ETV Bharat / state

ନୟାଗଡ଼ରେ ଗୋଚାଲାଣ ବନ୍ଦକୁ ନେଇ ସ୍ଥାନୀୟ ଦଳର ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 9, 2021, 8:43 AM IST

ନୟାଗଡ଼ରେ ଗୋଚାଲାଣ ବନ୍ଦକୁ ନେଇ ସ୍ଥାନୀୟ ଦଳର ବିକ୍ଷୋଭ ପ୍ରଦର୍ଶନ
ନୟାଗଡ଼ରେ ଗୋଚାଲାଣ ବନ୍ଦକୁ ନେଇ ସ୍ଥାନୀୟ ଦଳର ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼ରେ ଗୋଚାଲାଣ ବୃଦ୍ଧି ପାଉଥିବାରୁ ଏହାକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ନୟାଗଡ଼: ଜିଲ୍ଲାରେ ଗୋଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛି ସ୍ଥାନୀୟ ଦଳ(ବଜରଙ୍ଗ) । ଗୋଚାଲାଣକୁ ବନ୍ଦ କରିବା ଦାବି କରି ଦଳର ସଦସ୍ଯମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି ପାଉଥିବାବେଳେ ଟ୍ରକ କଣ୍ଟେନର ଆଦି ବିଭିନ୍ନ ଗାଡ଼ିରେ ଖୁଲମଖୁଲା ଗୋଚାଲାଣ ହେଉଥିବା ଅଭିଯୋଗ କରିଛି ଦଳ । ଏହାକୁ ନେଇ ବଜରଙ୍ଗ ଦଳ ଉଦବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଗୋ ବଂଶ ଧ୍ବଂସ ପାଇଯିବାର ଆଶଙ୍କା ରହିଛି ବୋଲି ଅଭିଯୋଗ କରିଛି ।

ନୟାଗଡ଼ରେ ଗୋଚାଲାଣ ବନ୍ଦକୁ ନେଇ ସ୍ଥାନୀୟ ଦଳର ବିକ୍ଷୋଭ ପ୍ରଦର୍ଶନ

ଏନେଇ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାରୁ ଜିଲ୍ଲାରେ ଦିନକୁ ଦିନ ଅଧିକ ଗୋଚାଲାଣ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି । ଏଣୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଗୋ ଚାଲାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ କରାଯିବାକୁ ଦଳ ଦାବି କରିଛି । ପ୍ରଶାସନ ଚାଲାଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ଚେତାବନୀ ଦେଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.