ETV Bharat / state

ନିମାପଡ଼ାରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Jan 7, 2024, 12:37 PM IST

Brown Sugar Seized
ବ୍ରାଉନସୁଗର ଜବତ

Brown Sugar Seized: ପୁରୀ ଜିଲ୍ଲାର ନିମାପଡ଼ା ଜିଓ ପେଟ୍ରୋଲ ପମ୍ପ ନିକଟରୁ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି STF । ଏଥି ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ

ବ୍ରାଉନସୁଗର ଜବତ

ନିମାପଡା: STF କବଜାରେ ବ୍ରାଉନସୁଗାର ବେପାରୀ । ପୁରୀ ଜିଲ୍ଲା ନିମାପଡାରୁ ୧ କେଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି STF । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣକ ଗୁଆଲାପଡା ଅଞ୍ଚଳର ପାପୁଲ ମହାନ୍ତି । ତା' ନିକଟରୁ ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହୋଇଥିବା ସୂଚନା ମିଳିଛି ।

ପୁରୀ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ବ୍ରାଉନସୁଗାର କାରବାର । ଏଭଳି ମାରାତ୍ମକ ନିଶା କବଳରେ ପଡ଼ି ପଥଭ୍ରଷ୍ଟ ହେଉଛନ୍ତି ଆଜିକାର ଯୁବ ସମାଜ । ଶନିବାର ଅପରାହ୍ନରେ ପୁରୀ ଜିଲ୍ଲାର ନିମାପଡ଼ା ଜିଓ ପେଟ୍ରୋଲ ପମ୍ପ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ବେପାରୀଙ୍କୁ କାବୁ କରିଥିଲା STF ଟିମ । ଗିରଫ ଅଭିଯୁକ୍ତଙ୍କ ଠାରୁ ବ୍ରାଉନସୁଗାର ଜବତ କରାଯିବା ସହିତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ନିମାପଡ଼ା ଗୁଆଲାପଡା ଅଞ୍ଚଳର ପାପୁଲ ମହାନ୍ତି ।

ନିମାପଡ଼ା ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ STFକୁ ବଡ଼ ସଫଳତା ମିଳିଛି । ତେବେ ନିମାପଡାରେ ବ୍ରାଉନସୁଗାର କାରବାର ହେଉଥିବାର ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାର ଚେର ଜିଲ୍ଲାର ଆଉ କେଉଁ କେଉଁ ସ୍ଥାନକୁ ଲମ୍ବିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଉକ୍ତ ଘଟଣାକୁ ନେଇ ନିମାପଡା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ - ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ, ୩ ଗିରଫ

ଏହା ମଧ୍ୟ ପଢନ୍ତୁ- ପୁରୀରେ ବଢୁଛି ଅପରାଧ: ଜଟିଆ ବାବାଜୀ ଛକ ହତ୍ୟାକାଣ୍ଡ ଘଟଣାରେ 2 ଗିରଫ, ଜଣେ ଫେରାର

ସେହିପରି ଗତ କିଛି ମାସ ପୂର୍ବେ ପୁରୀରୁ ବ୍ରାଉନସୁଗାର ଜବତ ହୋଇଥିବା ବେଳେ 4 ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀ ପୋଲିସ । କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ବାନାମ୍ବର ଛକ ଓ ହୁଳୁହୁଳିଆ ବ୍ରିଜରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏଥିସହ ଦୁଇଟି ମୋବାଇଲ, ଗୋଟିଏ କେଟିଏମ୍ ବାଇକ୍ ଓ ନଗଦ ୪୨୦୦ ଟଙ୍କା ଜବତ କରିଥିଲା ପୋଲିସ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.