ଜମିବାଡ଼ି ବିବାଦରୁ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

author img

By

Published : Sep 11, 2022, 1:14 PM IST

ଜମିବାଡ଼ି ବିବାଦରୁ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତକୁ ଗିରଫ

ଜମିବାଡ଼ି ବିବାଦରୁ ରତନପୁର ଗାଁରେ ମହିଳାଙ୍କୁ ହତ୍ୟା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନୟାଗଡ: ଟାଉନ ଥାନା ରତନପୁର ଗାଁରେ ମହିଳାଙ୍କୁ ହତ୍ୟା ଘଟଣା, ଜମିବାଡ଼ି ବିବାଦରୁ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ (Nayagarh widow women murder case) । ଏନେଇ ସୂଚନା ଦେଇଛନ୍ତି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି । ଗିରଫ ଅଭିଯୁକ୍ତ ହେଉଛି ସନ୍ତୋଷ ବେହେରା । ହତ୍ୟା କରାଯାଇଥିବା ମହିଳା ହେଉଛନ୍ତି ରତନପୁର ଗାଁର ବିଧବା ମହିଳା ରଜନୀ ସାହୁ ।

ଜମିବାଡ଼ି ବିବାଦରୁ ମହିଳାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତକୁ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ରଜନୀ ଏବଂ ସନ୍ତୋଷ ବେହେରାଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଯାହା ଶୁକ୍ରବାର ଉଗ୍ରରୂପ ନେଇଥିଲା । ଗାଁ ଦାଣ୍ଡରେ ରଜନୀ ତାଙ୍କ ସମ୍ପର୍କୀୟଙ୍କ କଥା ହେଉଥିବା ବେଳେ ସେହି ସମୟରେ ହଠାତ୍‌ ସନ୍ତୋଷ ବେହେରା ଏକ ଟାଙ୍ଗିଆ ଧରି ପହଞ୍ଚିଥିଲା । ଏହା ପରେ କେହି କିଛି ଜାଣିବା ବା ବୁଝିବା ଆଗରୁ ରଜନୀଙ୍କୁ ଟାଙ୍ଗିଆରେ ହାଣି ସନ୍ତୋଷ ହତ୍ୟା କରିଥିଲା । ଫରେ ପୋଲିସ ଭୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସନ୍ତୋଷ ବେହେରା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଚଟାଲ ପଠାଇ ଘଟଣା ସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ଏହାପରେ ହତ୍ୟାକାଣ୍ଡ ଘଟାଇଥିବା ସନ୍ତୋଷର ସାନ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ପରେ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ନୟାଗଡ଼ ପୋଲିସ । ହତ୍ୟାକାଣ୍ଡ ପରେ ରତନପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସେଠାରେ ପୋଲିସ ମୁତୟନ କରାଯାଇଛି । ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରହିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ନୟାଗଡ଼ ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି କହିଛନ୍ତି ଯେ, ''ସନ୍ତୋଷ ବେହେରା ନାମକ ଜଣେ ବ୍ୟକ୍ତି ରଜନୀଙ୍କୁ ରତନପୁରରେ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହାପରେ ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡ ପରେ ଫେରାର ଥିବା ବେଳେ ଏବେ ତାକୁ ଗିରଫ କରାଯାଇଥିବା’’ କହିଛନ୍ତି ନୟାଗଡ ଏସପି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.