ETV Bharat / state

ନବରଙ୍ଗପୁରରେ ପୌରନିର୍ବାଚନ ପାଇଁ ମତଦାନ

author img

By

Published : Mar 24, 2022, 4:44 PM IST

ପୌର ନିର୍ବାଚନ ପାଇଁ ନବରଙ୍ଗପୁର ଠାରେ ମତଦାନ ପ୍ରକ୍ରିୟା ଚାଲିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ଦୁଇଟି ପୌର ପରିଷଦ ପାଇଁ ନିର୍ବାଚନ ହେଉଛି । ନବରଙ୍ଗପୁର ପୌର ପରିଷଦରେ ୧୭ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି । ଅଧିକ ପଢ଼ନ୍ତୁ

ନବରଙ୍ଗପୁରରେ ପୌରନିର୍ବାଚନ ପାଇଁ ମତଦାନ
ନବରଙ୍ଗପୁରରେ ପୌରନିର୍ବାଚନ ପାଇଁ ମତଦାନ

ନବରଙ୍ଗପୁର: ପୌର ନିର୍ବାଚନ ପାଇଁ ନବରଙ୍ଗପୁର ଠାରେ ମତଦାନ ପ୍ରକ୍ରିୟା ଚାଲିଛି । ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ନବରଙ୍ଗପୁର ଓ ଉମରକୋଟ ଦୁଇଟି ପୌର ପରିଷଦ ପାଇଁ ନିର୍ବାଚନ ହେଉଛି । ନବରଙ୍ଗପୁର ପୌର ପରିଷଦରେ ୧୭ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି । ଏଥିପାଇଁ ୨୯ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୩ଟି ମହିଳା ବୁଥ ଓ ୩ ଟି ମଡେଲ ବୁଥ ରହିଛି । ୨୯ ଟି ବୁଥ ପାଇଁ ୨୯ ପୋଲିଂ ପାର୍ଟି ସହ ନିର୍ବାଚନ ପାଇଁ ୧୮୦ ଜଣ ସରକାରୀ କର୍ମଚାରୀ ଓ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ନବରଙ୍ଗପୁରରେ ପୌରନିର୍ବାଚନ ପାଇଁ ମତଦାନ

ଏହାସହ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ନବରଙ୍ଗପୁର ପୌରପାଳିକାରେ ୨୪୭୮୫ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧୧୮୯୧ ପୁରୁଷ ଭୋଟର ଓ ୧୨୮୮୮ ଜଣ ମହିଳା ଭୋଟର ଥିବାବେଳେ ୬ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ନିର୍ବାଚନକୁ କିଭଳି ଶାନ୍ତି ଶୃଙ୍ଖଳାରେ ସମାପନ କରାଯିବ, ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.