ETV Bharat / state

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

author img

By

Published : Mar 18, 2021, 12:07 PM IST

Updated : Mar 18, 2021, 2:04 PM IST

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଜିଲ୍ଲା ଖଡ଼ିଆଳ ରେଞ୍ଜର ସଢାନନ୍ଦ ସୁନାନୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଅଧିକ ପଢନ୍ତୁ...

ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ନୂଆପଡା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ଜିଲ୍ଲା ଖଡ଼ିଆଳ ରେଞ୍ଜର ସଢାନନ୍ଦ ସୁନାନୀଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ । ଜୟପୁର ଭିଜିଲାନ୍ସ DSP ସୁଶାନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୟରେ ଖଡ଼ିଆଳସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ସିନାପାଲି ବ୍ଲକ ନିଲଜୀ ଗ୍ରାମ ସ୍ଥିତ ପୈତୃକ ବାସଭବନ, ନେହେନା ବାସଭବନ ଏବଂ ରାୟଗଡା ସ୍ଥିତ ନିଜ ଝିଅଙ୍କ ଶ୍ବଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ରେଞ୍ଜରଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

ଚଢ଼ାଉ ବେଳେ ପୈତୃକ ଗ୍ରାମରେ ଥିବା ଡବଲ ଷ୍ଟାଇ ବିଲ୍ଡିଂ, ନେହେନା ଘର, 4 ଚକିଆ ବୋଲେରୋ,4 ଚକିଆ ଯାଏଲୋ କାର, ପିକଅପ ଭ୍ୟାନ, ଟ୍ରାକ୍ଟର, ମୋଟର ସାଇକଲ ଆଦି ଠାବ କରାଯାଇଛି । ସେହିଭଳି ଖଡ଼ିଆଳ ସ୍ଥିତ ସରକାରୀ ବାସଭବନ ଠାରେ ବହୁତ ଆପତ୍ତିଜନକ କାଗଜପତ୍ର, ATM, ବ୍ୟାପକ ସୁନା ଗହଣା ଠାବ ହୋଇଥିବା ଜୟପୁର ଭିଜିଲାନ୍ସ DSP ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ

Last Updated : Mar 18, 2021, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.