ETV Bharat / state

ସ୍ବେଚ୍ଛାସେବୀଙ୍କ ସହ ମିଶି ଜଙ୍ଗଲ ନିଆଁ ଲିଭାଇଲେ ଥାନାଧିକାରୀ, ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ

author img

By

Published : Mar 31, 2021, 9:45 PM IST

ସ୍ବେଚ୍ଛାସେବୀଙ୍କ ସହ ମିଶି ଜଙ୍ଗଲ ନିଆଁ ଲିଭାଇଲେ ଥାନାଧିକାରୀ , ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ
ସ୍ବେଚ୍ଛାସେବୀଙ୍କ ସହ ମିଶି ଜଙ୍ଗଲ ନିଆଁ ଲିଭାଇଲେ ଥାନାଧିକାରୀ , ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ

ଖଡ଼ିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ସ୍ବେଚ୍ଛାସେବୀଙ୍କ ସହ ମିଶି ଲିଭାଇଲେ ଜଙ୍ଗଲ ନିଆଁ । ଅଧିକ ପଢନ୍ତୁ....

ନୂଆପଡା: ଖଡ଼ିଆଳ ଥାନା ଆଇଆଇସି କୈଳାଶ ଚନ୍ଦ୍ର ସେଠୀଙ୍କ ନିଆରା କାର୍ଯ୍ୟ । ଖଡ଼ିଆଳ ବରଗାଁ ନିକଟସ୍ଥ ସଂରକ୍ଷିତ ଚକାଡୋଙ୍ଗରରେ ଜଳୁଥିବା ନିଆଁକୁ କାବୁ କରି ଚର୍ଚ୍ଚାକୁ ଆସିଛନ୍ତି ଆଇଆଇସି କୈଳାଶ ଚନ୍ଦ୍ର ସେଠୀ ଓ ତାଙ୍କର କିଛି ପୋଲିସ ସହକର୍ମୀ । ଏଥିରେ ତାଙ୍କୁ କିଛି ସ୍ଥାନୀୟ ସ୍ଥାନୀୟ ସ୍ୱେଚ୍ଛାସେବୀ ଯୁବକ ମଧ୍ୟ ସହଯୋଗ କରିଛନ୍ତି। IIC କୈଳାଶ ଚନ୍ଦ୍ର ସେଠୀଙ୍କ ଏଭଳି ମନୋଭାବକୁ ସ୍ଥାନୀୟ ଅଞ୍ଚଳର ଲୋକ ଭୁରିଭୁରି ପ୍ରଶଂସା କରିଛନ୍ତି ।

ସ୍ବେଚ୍ଛାସେବୀଙ୍କ ସହ ମିଶି ଜଙ୍ଗଲ ନିଆଁ ଲିଭାଇଲେ ଥାନାଧିକାରୀ , ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ

ମିଳିଥିବା ସୂଚନା ମତେ ମହାମାରୀ କୋଭିଡ ସଚେତନତା ପାଇଁ IIC ସେଠୀ ଏବଂ ତାଙ୍କ ସହକର୍ମୀ ଲଷ୍ମୀପୁର, ବରଗାଁ, ସାନମହେଶ୍ୱର ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଚକାଡୋଙ୍ଗରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସେଠାରେ କିଛି ଯୁବକ ନିଆଁ ଲିଭାଉଥିବାବେଳେ IIC ଓ ତାଙ୍କ ସହଯୋଗୀ ପୋଲିସ କର୍ମୀ ମଧ୍ୟ ନିଜକୁ ସାମିଲ କରି ତୁରନ୍ତ ନିଆଁକୁ ଆୟତ କରିଥିଲେ । ସମସ୍ତଙ୍କର ଏପରି ପ୍ରୟାସ ଫଳରେ କିଛି ଜଙ୍ଗଲକୁ ନିଆଁ ଦାଉରୁ ବଞ୍ଚାଇ ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇପାରିଛନ୍ତି । ସ୍ଥାନୀୟ ଅଞ୍ଚଳର ଥାନାଧିକାରୀଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.