ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ବୀଭତ୍ସ ହତ୍ୟା

author img

By

Published : Sep 10, 2022, 8:32 AM IST

ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଜମିବାଡି ବିବାଦକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ରତନପୁର ଗାଁରେ । ଅଧିକ ପଢନ୍ତୁ

ନୟାଗଡ: ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ, ଗାଁ ଦାଣ୍ଡରେ ବହିଲା ରକ୍ତର ନଦୀ ! ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା । ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳାଙ୍କୁ ଗାଁ ଦାଣ୍ଡରେ ହତ୍ୟା ପରେ ଫେରାର ହୋଇଗଲା ଅଭିଯୁକ୍ତ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ରତନପୁର ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ରତନପୁର ଗାଁର ବିଧବା ମହିଳା ରଜନୀ ସାହୁ ଓ ଫେରାର ଅଭିଯୁକ୍ତ ହେଉଛି ସନ୍ତୋଷ ବେହେରା ।

ଗାଁ ଦାଣ୍ଡରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ରଜନୀ ଏବଂ ସନ୍ତୋଷ ବେହେରାଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଯାହା ଶୁକ୍ରବାର ଉଗ୍ରରୂପ ନେଇଥିଲା । ଗାଁ ଦାଣ୍ଡରେ ରଜନୀ ତାଙ୍କ ସମ୍ପର୍କୀୟଙ୍କ କଥା ହେଉଥିବା ବେଳେ ସେହି ସମୟରେ ହଠାତ୍‌ ସନ୍ତୋଷ ବେହେରା ଏକ ଟାଙ୍ଗିଆ ଧରି ପହଞ୍ଚିଥିଲା । ଏହା ପରେ କେହି କିଛି ଜାଣିବା ବା ବୁଝିବା ଆଗରୁ ରଜନୀଙ୍କୁ ଟାଙ୍ଗିଆରେ ହାଣି ସନ୍ତୋଷ ହତ୍ୟା କରିବା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ସମ୍ପର୍କୀୟ ।

ଏହା ମଧ୍ୟ ପଢନ୍ତୁ-ଗୋପବନ୍ଧୁଙ୍କ ଚିତ୍ର ଆଗରେ ଘରୋଇ ଚ୍ୟାନେଲର ପୋଷ୍ଟର, ଉଦବେଗ ପ୍ରକାଶ କଲେ ଅଣନାତୁଣୀ

ତେବେ ରଜନୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିବାରୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଯୋଗଯୋଗ କରାଯାଇଥିଲା, କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ କରିବାରୁ ମୂର୍ମୁଷୁ ଅବସ୍ଥାରେ ନୟାଗଡ଼ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଏହାପରେ ସନ୍ତୋଷର ସାନ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୋଲିସ । ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଚାଲ ପଠାଯାଇଥିବା ବେଳେ ଘଟଣା ସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି ।

ହତ୍ୟାକାଣ୍ଡ ପରେ ରତନପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାରୁ, ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି, ଏହାକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଫେରାର ଅଭିଯୁକ୍ତ ସନ୍ତୋଷ ବେହେରା ଜଣେ ବ୍ରାଉନ ସୁଗାର ନିଶାଡ଼ିଆ ହୋଇଥିବାରୁ ତୁରନ୍ତ ତାକୁ ଗିରଫ କରିବାକୁ ପୋଲିସ ଉଦ୍ୟମ କରୁଥୁବା ସୂଚନା ମିଳିଛି । ତେବେ ଏପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତ ସନ୍ତୋଷ ବେହେରାର ଟେର ପାଇନଥିବା ବେଳେ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.