ETV Bharat / state

ବେଆଇନ ଗୋ ଚାଲାଣକୁ ପଣ୍ଡ କଲା ବଜରଙ୍ଗୀ ଦଳ

author img

By

Published : May 10, 2021, 1:29 PM IST

ବେଆଇନ ଗୋ' ଚାଲାଣକୁ ଅଟକାଇଲା ବଜରଙ୍ଗୀ ଦଳ
ବେଆଇନ ଗୋ' ଚାଲାଣକୁ ଅଟକାଇଲା ବଜରଙ୍ଗୀ ଦଳ

ରଣପୁର ଥାନା ଅଧୀନ ପାମ୍ପଡା ଗାଁରୁ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବଜରଙ୍ଗୀ ଦଳ ଏହାକୁ ଅଟକାଇଛି । ଅଧିକ ପଢନ୍ତୁ...

ନୟାଗଡ଼: ରଣପୁର ଥାନା ଅଧୀନ ପାମ୍ପଡା ଗାଁରୁ ବେଆଇନ ଭାବେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ବଜରଙ୍ଗୀ ଦଳ ଏହାକୁ ଅଟକାଇଛି । ଏକାଧିକ ଗୋରୁଙ୍କୁ ଉଦ୍ଧାର କରିବା ସହ ଗୋରୁ ବୋଝେଇ ଟାଟା ଏସି ସହ ଜଣଙ୍କୁ ରଣପୁର ଥାନାରେ ଜିମା ଦେଇଛନ୍ତି ବଜରଙ୍ଗ ଦଳ ସଦସ୍ୟମାନେ ।

ବେଆଇନ ଗୋ' ଚାଲାଣକୁ ଅଟକାଇଲା ବଜରଙ୍ଗୀ ଦଳ

ଆଜି(ସୋମବାର) ସକାଳୁ ପାମ୍ପଡ଼ା ଗାଁରେ କିଛି ଗୋରୁ ମାଫିଆ ବେଆଇନ ଗୋ' ଚାଲାଣ କରୁଥିବାର ଖବର ପାଇଥିଲା ଦଳ । ପରେ ଘଟଣାସ୍ଥଳରେ ବଜରଙ୍ଗୀ ଦଳ ପହଞ୍ଚି ଗୋରୁ ଉଦ୍ଧାର କରିବା ସହ ଗୋରୁ ଚାଲାଣରେ ସମ୍ପୃକ୍ତ ଜଣେ ଡ୍ରାଇଭରଙ୍କୁ ରଣପୁର ଥାନାରେ ଜିମା ଦେଇଛନ୍ତି । ଅନ୍ୟ 2 ଜଣ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.