେଇ ଚାଲିଯିବା ନେଇ ନାନା ପ୍ରଶ୍ନ ଉଠିଛି । ଆସନ୍ତା ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲିବ ନା ଆଉ କିଛି ବାହାନା କରି ସରକାର ଏହା ଖୋଲିବେ ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ- ରତ୍ନଭଣ୍ଡାର ନେଇ ମନ୍ତ୍ରୀଙ୍କ ଉତ୍ତର ଓ ସତ୍ୟପାଠରେ ନାହିଁ ତାଳମେଳ: ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ସେପଟେ ପୁରୀ ଆସିଥିବା ଆଇନ ମନ୍ତ୍ରୀ ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ କିଛି ବି ପ୍ରତିକ୍ରିୟା ନ ଦେବାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ କଡ଼ା ସମାଲୋଚନା କରିଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ପଷ୍ଟ କରିସାରିଥିବା ବେଳେ ଆଇନ ମନ୍ତ୍ରୀ ନୀରବ ରହିବା ସମସ୍ତଙ୍କୁ ପୁଣି ଦ୍ଵନ୍ଦ୍ବରେ ପକାଇଛି । ରତ୍ନଭଣ୍ଡାରକୁ ନେଇ କିଛି ବିଭ୍ରାଟ ହୋଇଥିବାରୁ ସରକାର ଏହା ଖୋଲିବାକୁ ପଛଘୁଞ୍ଚା ଦେଉଥିବା କଂଗ୍ରେସ ଅଭିଯୋଗ କରିଛି । ତେବେ ରତ୍ନଭଣ୍ଡାର ତୁରନ୍ତ ସରକାର ଖୋଲିବା ନେଇ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।

ସୂଚନା ଥାଉ କି ରତ୍ନ ଭଣ୍ଡାର ମରାମତି ନିହାତି ଆବଶ୍ୟକ ବୋଲି ASI ହାଇକୋର୍ଟଙ୍କୁ ସତ୍ୟପାଠରେ ଅବଗତ କରାଇଛି । 5 ବର୍ଷ ପୂର୍ବରୁ ସର୍ଭେ ହୋଇଥିବା ବେଳେ ସେତେବେଳେ ରତ୍ନଭଣ୍ଡାରର ଅବସ୍ଥା ଖରାପ ଥିଲା । ଏଣୁ ତୁରନ୍ତ ମରାମତିର ଆବଶ୍ୟକ ରହିଛି ବୋଲି କୁହାଯାଉଛି । ସେପଟେ ବିଭିନ୍ନ ମହଲରେ ରତ୍ନଭଣ୍ଡାର ଖୋଲି ମହାପ୍ରଭୁଙ୍କ ଅଳଙ୍କାର ଗଣତି ଲାଗି ଦାବି ହେଉଛି । ଏହି ଦାବି ସେତେବେଳେ ତୀବ୍ର ହୋଇଥିଲା ଯେତେବେଳେ ଚଳିତ ସୁନାବେଶ ସମୟରେ ମହାପ୍ରଭୁ ଭଙ୍ଗା ଅଳଙ୍କାର ପିନ୍ଧିଥିଲେ ।

ତେବେ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ଲାଗି ନୂଆ ଅଳଙ୍କାର ସେଟ୍‌ ତିଆରି ହେଉ ବୋଲି ମଧ୍ୟ ଦାବି ହେଉଛି । ଏତେ ଦାବି ସତ୍ତ୍ବେ ରାଜ୍ୟ ସରକାର କୌଣସି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ କୌଣସି ପଦକ୍ଷେପ ନନେବାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠିଛି । ରତ୍ନ ଭଣ୍ଡାରରୁ ଅଳଙ୍କାର ଚୋରି ହୋଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ସେପଟେ ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲି ନିଜ ସ୍ବଚ୍ଛତାର ପରିଚୟ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଆସୁଛନ୍ତି । ତେବେ ଦେଖିବାର କଥା ଆଗାମୀ ଦିନରେ ଏନେଇ କଣ ନିଷ୍ପତ୍ତି ନେଉଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ପୁରୀ

Last Updated :Aug 13, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.