ETV Bharat / state

ନବରଙ୍ଗପୁରରେ ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

author img

By

Published : Jun 13, 2022, 4:45 PM IST

ନବରଙ୍ଗପୁରରେ ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ନବରଙ୍ଗପୁରରେ ବାଇକକୁ ଧକ୍କା ଦେଲା ଟ୍ରକ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ନବରଙ୍ଗପୁର କୋଷାଗୁମୁଡା ବ୍ଲକ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ରାମପାଲ୍ଲୀ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ତାଙ୍କ ସ୍ବାମୀଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ରାଜୋଡ଼ା ଗ୍ରାମବାସୀ ଅଟକ ରଖିଥିବା ଖବର ମିଳିଛି ।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୋଟପାଡ଼ ଅନ୍ତର୍ଗତ ଡଙ୍ଗରି ଗ୍ରାମର ନାରାୟଣ ଭତରା ସ୍ତ୍ରୀ ଚିନ୍ତା ଭତରା(୫୦)ଙ୍କ ସହିତ ବାଇକ ଯୋଗେ କୋଷାଗୁମୁଡ଼ା ଅଭିମୁଖେ ଆସୁଥିଲେ । ତେବେ ସେମାନେ ରାସ୍ତା କଡ଼ରେ ବାଇକ ରଖି ଛିଡ଼ା ହୋଇଥିବା ସମୟରେ ଏକ ଟ୍ରକ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ସ୍ତ୍ରୀ ଚିନ୍ତାଙ୍କର ମୃତ୍ୟୁ ହୋଇଥିବାବେଳେ ନାରାୟଣଙ୍କୁ ଗୁରୁତର ଅବସ୍ଥାରେ କୋଷାମୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ କୋଷାଗୁମୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.