ETV Bharat / state

ଯୁବ ମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ପୋଲିସର ବେଆଇନ ଗିରଫ, ପ୍ରତିବାଦରେ ବିଜେପିର ବିକ୍ଷୋଭ

author img

By

Published : Mar 3, 2023, 10:37 PM IST

bjp yuva morcha protest
bjp yuva morcha protest

ଯୁବ ମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ପୋଲିସ୍ ବେଆଇନ ଭାବେ ଗିରଫ କରିବା ପ୍ରତିବାଦରେ ପୁରୀରେ ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ। ଅଧିକ ପଢନ୍ତୁ

bjp yuva morcha protest

ପୁରୀ: ବିଜେପି କର୍ମୀ ଓ ନେତାଙ୍କୁ ପୋଲିସ୍ ବେଆଇନ ଭାବେ ଗିରଫ କରିବା ପ୍ରତିବାଦରେ ସାରା ରାଜ୍ୟରେ ପ୍ରତିବାଦ କରିଛି ବିଜେପି । ଏନେଇ ପୁରୀରେ ମଧ୍ୟ ଟାଉନ ଥାନା ଓ କୁମ୍ଭାରପଡା ଥାନା ସମ୍ମୁଖରେ ପୁରୀ ବିଜେବି ଯୁବ ମୋର୍ଚ୍ଚା ଓ ନଗର ବିଜେପି ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । ବିଜେପି କର୍ମୀ ଓ ନେତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିଥିବା ପୋଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦିଆଯାଇଛି । ଏହି ଏତଲାକୁ ଥାନା ପକ୍ଷରୁ ଗ୍ରହଣ କରା ନଗଲେ ଏସ୍‌ପି ଅଫିସ୍‌ ଘେରାଉ କରାଯିବ ବୋଲି ବିଜେପି କହିଛି ।

ତେବେ ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଜୟନ୍ତ ଦାଶ ଏନେଇ କହିଛନ୍ତି ଯେ ବିଜେପି ଯୁବ ମୋର୍ଚ୍ଚାର ନେତା ଓ କର୍ମୀ ଶାନ୍ତିପୂର୍ଣ୍ଣ ଭାବେ ଭୁବନେଶ୍ଵରରେ ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକୁ ପ୍ରତିବାଦ ଓ ବିକ୍ଷୋଭ କରୁଥିଲେ। ହେଲେ ବିଜେଡିର ଗୁଣ୍ଡା ଓ ପୋଲିସ୍ କର୍ମଚାରୀ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଅନେକ ବିଜେପି କର୍ମୀ ଆହତ ମଧ୍ୟ ହୋଇଛନ୍ତି । ହେଲେ ଏନେଇ ଥାନାରେ ଏତଲା ଦିଆଗଲେ ମଧ୍ୟ ପୋଲିସ୍ ଏତଲା ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଓଲୋଟା ଆକ୍ରୋଶମୂଳକ ଭାବେ ବିଜେପି ଯୁବ ମୋର୍ଚ୍ଚାର ନେତା ଓ କର୍ମୀଙ୍କୁ ଗିରଫ କରାଯାଇଛି । ଯଦି ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ ଓ ବିଜେଡି ଗୁଣ୍ଡାଙ୍କ ବିରୋଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ । ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ପୁରୀ ବିଜେପି ଯୁବ ମୋର୍ଚ୍ଚା ଚେତାବନୀ ଦେଇଛି ।

ଏହା ମଧ୍ୟ ପଢନ୍ତୁ - ମାସ୍କଟ କୁନି ଶୁଭାରମ୍ଭ, ମହିଳା ସଶକ୍ତିକରଣ ସ୍ଲୋଗାନ ନୁହେଁ ବାସ୍ତବତା: ମୁଖ୍ୟମନ୍ତ୍ରୀ

ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ବିଜେପି ନେତା ଓ କର୍ମୀଙ୍କ ଉପରେ ପୋଲିସର ଆକ୍ରମଣକୁ ନିନ୍ଦା କରିଛନ୍ତି । ରାଜ୍ୟ ସରକାର ପୋଲିସ୍ ଲଗାଇ ଯେଉଁ ଭଳି ଦମନମୂଳକ ନୀତି ଗ୍ରହଣ କରିଛନ୍ତି ତାହାକୁ ମହାପ୍ରଭୁ କେବେବି କ୍ଷମା ଦେବେନି । ଆଗାମୀ ଦିନରେ ବିଜେପି ବ୍ୟାପକ ଆନ୍ଦୋଳନ କରିବ । ସରକାର ଦାବି ନ ଶୁଣିଲେ ଥାନାକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ତଥା ମନ୍ତ୍ରୀ ନବୀ ଦାସ ହତ୍ୟାକାଣ୍ଡରେ ତଦନ୍ତ ଦିଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ପୋଲିସ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ପୋଲିସ ଅନେକ ଯୁବ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ଏହାକୁ ନେଇ ରାଜ୍ୟବ୍ୟାପୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଉଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.