ETV Bharat / state

ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦାବି

author img

By

Published : Nov 22, 2021, 10:37 PM IST

Updated : Nov 23, 2021, 6:32 AM IST

ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କୁ ଉଦ୍ଦେଶ୍ୟରେ ନାୟଗଡରେ ସମ୍ମୃତିଚାରଣ ସଭା । ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପାଇଁ ଉଠିଲା ଦାବି । ଅଧିକ ପଢନ୍ତୁ

ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦାବି
ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦାବି

ନୟାଗଡ: ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥ (cartoonist Kishore Ratha)ଙ୍କ ସ୍ମୃତିରେ ନୟାଗଡ଼ ତ୍ରିନାଥ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଏକ ସାର୍ବଜନୀନ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ କାର୍ଟୁନିଷ୍ଟ କିଶୋରଙ୍କ ଉଦ୍ଦେଶ୍ୟରେ ୨ମିନିଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l

ବିଶିଷ୍ଟ ବ୍ୟଙ୍ଗ ଚିତ୍ରକାର କିଶୋର ରଥଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦାବି

ଦୈନିକ ଖବର କାଗଜରେ ପ୍ରକାଶିତ ‘କଟାକ୍ଷ କିଶୋର’ ଶୀର୍ଷକରେ କିଶୋର ରଥଙ୍କ ନିୟମିତ ବ୍ୟଙ୍ଗ ସ୍ତମ୍ଭ ପ୍ରକାଶ ପାଉଥିଲା । ବ୍ୟଙ୍ଗ ମାଧ୍ୟମରେ ଶାଣିତ ସମାଲୋଚନାରେ ସମାଜର ଯାବତୀୟ ତ୍ରୁଟି ବିଚ୍ୟୁତିକୁ ପଦାକୁ ଆଣିବାରେ କିଶୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଅବସରରେ ମତ ପ୍ରକାଶ ପାଇଥିଲା l ଅନ୍ୟପକ୍ଷେ ନୟାଗଡ଼ର ପାରମ୍ପରିକ ଢୁମ୍ପା ସଂଗୀତଙ୍କୁ ପ୍ରଚାରପ୍ରସାର ଦିଗରେ ମଧ୍ୟ ରଥଙ୍କର ବଳିଷ୍ଠ ଅବଦାନ ଥିଲା ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ l ଏହି ଅବସରରେ ଜିଲ୍ଲାର ଗର୍ବ ଗୌରବ ବ୍ୟଙ୍ଗକାର କିଶୋର ରଥଙ୍କୁ ମରଣୋତ୍ତର ଭାବେ ପଦ୍ମଶୀ ଉପାଧିରେ ସମ୍ମାନିତ କରିବା ପାଇଁ ଦାବି ପ୍ରକାଶ ପାଇଛି ।

ଆଜିର ଏହି ସ୍ମୃତିଚାରଣ ସଭା ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ହୋଇଥିବାବେଳେ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ବିଶିଷ୍ଠ କଥାକାର ତଥା ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର, ନୟାଗଡ଼ର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଜେପି ନେତା ସନ୍ତୋଷ ପ୍ରଧାନ, ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର, ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ରଥଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Nov 23, 2021, 6:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.