ETV Bharat / state

ଗଛରେ ବାଇକ ପିଟି ହୋଇ ଜଣେ ମୃତ, ଜଣେ ଗୁରୁତର

author img

By

Published : Mar 12, 2021, 10:21 PM IST

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

road accident in nayagarh
ଗଛରେ ପିଟି ହେଲା ବାଇକ : ଜଣେ ମୃତ, ଜଣେ ଗୁରୁତର

ନୟାଗଡ: ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗଣିଆ ପତଣ୍ଡାଗାଁ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି ।

ଗଛରେ ପିଟି ହେଲା ବାଇକ : ଜଣେ ମୃତ, ଜଣେ ଗୁରୁତର

ସୂଚନା ଅନୁସାରେ, ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ାର ଦୁଇଜଣ ଯୁବକ କୁନା ମୁଳି ଓ ଟୁନା ମୁଳି ବାଇକ ଯୋଗେ ଗୋକୁଳାନନ୍ଦ ପୀଠକୁ ବୁଲିବାକୁ ଆସିଥିଲେ l ବୁଲିସାରିବା ପରେ ଘରକୁ ଫେରୁଥିବା ବେଳେ କୁନା ମୁଳି ବାଇକି ଚଳାଉଥିଲେ l ହେଲେ ବାଇକର ଗତି ଏତେ କ୍ଷିପ୍ର ଥିଲା ଯେ ଭାରସାମ୍ୟ ହରାଇ ଗଣିଆ ଥାନା ଅନ୍ତର୍ଗତ ପତଣ୍ଡା ଠାରେ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ କୁନାଙ୍କ ମୃତ୍ୟୁ ହୋଇଥିବା ବେଳେ ଟୁନା ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଉଭୟଙ୍କୁ ଗଣିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ l ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାଇକକୁ ଜବତ କରିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.