ETV Bharat / state

ନୟାଗଡରେ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୃଷି ମନ୍ତ୍ରୀ

author img

By

Published : Aug 10, 2021, 7:19 AM IST

ରାଜ୍ୟରେ ନିର୍ମାଣ ହେବ ୮୯ଟି ଇଣ୍ଡୋର ଷ୍ଟାଡିୟମ । ନୟାଗଡ଼ରେ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

ନୟାଗଡରେ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଲେ କୃଷି ମନ୍ତ୍ରୀ
ନୟାଗଡରେ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଲେ କୃଷି ମନ୍ତ୍ରୀ

ନୟାଗଡ଼: କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ 89ଟି NACରେ ନିର୍ମାଣ ହେବ ଇଣ୍ଡୋର ଷ୍ଟାଡିୟମ । ଏନେଇ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ତେବେ ଏହି ନିଷ୍ପତ୍ତିରେ ନୟାଗଡ ଜିଲ୍ଲାକୁ ଗୁରୁତ୍ବ ମିଳିଥିବା କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ନୟାଗଡ଼ ମ୍ୟୁନିସିପାଲିଟି ଅଞ୍ଚଳରେ ଏକ ଇଣ୍ଡୋର ଷ୍ଟାଡିୟମ ପାଇଁ 10 କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଛନ୍ତି ।

ନୟାଗଡରେ ଇଣ୍ଡୋର ଷ୍ଟାଡିୟମ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଲେ କୃଷି ମନ୍ତ୍ରୀ

ଏଥିପାଇଁ ନୟାଗଡ଼ର କ୍ରୀଡ଼ାବିତ ଏବଂ କ୍ରୀଡ଼ା ପ୍ରେମୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା l ଏଥିରେ ସହରର କ୍ରୀଡାବିତ, ଓ କ୍ରୀଡାପ୍ରେମୀ ମଧ୍ୟ ସାମିଲ ହୋଇଥିବା ନଜର ଆସିଥିଲେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.