ETV Bharat / state

ଦଣ୍ଡଯାତ୍ରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୦ ଗିରଫ ପରେ ଗାଁ ପୁରୁଷ ଶୂନ୍ୟ

author img

By

Published : Apr 19, 2022, 10:25 AM IST

ନୟାଗଡରେ ଦଣ୍ଡଯାତ୍ରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି
ନୟାଗଡରେ ଦଣ୍ଡଯାତ୍ରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି

ନୟାଗଡ଼ରେ ଦଣ୍ଡଯାତ୍ରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଘଟଣା । ପୁଣି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନୟାଗଡ଼ ଟାଉନ ଥାନା ପୋଲିସ । ମୋଟ ଗିରଫ ସଂଖ୍ୟା ୧୦କୁ ବୃଦ୍ଧି । ଅଧିକ ପଢନ୍ତୁ

ନୟାଗଡ଼ : ଦଣ୍ଡ ଯାତ୍ରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଘଟଣା । ପୁଣି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନୟାଗଡ଼ ଟାଉନ ଥାନା ପୋଲିସ। ପୂର୍ବରୁ ଏହି ଘଟଣାରେ ୮ଜଣ ଗିରଫ ହୋଇଥିଲେ । ଗତକାଲି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଦେଉଳ ପଲ୍ଲୀ ଗାଁର ରବି ପ୍ରଧାନ ଏବଂ ଦଶପଲ୍ଲାର ଅକ୍ଷୟ କୁମାର ରାଉତରାୟଙ୍କ ପତ୍ନୀ ରଶ୍ମିତା ଜେନା । ତେବେ ୧୦ ଜଣଙ୍କ ଗିରଫ ପରେ ଭୟରେ ଦେଉଳପଲ୍ଲୀ ଗାଁ ହୋଇପଡିଛି ପୁରୁଷଶୂନ୍ୟ । ଅନେକଙ୍କ ଘରେ ତାଲା ଝୁଲୁଥିବାବେଳେ କୌଣସି ପୁରୁଷ ଲୋକଙ୍କୁ ଦେଖିବାକୁ ମିଳୁନି । ଫଳରେ ମହିଳାମାନେ ହଇରାଣ ହେଉଥିବା କହିଛନ୍ତି ।

ଦଣ୍ଡଯାତ୍ରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୧୦ ଗିରଫ ପରେ ପୁରୁଷ ଶୂନ୍ୟ ଗାଁ

ପୋଲିସ ଦୋଷୀଙ୍କ ପରିବର୍ତ୍ତେ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଦେଉଳପଲ୍ଲୀ ଗାଁର ମହିଳାମାନେ ଅଭିଯୋଗ ଆଣିଛନ୍ତି । ସେଥିପାଇଁ ଭୟରେ ପୁରୁଷ ଶୂନ୍ୟ ହୋଇଛି ଗାଁ । ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଦ୍ଦୋଷଙ୍କୁ ହଇରାଣ ନ କରିବାକୁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ମହିଳାମାନେ । ଅନ୍ୟପକ୍ଷରେ ଦୁର୍ଗାପ୍ରସାଦ ଗ୍ରାମବାସୀ ନ୍ୟାୟ ଅପେକ୍ଷା ଅଛନ୍ତି । ସେମାନେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାଅନୁଯାୟୀ ୧୩ ତାରିଖ ବିଳମ୍ବିତ ରାତିରେ ଦଣ୍ଡ ଯାତ୍ରାକୁ କେନ୍ଦ୍ର କରି ନୟାଗଡ଼ ଟାଉନ ଥାନା ଅଧିନ ଦୁର୍ଗା ପ୍ରସାଦ ଏବଂ ଦେଉଳ ପଲ୍ଲୀ ଗାଁ ମଧ୍ୟରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ l ଏହି ଗୋଷ୍ଠୀ ସଂଘର୍ଷରେ ଦୁର୍ଗା ପ୍ରସାଦ ଗାଁର 28ବର୍ଷୀୟ ନବୀନ ପରିଡା ନାମକ ଯୁବକଙ୍କୁ ଦେଉଳ ପଲ୍ଲୀ ଗାଁ ର ଲୋକ ମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଅଧିକାରୀଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ପୋଲିସ ଦେଉଳପଲ୍ଲୀ ଗାଁର 8ଜଣଙ୍କୁ ଥାନାରେ ଅଟକ ରଖିଥିଲା ଏବଂ ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଗତକାଲି ୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଆହୁରି ଅନେକ ଲୋକ ଗିରଫ ହେବେ ବୋଲି ଜଣାପଡିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.