ETV Bharat / state

ନୟାଗଡ଼ରୁ ପୁଣି ବାଘ ଛାଲ ଜବତ, ଜଣେ ଗିରଫ

author img

By

Published : Nov 6, 2022, 7:20 PM IST

ନୟାଗଡ଼ରୁ ପୁଣି ବାଘ ଛାଲ ଜବତ, ଜଣେ ଗିରଫ
ନୟାଗଡ଼ରୁ ପୁଣି ବାଘ ଛାଲ ଜବତ, ଜଣେ ଗିରଫ

ନୟାଗଡ଼ରୁ ପୁଣି ବାଘ ଛାଲ ଜବତ । ଚିତାବାଘ ଛାଲ ଜବତ କରିବା ସହ ଗୋଟିଏ ହରିଣ ଚମଡା । ଗୋଟିଏ ଶାଳିଆ ପତନି ଛାଲ ସହ ୧୧୫ଟି ବଜ୍ରକାପ୍ତା କାତି ଓ ଦୁଇଟି ବାରାହ ଦାନ୍ତ ଜବତ କରିଛି ଏସଟିଏଫ ଟିମ । ଅଧିକ ପଢନ୍ତୁ

ନୟାଗଡ: ନୟାଗଡ଼ରୁ ପୁଣି ବାଘ ଛାଲ ଜବତ । ପୁଣି ଏସଟିଏଫ ଟିମକୁ ମିଳିଛି ବଡ ସଫଳତା । ଏସଟିଏଫ ଟିମ ନୟାଗଡ ଜିଲ୍ଲାରୁ ଜବତ କରିଛି ବାଘ ଛାଲ । ବନ୍ୟପ୍ରାଣୀ ଶିକାରୀଙ୍କ ଚରାଭୂଇଁ ପାଲଟିଛି ନୟାଗଡ ଜିଲ୍ଲା । ଶିକାରୀମାନେ ଯୋଜନାବଦ୍ଧ ଭାବରେ ବାଘ ଶିକାର କରୁଥିବା ସ୍ପଷ୍ଟ ହୋଇଛି । ହେଲେ ବନବିଭାଗ ସତେ ଯେପରି ଜାଣିଶୁଣି ନିରବ ରହୁଛି । ଶିକାରୀ ମାନେ ନିର୍ବିଘ୍ନରେ ବାଘ, ଚିତାବାଘ, ହରିଣ, ନେପାଳୀ ମୂଷା, ଉଡ଼ନ୍ତା ଗୁଣ୍ଡୁଚି, ବାଘ ବିରାଡ଼ି, ଶାଳିଆପତନୀ, ପାହାଡିଗୋଧି, ବଜ୍ରକାପ୍ତା,ବାର୍‌ହା ଭଳି ବନ୍ୟପ୍ରାଣୀ ଶିକାର କରି ବାହାର ରାଜ୍ୟକୁ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଛନ୍ତି ।

ଚିତାବାଘ ଛାଲ ଜବତ କରିବା ସହ ଗୋଟିଏ ହରିଣ ଚମଡା, ଗୋଟିଏ ଶାଳିଆ ପତନି ଛାଲ ସହ ୧୧୫ଟି ବଜ୍ରକାପ୍ତା କାତି ଓ ଦୁଇଟି ବାରାହ ଦାନ୍ତ ଜବତ କରିଛି । ଏହି ଘଟଣାରେ ଏସଟିଏଫ୍‌ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଗିରଫ ବ୍ୟକ୍ତି ଜଣକ ଭୋଗବାଡି ଗ୍ରାମର ଭାଗବତ ମାଝୀ ( ୩୫ ) ବୋଲି ଜଣାପଡିଛି । ତେବେ ଗୁଇନ୍ଦା ସୂତ୍ରରୁ ଖବରପାଇ ଏସଟିଏଫ୍‌ ଇନ୍ସପେକ୍ଟର ଜଗନ୍ନାଥ ପ୍ରସାଦ ସାହୁଙ୍କ ନେତୃତ୍ୱରେ ସଦଳବଳେ ଦଶପଲ୍ଲା ଥାନା ଭୋଗବାଡ଼ି ଗ୍ରାମର ଭାଗବତଙ୍କ ଘର ଉପରେ ଚଢାଉ କରାଯାଇଥିଲା । ଜବତ ସମୟରେ ବାଘ ଛାଲରେ ଦୁଇଟି ସ୍ଥାନରେ ଗୁଳିବିଦ୍ଧ ହୋଇଥିବା ଏସଟିଏଫ୍‌ ଟିମ୍‌ ଜାଣିବାକୁ ପାଇଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ନୟାଗଡ଼ରୁ ବାଘ ଶିକାରୀ ଗିରଫ

ଦୀର୍ଘଦିନ ଧରି ଭାଗବତ ଏହି ଛାଲ ବେପାର କରିଆସୁଥିବା ଏସଟିଏଫ୍‌ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାରେ ଏସଟିଏଫ୍‌ ପକ୍ଷରୁ ଏକ ମୋକଦ୍ଦମା କରାଯାଇ କରି ତଦନ୍ତ ଜାରି ରଖିଛି l ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛି ସେ ନେଇ ତଦନ୍ତ କରୁଛି ଏସଟିଏଫ । ସୂଚନାଯୋଗ୍ୟ ଯେ, ନିକଟରେ ବନ୍ୟପ୍ରାଣୀ ତସ୍କରୀ ମାମଲାରେ ଜଣକୁ ବାନ୍ଧିଥିଲା ଏସଟିଏଫ । ନୟାଗଡ ଦଶପଲ୍ଲାରୁ ବାଘ ଓ ହରିଣ ଛାଲ ସହ ବଜ୍ରକାପ୍ତା ଖୋଳ ଜବତ କରାଯାଇଥିଲା । ଏନେଇ ଜଣେ ମିଡିଲମ୍ୟାନ ଭାଗବତ ମାଝୀକୁ ଗିରଫ କରିଥିବାବେଳେ ମାଷ୍ଟରମାଇଣ୍ଡକୁ ଧରିବା ପାଇ ଯୋଜନା ଚଳାଇଥିଲା ଏସଟିଏଫ ଟିମ ।

ଏହା ମଧ୍ୟ ପଢନ୍ତୁ: ନୟାଗଡ ବନ ବିଭାଗକୁ ସଫଳତା, ଜବତ ହେଲା କଲରାପତରିଆ ବାଘ ଛାଲ, ଶିକାରୀ ଗିରଫ

2020ରୁ ଏଯାବତ 30ଟି ବାଘ ଛାଲ ଜବତ କରାଯାଇଥିବା ସୂଚନା । ଏନେଇ ବନ୍ୟପ୍ରାଣୀ ତସ୍କରୀ ମାମଲାକୁ ଧରପଗଡ ଜୋରଦାର କରୁଥିବା ବେଳେ ତଥାପି କମୁନି ଶିକାର ଓ ବେପାର । ଏସଟିଏଫର ସୁଚନା ମୁତାବକ ବିଗତ ଦୁଇ ବର୍ଷରେ ୩୦ଟି ବାଘ ଛାଲ, ୨୪ଟି ହାତୀ ଦାନ୍ତ, ୮ଟି ହରିଣ ଛାଲ ସହ ୧୪ଟି ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏଥିସହ ୩୦କେଜିରୁ ଉର୍ଦ୍ଧ୍ବ ବଜ୍ରକାପ୍ତା ଛାଲ ସହ ୭୦ଜଣରୁ ଉର୍ଦ୍ଧ୍ବ ବନ୍ୟପ୍ରାଣୀ ତସ୍କରୀଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ । ତେବେ ଏମାନଙ୍କ ମଧ୍ୟରେ କେବଳ ମିଡିଲମ୍ୟାନ ଶିକାରୀ ଓ ବେପାରି ଧରାପଡୁଥିବା ବେଳେ ଧରାପଡୁନି ଏହିସବୁ ଚୋରା ଚାଲାଣର ଗଳାବାଟ । ଯାହା ଏବେ ଅବାଧ ଶିକାର‌ ପାଇଁ ଚିନ୍ତା ଜନକ ହୋଇଛି ରାଜ୍ୟର ଜଙ୍ଗଲ ସୁରକ୍ଷା ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.