ETV Bharat / state

ଜଗନ୍ନାଥ ସଂସ୍କୃତିକୁ ବିକୃତ କରିଥିବା ଅଭିଯୋଗ, IAS ବାବା ଆପ୍‌ ନାମରେ ଏତଲା

author img

By ETV Bharat Odisha Team

Published : Dec 24, 2023, 5:06 PM IST

Case Lodged Against IAS Baba App: ଆଇଏଏସ ବାବା ନାମକ ଆପ୍‌ ନାମରେ ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବା ଅଭିଯୋଗ ହୋଇଛି । ପୁରୀ ସିଂହଦ୍ବାର ଥାନାରେ ଏନେଇ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଅଧିକ ପଢ଼ନ୍ତୁ

ଆଇଏଏସ ବାବା ଆପ ନାମରେ ଏତଲା
ଆଇଏଏସ ବାବା ଆପ ନାମରେ ଏତଲା

ଆଇଏଏସ ବାବା ଆପ ନାମରେ ଏତଲା

ପୁରୀ: ଜଗନ୍ନାଥ ସଂସ୍କୃତିକୁ ବିକୃତ କରାଯାଇଥିବା ଅଭିଯୋଗ । IAS ବାବା ନାମକ ଆପ୍‌ ନାମରେ ହୋଇଛି ଅଭିଯୋଗ । ପୁରୀ ସିଂହଦ୍ବାର ଥାନାରେ ଏନେଇ ଏତଲା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ । ଏହି ଆପ୍‌ରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ପୁରୀ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦିଆଯିବା ସହ ପୁରୀର ନାମକୁ ଅପଭ୍ରଂଶ କରାଯାଇଥିବାର ଏତଲାରେ ଦର୍ଶାଯାଇଛି ।

ତେବେ ମୋହନ କୁମାର ଓ ଅଫତାବ ଅଲି ନାମକ ଦୁଇ ଜଣ ବ୍ୟକ୍ତି ଆଇଏଏସ ବାବା ନାମକ ଏକ ଆପ୍‌କୁ ଖୋଲିଛନ୍ତି । ଏହି ଆପ୍‌ ମାଧ୍ୟମରେ ୟୁପିଏସସି ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛନ୍ତି । ସେହି ଆପ୍‌ରେ ଆଇଏଏସ୍ ପାଇଁ ପ୍ରସ୍ତୁତି କରୁଥିବା ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ଟିପ୍ସ ଦିଆଯାଉଛି । ହେଲେ ଏହି ଆପ୍‌ରେ ପୁରୀ ଜଗନ୍ନାଥ ବଦଳରେ "ପୁରୋ ଜଗନ୍ନାଥ" ଲେଖି ଏହାକୁ ଅପଭ୍ରଂଶ କରି ଲେଖାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେହିପରି ଅନ୍ୟ ଏକ ମନ୍ଦିର ଫଟୋକୁ ଏହାର ୱେବ୍ ପେଜ୍‌ରେ ସ୍ଥାନ ଦେଇ ଜଗନ୍ନାଥ ମନ୍ଦିର ବୋଲି ଦର୍ଶାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରକୁ ବିଶ୍ବ ଦରବାରରେ ସମସ୍ତେ ଜାଣନ୍ତି । ଚାରିଧାମ ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ଏଭଳି ସ୍ଥିତିରେ ମହାପ୍ରଭି ଜଗନ୍ନାଥଙ୍କ ସଂସ୍କୃତିକୁ ବିକୃତ କରିବା ଓ ମହାପ୍ରଭୁଙ୍କ ନାମ ନେଇ ଏହିଭଳି ଅପପ୍ରଚାର ସନାତନ ଧର୍ମ ପ୍ରତି କୁଠାରଘାତ ବୋଲି କହିଛନ୍ତି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ମହାପ୍ରଭୁଙ୍କୁ ନେଇ ଏହିଭଳି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ଆପକୁ ବନ୍ଦ କରାଯାଉ ବୋଲି ଶ୍ରୀମନ୍ଦିର ଛାମୁ ଖୁଣ୍ଟିୟା ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁର୍ବରୁ ରେଲୱେ ବିଭାଗର irctc ରେ ଜଗନ୍ନାଥ ମନ୍ଦିରର ଭୁଲ ଫଟୋ ସ୍ଥାନ ପାଇଥିଲା । ପରେ ତାଙ୍କର ଅଭିଯୋଗ ପରେ ଫଟୋ ବଦଳାଇ ଦିଆଯାଇଥିଲା । ତେବେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଶ୍ଵ ବିଖ୍ୟାତ । ଏହାକୁ ଭୁଲ ଭାବରେ ଦର୍ଶାଇବା ଠିକ୍ ନୁହେଁ ବୋଲି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏହି କହିଛନ୍ତି । ତେବେ ପୁରୀ ଶ୍ରୀମନ୍ଦିରକୁ ନେଇ ଏଭଳି ବାରମ୍ବାର ଭୁଲକୁ ନେଇ ସରକାର ଓ ପ୍ରଶାସନ ସଠିକ୍ ସଚେତନତା ସୃଷ୍ଟି କଲେ ଏଭଳି ତ୍ରୁଟି ଆଗମୀ ଦିନରେ ହେବ ନାହିଁ ବୋଲି ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଆଶା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.