ETV Bharat / state

Jawad Effect: କୃଷିମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି

author img

By

Published : Dec 8, 2021, 12:09 PM IST

Jawad Effect: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି
Jawad Effect: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି

ସବୁ କିଛି ଉଜାଡି ଦେଲା ବାତ୍ୟା ଜୱାଦ(Cyclone Jawad) । ନୟାଗଡ଼ ଜିଲ୍ଲାରେ ହେକ୍ଟର ହେକ୍ଟର ଜମି ଏବେ ବି ପାଣିରେ ବୁଡି ରହିଛି l ଯାହାକୁ ଦେଖି ଦେଖି କୋହ ସମ୍ଭାଳି ପାରୁନି ଚାଷୀ । ଅଧିକ ପଢନ୍ତୁ

ନୟାଗଡ଼: କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ(Agriculture Minister Arun Sahu) ଜିଲ୍ଲା ନୟାଗଡ଼ରେ କାନ୍ଦୁଛି ଚାଷୀ l ଆଣ୍ଠୁଏ ପାଣିରେ ଭାସୁଛି ସୁନାର ଫସଲ l ଏହାକୁ ଦେଖି କୋହ ସମ୍ଭାଳି ପାରୁନି ଚାଷୀ l ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ସୁନାର ଫସଲ ଫଳାଇଥିଲା l କିନ୍ତୁ ସବୁ ଉଜାଡି ଦେଲା ବାତ୍ୟା ଜୱାଦ(Cyclone Jawad) l ଋଣ ଏବଂ ଧାରକରଜ କରି ଚାଷୀ ଧାନ ଚାଷ କରିଥିଲା l ହେଲେ ଧାନ ଅମଳ କରିବା ସମୟରେ ଧାନ ବିଲର ଏପରି ଅବସ୍ଥା ଦେଖି ନ କାନ୍ଦି ରହି ପାରୁନି ଚାଷୀ l ନୟାଗଡ଼ ଜିଲ୍ଲାରେ ହେକ୍ଟର ହେକ୍ଟର ଜମି ଏବେ ବି ପାଣିରେ ବୁଡି ରହିଛି l ଫଳରେ ସବୁ ଧାନ ନଷ୍ଟ ହୋଇଗଲାଣି l କେଉଁଠି ଧାନ ଗଜା ହେବା ଉପରେ l

Jawad Effect: କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ କାନ୍ଦୁଛି ଚାଷୀ, ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି

ନୟାଗଡ଼ ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ଏକ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି l ସେଥିରୁ 23 ପ୍ରତିଶତ ଅମଳ ସରିଥିବା ବେଳେ 87 ପ୍ରତିଶତ ଅମଳ ହେବାକୁ ବାକି ରହିଛି l ଶନିବାର ସକାଳୁ ରବିବାର ସକାଳ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ପ୍ରାୟ 24.05 ମିଲିଲିଟର ବର୍ଷା ହୋଇଛି l ନୟାଗଡ଼ ବ୍ଲକରେ ସର୍ବାଧିକ 64 ମିଲିଲିଟର ବର୍ଷା ହୋଇଥିବା ବେଳେ ଦଶପଲ୍ଲା ବ୍ଲକରେ ସର୍ବନିମ୍ନ 4 ମିଲିଲିଟର ବର୍ଷା ହୋଇଛି l ଏହାର ପ୍ରଭାବରେ ଧାନ ଫସଲ ସବୁ ନଷ୍ଟ ହୋଇଯାଇଛି l ଏନେଇ କୃଷି ଅଧିକାରୀମାନେ ଧାନ ନଷ୍ଟ ହେବା ନେଇ ଆକଳନ କରିଛନ୍ତି l

ଏପଟେ ଅନେକ ଚାଷୀ ଫସଲ ବୀମା ସମ୍ପର୍କରେ ଅବଗତ ନଥିବାରୁ ବୀମାଭୁକ୍ତ ହୋଇନାହାନ୍ତି l ତୁରନ୍ତ ଅକାଳନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.