ETV Bharat / state

ସ୍କୁଲରେ ସାଙ୍ଗ-ସାଙ୍ଗ ମଧ୍ୟରେ ଛୁରାମାଡ଼

author img

By

Published : Mar 31, 2021, 9:48 PM IST

ସ୍କୁଲରେ ସାଙ୍ଗ-ସାଙ୍ଗ ମଧ୍ୟରେ ଛୁରାମାଡ଼
ସ୍କୁଲରେ ସାଙ୍ଗ-ସାଙ୍ଗ ମଧ୍ୟରେ ଛୁରାମାଡ଼

ସାଙ୍ଗ-ସାଙ୍ଗଙ୍କ ମଧ୍ୟରେ ବଚସାରୁ ସ୍କୁଲରେ ଛୁରାମାଡ । ପ୍ରଧାନ ଶିକ୍ଷକଙ୍କ ଅସ୍ବୀକାର । ଅଧିକ ପଢନ୍ତୁ...

ପୁରୀ: ସ୍କୁଲରେ ଛୁରାମାଡ଼ ଅଭିଯୋଗ । ଜଣେ ଛାତ୍ରକୁ ଅନ୍ଯଜଣେ ଛାତ୍ର ଛୁରାମାଡ କରିଥିବା ଅଭିଯୋଗ ଆସିଛି । ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍କୁଲରେ ସାଙ୍ଗ-ସାଙ୍ଗ ମଧ୍ୟରେ ଛୁରାମାଡ଼

ଅନ୍ୟପଟେ ଛୁରାମାଡ କରିଥିବା ଛାତ୍ରକୁ ପୋଲିସ ଅଟକ ରଖିଛି କୁମ୍ଭାରପଡା ଥାନା ପୁଲିସ । ସୂଚନା ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଭୋଳାନାଥ ବିଦ୍ଯାପୀଠ ସ୍କୁଲ ଗେଟ ନିକଟରେ ସକାଳ ପ୍ରାୟ ୯ଟା ୩୦ ମିନିଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନବମ ଶ୍ରେଣୀ ଛାତ୍ର ସାଙ୍ଗରୁ ଛୁରାମାଡ଼ କରିଛି । ଦୁଇଜଣଙ୍କ ଭିତରେ କୌଣସି କାରଣରୁ ବଚସା ଲାଗିବାରୁ ବିବାଦ ବଢିଥିଲା ।

ଅନ୍ୟପଟେ ଛୁରାମାଡ଼ ଘଟଣାକୁ ନେଇ ସ୍କୁଲ ପ୍ରଧାନ ଶିକ୍ଷକ ଅସ୍ବୀକାର କରିଛନ୍ତି । ଅନ୍ୟ କୌଣସି କାରଣରୁ ଛାତ୍ର ଆହତ ହୋଇଥିବା ପ୍ରଧାନଶିକ୍ଷକ କହିଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.